Advertisment

BP ବଢିଗଲେ ଏହି ସବୁ ଲକ୍ଷଣ ଦେଖାଦିଏ

ନିୟମିତ ଭାବେ ଏହି ସମସ୍ୟା ଦେଖାଯିବା, ସ୍ୱାସ୍ଥ୍ୟ ପାଇଁ ହାନିକାରକ।

author-image
Debibandita Barick
Doctor Check BP

Doctor Check BP

ବର୍ତ୍ତମାନ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ହାଇ ବିପି ବା ଉଚ୍ଚ ରକ୍ତଚାପ ଅନ୍ୟତମ। ଏହା ଗୋଟିଏ ଦିନରେ ଆରମ୍ଭ ହୁଏ ନାହିଁ, ଦୀର୍ଘ ଦିନର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ କାରଣରୁ ଏପରି ହୋଇଥାଏ। ନିୟମିତ ଭାବେ ଏହି ସମସ୍ୟା ଦେଖାଯିବା, ସ୍ୱାସ୍ଥ୍ୟ ପାଇଁ ହାନିକାରକ। କେଉଁ ସବୁ ଲକ୍ଷଣ ଉଚ୍ଚ ରକ୍ତଚାପ ସମୟରେ ଦେଖାଯାଏ, ଜାଣନ୍ତୁ...

Advertisment

ଉଚ୍ଚ ରକ୍ତଚାପର 5 ଲକ୍ଷଣ 

ମୁଣ୍ଡବିନ୍ଧା 
ରକ୍ତଚାପ ବଢିଗଲେ ପ୍ରବଳ ମୁଣ୍ଡବିନ୍ଧା ହୋଇଥାଏ। ବିପି ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଚାପ ମସ୍ତିଷ୍କ ଶୀର ଉପରେ ପ୍ରଭାବ ପକାଏ। ଫଳରେ ମୁଣ୍ଡବିନ୍ଧା ଲକ୍ଷଣ ଦେଖାଯାଏ। 

ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା
ପାହାଚ ଚଢିବା ବେଳେ କିମ୍ବା ଚାଲିବା ସମୟରେ ଯଦି ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। ଯେତେବେଳେ ହୃଦୟ ଠିକ୍ ଭାବରେ କାମ କରିନଥାଏ ଏହି ସମସ୍ୟା ହୁଏ। 

Advertisment

ନାକରୁ ରକ୍ତ ପଡିବା
ନାକରୁ ରକ୍ତସ୍ରାବ ହେଉଥିଲେ, ଆଦୌ ଅଣଦେଖା କରନ୍ତୁ ନାହିଁ। ଉଚ୍ଚ ରକ୍ତଚାପ କାରଣରୁ ଏହା ହୋଇପାରେ। ବାସ୍ତବରେ, ଯେତେବେଳେ ରକ୍ତଚାପ ଅଧିକ ଥାଏ, ନାକର ପତଳା ଝିଲ୍ଲି ଫାଟିଯିବାର ଆଶଙ୍କା ଥାଏ। ଫଳରେ ରକ୍ତସ୍ରାବ ହୁଏ। ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଭେଟନ୍ତୁ।

ଝଟକା ଲାଗିବା
ଅଧିକ ବିପି କାରଣରୁ ବେଳେ ବେଳେ ମୁଣ୍ଡ ବୁଲାଇ ଦେଇ ଝଟକା ଲାଗିପାରେ। ଷ୍ଟ୍ରୋକ୍ କାରଣରୁ ବି ଏପରି ଲକ୍ଷଣ ଦେଖା ଦେଇପାରେ। ଏହିପରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ।

ଛାତି ଯନ୍ତ୍ରଣା
ଛାତି ଯନ୍ତ୍ରଣା ଉଚ୍ଚ ରକ୍ତଚାପର ଅନ୍ୟ ଏକ ଲକ୍ଷଣ। ଏହି ଲକ୍ଷଣକୁ ଅଣଦେଖା କରିବା ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ହୋଇପାରେ। ତେଣୁ, ସଠିକ୍ ସମୟରେ ଚିକିତ୍ସା କରାଇନିଅନ୍ତୁ।  

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Blood Pressure High BP BP Symptoms