Advertisment

କାହିଁକି ହୁଏ କିଡନୀ କ୍ୟାନସର? ଜାଣନ୍ତୁ କାରଣ ଓ ଲକ୍ଷଣ

କିଡନୀ କର୍କଟର ଲକ୍ଷଣ କଣ, କେଉଁମାନେ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ ଏବଂ ପ୍ରତିରୋଧ କିପରି କରାଯାଇ ପାରିବ, ଜାଣନ୍ତୁ…

Kidney Disease

Kidney Disease

Advertisment

ଦିନକୁ ଦିନ କିଡନୀ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏକ ରିପୋର୍ଟ ଅନୁସାରେ, ଏହା 2040 ସୁଦ୍ଧା ମୃତ୍ୟୁର ପଞ୍ଚମ ବଡ଼ କାରଣ ହୋଇପାରେ। ତେଣୁ କିଡନୀକୁ ସୁସ୍ଥ ରଖିବାକୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସରେ ବିଶ୍ୱ କିଡନୀ କ୍ୟାନସର ଦିବସ ପାଳନ କରାଯାଏ। ତେବେ କିଡନୀ କର୍କଟର ଲକ୍ଷଣ କଣ, କେଉଁମାନେ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ ଏବଂ ପ୍ରତିରୋଧ କିପରି କରାଯାଇ ପାରିବ, ଜାଣନ୍ତୁ…

Advertisment

କିଡନୀ କର୍କଟର ଲକ୍ଷଣ

  • ପରିସ୍ରାରେ ରକ୍ତ।
  • ଅଣ୍ଟାରେ ଯନ୍ତ୍ରଣା।
  • ଭୋକ ନ ଲାଗିବା।
  • ଓଜନ ହ୍ରାସ।
  • ଜ୍ୱର ଲାଗି ରହିବା।
  • ରକ୍ତହୀନତା ଏବଂ ଦୁର୍ବଳତା।

କେଉଁମାନଙ୍କୁ ହୋଇଥାଏ କିଡନୀ କର୍କଟ
ଧୂମପାନ କରୁଥିବା ବ୍ୟକ୍ତି କିଡନୀ ବା ବୃକକ କର୍କଟରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡିତ ସେମାନଙ୍କର କିଡନୀ କର୍କଟ ହୋଇପାରେ।

Advertisment

କିଡନୀ କର୍କଟକୁ ରୋକିବା ପାଇଁ କଣ କରିବା ଉଚିତ୍?
କିଡନୀ କର୍କଟକୁ ରୋକିବା ପାଇଁ ଶରୀରର ଓଜନ ବଜାୟ ରଖନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ ଏବଂ ଯଦି ରକ୍ତଚାପ ଅଛି, ତେବେ ଏହାକୁ ନିୟନ୍ତ୍ରଣ କରନ୍ତୁ। ନିୟମିତ ଔଷଧ ସେବନ କରନ୍ତୁ। ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବାଠୁ ନିଜକୁ ରକ୍ଷା କରନ୍ତୁ।

ଚିକିତ୍ସା
ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କର କିଡନୀ କର୍କଟ ଅଛି, ତେବେ 6 ମାସ କିମ୍ବା ବର୍ଷେ ମଧ୍ୟରେ ଯାଞ୍ଚ କରାଇ ନିଅନ୍ତୁ। ଯାହା ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ରୋଗ ଚିହ୍ନଟ ହୋଇପାରିବ। ରୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଅସ୍ତ୍ରୋପଚାର କିମ୍ବା ଔଷଧ ପାଇଁ ପରାମର୍ଶ ଦେଇଥାନ୍ତି। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Kidney Health Kidney Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe