Advertisment

କାହିଁକି ନାଚୁ ନାଚୁ ହେଉଛି ହାର୍ଟ ଆଟାକ୍, ଜାଣନ୍ତୁ

ସୁସ୍ଥ ଲୋକଟିଏ, ଚାଲୁଥିବ, ଖେଳୁଥିବ କି ନାଚୁଥିବା ସମୟରେ କାହିଁକି ହୃଦଘାତ ହୁଏ, ଏହାର କାରଣ କଣ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ନିକଟ ଅତିତରେ ଜିମରେ କିମ୍ବା ନୃତ୍ୟ କରିବା ସମୟରେ ହୃଦଘାତରେ ଲୋକେ ଟଳି ପଡୁଥିବାର ଭିଡିଓ ଭାଇରାଲ୍ ହେଉଥିଲା। ଏହିପରି ଭିଡିଓ ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଥିଲା। ଏପରିକି କ୍ରିକେଟ ଖେଳିବା ସମୟରେ କମ୍ ବୟସର ପିଲାମାନେ ହୃଦଘାତର ଶିକାର ହେବା ଭଳି ଖବର ମଧ୍ୟ ହସ୍ତଗତ ହୋଇଛି। ତେବେ ସୁସ୍ଥ ଲୋକଟିଏ, ଚାଲୁଥିବ, ଖେଳୁଥିବ କି ନାଚୁଥିବା ସମୟରେ କାହିଁକି ହୃଦଘାତ ହୁଏ, ଏହାର କାରଣ କଣ, ଜାଣନ୍ତୁ...

Advertisment

ହୃଦ୍‌ଘାତ କ'ଣ?
ବିଶେଷଜ୍ଞଙ୍କ ଅନୁଯାୟୀ, ହୃଦ୍‌ଘାତ ବା କାର୍ଡିଆକ୍ ଆରେଷ୍ଟ କାରଣରୁ ହଠାତ୍ ହୃଦୟ କାମ କରିବା ବନ୍ଦ ହୋଇଯାଏ। ଏହି କାରଣରୁ ଶରୀରର ଅଙ୍ଗକୁ ରକ୍ତ ସଠିକ୍ ଭାବରେ ସଞ୍ଚାଳନ ହୋଇପାରେ ନାହିଁ ଏବଂ ମସ୍ତିଷ୍କରେ ଅମ୍ଳଜାନର ଅଭାବ ହୁଏ। ଫଳରେ ନାଚିବା ସମୟରେ କିମ୍ବା ଜିମରେ ୱାକ୍ କରିବା ସମୟରେ ହଠାତ୍ ମୃତ୍ୟୁ ଘଟେ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେତେବେଳେ ହୃଦ୍‌ଘାତ ହୁଏ, ଛାତିରେ ହଠାତ୍ ପ୍ରବଳ ଯନ୍ତ୍ରଣା ହୁଏ। ହାଲୁକା ଝାଳ ମଧ୍ୟ ବୁହେ।

ଏହା ହୃଦଘାତର ଏକ ଲକ୍ଷଣ। ଏହି ଲକ୍ଷଣ ଦେଖା ଦେଉ ଦେଉ ଜୀବନ ଚାଲିଯାଇପାରେ। ହୃଦ୍‌ଘାତରେ ରୋଗୀର ଜୀବନ ବଞ୍ଚାଇବା ଅତ୍ୟନ୍ତ କଷ୍ଟକର। ଏକ ଆକଳନ ଅନୁଯାୟୀ, ଡାକ୍ତରଖାନା ବାହାରେ ହୃଦ୍‌ଘାତରେ ପୀଡିତ ହେଲେ ୧୦୦ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କ ଜୀବନ ବଞ୍ଚିପାରେ। 

Advertisment

ହୃଦ୍‌ଘାତ ଏବଂ କରୋନା ଭୂତାଣୁ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ହୃଦ୍‌ଘାତ ବୃଦ୍ଧି ହେବାର ଅନ୍ୟତମ କାରଣ ହେଉଛି କରୋନା ଭୂତାଣୁ। ଏହି ଭୂତାଣୁ କାରଣରୁ ଶରୀରରେ ରକ୍ତ ଜମାଟ ବାନ୍ଧିଥାଏ। ହୃଦୟ ଶିରାରେ ସୃଷ୍ଟି ହୋଇଥିବା ରକ୍ତ ଜମାଟ କାରଣରୁ ହୃଦୟ ରକ୍ତକୁ ସଠିକ୍ ଭାବରେ ପମ୍ପ କରିବାରେ ସକ୍ଷମ ହୁଏ ନାହିଁ। ରକ୍ତ ଅବରୋଧ କାରଣରୁ ହୃଦଘାତ ହୁଏ। ରକ୍ତ ଅବରୋଧର ୧୫ ମିନିଟରୁ ଅଧ ଘଣ୍ଟା ମଧ୍ୟରେ ହୃଦ୍‌ଘାତ ହୁଏ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।  

Odia Health Tips Sudden Heart Attack Health News Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe