Advertisment

କେଶ ଝଡୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଆମ ପରିବର୍ତ୍ତିତ ଜୀବନଶୈଳୀ କେଶ ଝଡିବାର ଏକ ମୁଖ୍ୟ କାରଣ ପାଲଟିଛି।

author-image
Debibandita Barick
Representative Image

Representative Image

କେଶ ସୁନ୍ଦରତାର ଏକ ପରିଚୟ। ପୁରୁଷ ହୁଅନ୍ତୁ ଅବା ମହିଳା, ସମସ୍ତେ ସୁନ୍ଦର କେଶ ଚାହାନ୍ତି। ଲମ୍ବା କେଶ ଝିଅମାନଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଦିଏ। ହେଲେ ଆମ ପରିବର୍ତ୍ତିତ ଜୀବନଶୈଳୀ କେଶ ଝଡିବାର ଏକ ମୁଖ୍ୟ କାରଣ ପାଲଟିଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଏ କେତେ କଣ ଉପାୟ ଆପଣାଉଛି। ଅଧିକାଂଶ ଲୋକେ ବିଭିନ୍ନ ହେୟାର୍ କେୟାର୍ ପ୍ରଡକ୍ଟ ବ୍ୟବହାର କରନ୍ତି।

Advertisment

କିନ୍ତୁ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଭଲ ହେଉଛି ପ୍ରାକୃତିକ ପ୍ରଡକ୍ଟ। ତେବେ ଆଜିର ଏହି ଆଲେଖ୍ୟରେ ଜାଣନ୍ତୁ କେଶର କିପରି ଘରୋଇ ଉପଚାର କରିବେ... 

ସୁସ୍ଥକର ଖାଦ୍ୟ ସେବନ କରନ୍ତୁ
ଅନେକ ଥର ଲୋକମାନେ ନିଜ କେଶରେ ମହଙ୍ଗା ଦ୍ରବ୍ୟ ପ୍ରୟୋଗ କରନ୍ତି, କିନ୍ତୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏହା ଦ୍ୱାରା କେଶ ଦୁର୍ବଳ ହୋଇଯାଏ ଓ ଝଡେ। ତେଣୁ କେଶକୁ ମଜବୁତ କରିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ସୁସ୍ଥକର ଖାଦ୍ୟ ଖାଇବା। ଖାଦ୍ୟରେ ସବୁଜ ପନିପରିବା ସହ ଲୌହଯୁକ୍ତ ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତୁ। ଏହା ବ୍ୟତୀତ ଭିଟାମିନ୍-ସି ସମୃଦ୍ଧ ଖାଦ୍ୟ ଯେପରିକି କିୱି, କମଳା, ବ୍ଲାକବେରୀ ଇତ୍ୟାଦି ସେବନ କରନ୍ତୁ। ଏହା କେଶକୁ ସିଲ୍କ ଏବଂ ଷ୍ଟ୍ରଙ୍ଗ କରିଥାଏ। ଦୈନନ୍ଦିନ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ଅନ୍ତର୍ଭୁକ୍ତ କରନ୍ତୁ। ଡାଲି, ଅଣ୍ଡା ଏବଂ ମାଛ ପରି ପ୍ରୋଟିନ୍ ଜାତୀୟ ଖାଦ୍ୟ ମଧ୍ୟ କେଶ ଉପକାରୀ।

Advertisment

ପର୍ଯ୍ୟାପ୍ତ ଶୋଇବା ଅଭ୍ୟାସ କରନ୍ତୁ
ପର୍ଯ୍ୟାପ୍ତ ନିଦ ସ୍ୱାସ୍ଥ୍ୟ ପାଇଁ ଏକ ଭଲ ମେଡିସିନ୍। ଶରୀର ଆବଶ୍ୟକ କରୁଥିବା ଶୋଇବା ଫଳରେ ଅନେକ ରୋଗ ଦୂର ହୋଇଯାଏ। କେଶକୁ ସୁସ୍ଥ ରଖିବାରେ ମଧ୍ୟ ନିଦ ଏକ ଭଲ ଅଭ୍ୟାସ। ଅତିକମରେ ଦିନକୁ ୮ରୁ ୯ ଘଣ୍ଟା ଶୋଇବା ଅଭ୍ୟାସ କରନ୍ତୁ। ପର୍ଯ୍ୟାପ୍ତ ଶୋଇବା ଫଳରେ କେଶକୁ ରକ୍ତ ସଞ୍ଚାଳନ ସଠିକ୍ ହୋଇଥାଏ। ଫଳରେ କେଶ ଲମ୍ବା ହୋଇଥାଏ। ଏଥିସହ ଚାପ ଓ ଚିନ୍ତା ମଧ୍ୟ ଦୂର ହୁଏ। 

ସମୟ ସମୟରେ କେଶରେ ତେଲ ଲଗାନ୍ତୁ
ଅଧିକାଂଶ ଲୋକ ଗ୍ରୀଷ୍ମ ଋତୁରେ କେଶରେ ତେଲ ଲଗାନ୍ତି ନାହିଁ। କିନ୍ତୁ ଏପରି କରନ୍ତୁ ନାହିଁ। ଗ୍ରୀଷ୍ମ ହେଉକି ଶୀତ କେଶରେ ନିୟମିତ ଭାବେ ହାଲୁକା ତେଲ ଲଗାନ୍ତୁ। ଏହା ସହିତ, ଅତି କମରେ ୨୦ ମିନିଟ୍ ପାଇଁ କେଶକୁ ମସାଜ୍ କରନ୍ତୁ। ନିଜ କେଶ ଅନୁଯାୟୀ ଆଲମୋଣ୍ଡ, ଅଲିଭ୍, ନଡିଆ ତେଲ କିମ୍ବା ଅନ୍ୟାନ୍ୟ ତେଲ ଲଗାଇପାରିବେ। କେଶ ଧୋଇବାର ୨ରୁ ୩ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Hair Care Tips Hair Health