Advertisment

ପିଲାମାନଙ୍କର ଏହି ସବୁ ଲକ୍ଷଣକୁ କରନ୍ତୁନି ଅଣଦେଖା, ହୋଇପାରେ ମଧୁମେହ

ପିଲାମାନଙ୍କର ମଧୁମେହ ଲକ୍ଷଣ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ପୂର୍ବରୁ ବୟସ୍କଙ୍କଠାରେ ଦେଖା ଯାଉଥିବା ରୋଗ ଏବେ କିଶୋରାବସ୍ଥା ଏବଂ ଯୁବାବସ୍ଥାରେ ଦେଖାଯାଉଛି। ସେଥିମଧ୍ୟରୁ ଡାଇବେଟିସ୍ ବା ମଧୁମେହ ଅନ୍ୟତମ। ଖରାପ ଜୀବନଶୈଳୀ, ଅତ୍ୟାଧୁନିକ ଖାଦ୍ୟ, ମୋଟାପଣ ଇତ୍ୟାଦି କାରଣରୁ ଛୋଟ ପିଲାଙ୍କଠାରେ ଏହି ରୋଗ ଦେଖାଯାଉଛି। ବେଳେବେଳେ ଜେନେଟିକ୍ କାରଣରୁ ମଧ୍ୟ ମଧୁମେହ ହୋଇଥାଏ।

Advertisment

ଆଜିକାଲି ପିଲାମାନଙ୍କଠାରେ ଏହି ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ତେଣୁ ପିତାମାତାମାନେ ପିଲାମାନଙ୍କର ବିଶେଷ ଯତ୍ନ ନେବା ଜରୁରୀ। ମଧୁମେହର ଅନେକ ସାଧାରଣ ଲକ୍ଷଣ ଥାଏ, ସେସବୁ ନିମ୍ନରେ ବର୍ଣ୍ଣନା କରାଯାଇଛି...

ହଠାତ୍ ଓଜନ ହ୍ରାସ 
ଯେତେବେଳେ ପିଲାମାନେ ଖେଳକୁଦ ଆରମ୍ଭ କରନ୍ତି, ସେମାନଙ୍କ ଓଜନ କମିବା ସାଧାରଣ କଥା, କିନ୍ତୁ ଯଦି ଶିଶୁର ଓଜନ ହଠାତ୍ କମିଯାଉଛି ତେବେ ଏହା ଚିନ୍ତାର କାରଣ ହୋଇପାରେ। କାରଣ ହଠାତ୍ ଓଜନ ହ୍ରାସ ମଧୁମେହର ଲକ୍ଷଣ ହୋଇଥାଏ।

Advertisment

ବାରମ୍ବାର ପରିସ୍ରା କରିବା
ଯଦି ପିଲାଟି ସାଧାରଣ ଅପେକ୍ଷା ଅଧିକ ପରିସ୍ରା କରେ, ଏହା ମଧ୍ୟ ମଧୁମେହର ଲକ୍ଷଣ ହୋଇପାରେ। ତେଣୁ ସତର୍କ ରୁହନ୍ତୁ।

ବହୁତ ଶୋଷ ଏବଂ ଭୋକ ଲାଗିବା
ଅନେକ ଥର ପିଲା ଖେଳିବା ସମୟରେ ଅଧିକ ପାଣି ପିଇଥାନ୍ତି। କିନ୍ତୁ ଏହି ଲକ୍ଷଣ ବାରମ୍ବାର ଦେଖାଯିବ ରୋଗର ସଙ୍କେତ ହୋଇପାରେ। କାରଣ ମଧୁମେହ ହେଲେ ରକ୍ତରେ ଶର୍କରା ସ୍ତର ଅଧିକ ହୋଇଯାଏ। ଫଳରେ ଅଧିକ ଶୋଷ ଲାଗେ। ସେହିପରି ବାରମ୍ବାର ଭୋକ ଲାଗିବା, ଖାଇ ସାରିବା ପରେ ଯଦି ପିଲା ଭୋକିଲା ଅନୁଭବ କରୁଛି ତେବେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।  

Health Tips Diabetes In Children Diabetes Symptoms