Advertisment

କାହିଁକି ଶୀତଦିନରେ ଅଧିକ ହେଉଛି ହୃଦଘାତ ? କେମିତି ନେବେ ଯତ୍ନ, ଜାଣନ୍ତୁ

ବିଶେଷ କରି ଶୀତଋତୁରେ ହୃଦଘାତ ହେବାର ସମ୍ଭାବନା ଅଧିକ। ତେବେ ଏହାର କାରଣ କ'ଣ, କାହିଁକି ଶୀତଦିନେ ହୃଦୟ ସ୍ୱାସ୍ଥ୍ୟ ବିଗିଡିଯାଏ ଏବଂ କିପରି ଯତ୍ନ ନେବେ, ଜାଣନ୍ତୁ...

author-image
Debibandita Barick
Representative Image

Representative Image

ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ବଢିଚାଲିିଛି ହୃଦରୋଗ ସମସ୍ୟା। ବୃଦ୍ଧାବସ୍ଥାରେ ଦେଖା ଯାଉଥିବା ଏହି ରୋଗ ଏବେ ପିଲାଠୁ ବୁଢା ସମସ୍ତଙ୍କୁ କବଳିତ କରୁଛି। ବିଶେଷ କରି ଶୀତଋତୁରେ ହୃଦଘାତ ହେବାର ସମ୍ଭାବନା ଅଧିକ। ତେବେ ଏହାର କାରଣ କ'ଣ, କାହିଁକି ଶୀତଦିନେ ହୃଦୟ ସ୍ୱାସ୍ଥ୍ୟ ବିଗିଡିଯାଏ ଏବଂ କିପରି ଯତ୍ନ ନେବେ, ଜାଣନ୍ତୁ...

Advertisment

କାହିଁକି ଶୀତଋତୁରେ ହୁଏ ହୃଦଘାତ
ଶୀତଦିନେ କମ୍ ଶାରୀରିକ କାର୍ଯ୍ୟକଳାପ ହେତୁ ରକ୍ତଚାପ ଏବଂ ଶର୍କରା ସ୍ତର ବୃଦ୍ଧି ପାଇବାକୁ ଲାଗେ। ଥଣ୍ଡା କାରଣରୁ ଶରୀରର ଶିରା ସଙ୍କୁଚିତ ହୁଏ, ଯେଉଁ କାରଣରୁ ବିଭିନ୍ନ ଅଙ୍ଗକୁ ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇପାରେ ନାହିଁ। ଫଳରେ ହୃଦଘାତ ଏବଂ ଷ୍ଟ୍ରୋକ୍ ସମସ୍ୟା ଅଧିକ ଦେଖାଯାଏ। ଏଥିସହ ଶୀତ ଦିନରେ ଶାରୀରିକ କାର୍ଯ୍ୟକଳାପ କମ୍ କରାଯାଉଥିବାରୁ କୋଲେଷ୍ଟ୍ରଲର ପରିମାଣ ମଧ୍ୟ ବୃଦ୍ଧିପାଏ, ଯେଉଁଥିପାଇଁ ହୃଦଘାତ ହେବାର ଆଶଙ୍କା ବଢିଯାଏ। ଯଦି ଶୀତଦିନେ ନିଜକୁ ଫିଟ୍ ଏବଂ ହୃଦୟକୁ ସୁସ୍ଥ ରଖିବାକୁ ହେଲେ ନିମ୍ନଲିଖିତ କିଛି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ...

ବ୍ୟାୟାମ: ଯଦି ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ କିଛି ଶାରୀରିକ କାର୍ଯ୍ୟକଳାପ ନିଶ୍ଚୟ ରୂପେ କରନ୍ତୁ। ଶାରୀରିକ ପରିଶ୍ରମ କରିନପାରିଲେ ଘରେ ବ୍ୟାୟାମ ଅଭ୍ୟାସ କରନ୍ତୁ। ଏପରି କରିବା ଦ୍ୱାରା ସଠିକ୍ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ରକ୍ତଚାପ ମଧ୍ୟ ହ୍ରାସପାଏ। ଫଳରେ ହୃଦୟ ସୁସ୍ଥ ରହେ।

Advertisment

ଗରମ ପୋଷାକ ପିନ୍ଧନ୍ତୁ: ଶୀତଦିନେ ଘରୁ ବାହାରକୁ ଯିବାବେଳେ ନିଶ୍ଚୟ ରୂପେ ଗରମ ପୋଷାକ ପରିଧାନ କରନ୍ତୁ। କାରଣରୁ ଶରୀରକୁ ଥଣ୍ଡାରୁ ରକ୍ଷା କରିବା ନିହାତି ଜରୁରୀ। ଥଣ୍ଡା କାରଣରୁ ରକ୍ତବାହୀଗୁଡ଼ିକ ସଙ୍କୁଚିତ ହୋଇଯାଏ, ଯାହା ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ।

ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ: ଶୀତଦିନେ ଅଧିକ ସୁସ୍ଥ ଖାଦ୍ୟ ଆବଶ୍ୟକ, ଏହାର ଅର୍ଥ ଯେଉଁ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ନିରାମୟ ସେହି ଖାଦ୍ୟ ଗ୍ରହଣ କରନ୍ତୁ। ଶୀତଦିନେ କମ୍ ଲୁଣ ଖାଆନ୍ତୁ, ଚର୍ବି ଯୁକ୍ତ ଏବଂ ଅତ୍ୟଧିକ ମିଠା ଜାତୀୟ ଖାଦ୍ୟଠୁ ଦୂରେଇ ରୁହନ୍ତୁ। ଖାଦ୍ୟରେ ତାଜା ଫଳ ଓ ପନିପରିବା, ଶସ୍ୟଜାତୀୟ ସହ ହାଲୁକା ପ୍ରୋଟିନ୍ ଅନ୍ତର୍ଭୂକ୍ତ କରନ୍ତୁ।

ଉଷୁମ ପାଣି ପିଅନ୍ତୁ:ସୁସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପାଣି ନିହାତି ଆବଶ୍ୟକ, ତାହା ପୁଣି ପର୍ଯ୍ୟାପ୍ତ ପରିାଣରେ। ଜଳର ଅଭାବ ହୃଦୟ ଏବଂ ସ୍ନାୟୁ ପ୍ରଣାଳୀ ଉପରେ ଚାପ ପକାଇଥାଏ। ଶୀତ ଦିନରେ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ। ଥଣ୍ଡା ଲାଗୁଛି ଭାବି ଆଦୌ ପାଣି ପିଇବାକୁ କମ୍ କରନ୍ତୁ ନାହିଁ।  

ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ: ରକ୍ତଚାପ ଏବଂ ହୃଦୟ ମଧ୍ୟରେ ଏକ ସଂଯୋଗ ଅଛି। ଏପରି ପରିସ୍ଥିତିରେ, ହୃଦୟକୁ ସୁସ୍ଥ ରଖିବା ପାଇଁ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ। ଘରେ ନିୟମିତ ଭାବେ BP ଯାଞ୍ଚ କରନ୍ତୁ। ଯଦି ଉଚ୍ଚ ରକ୍ତଚାପର ରୋଗୀ, ତେବେ ପ୍ରତିଦିନ ରକ୍ତଚାପ ଯାଞ୍ଚ କରିବା ଉଚିତ୍। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health News Health Tips Heart Attacks Heart Attack Prevention Tips