Advertisment

ହୋଲି ରଙ୍ଗରେ ମିଶିଥାଏ ଏହି ସବୁ କ୍ଷତିକାରକ ରାସାୟନିକ, କିପରି ଯତ୍ନ ନେବେ ଜାଣନ୍ତୁ

ରଙ୍ଗର ପର୍ବ ହୋଲିକୁ କିପରି ସତର୍କତାର ସହ ପାଳନ କରିବେ, ଜାଣନ୍ତୁ ଟିପ୍ସ।

Holi Celebration File Photo

Holi Celebration File Photo

Advertisment

ଆସିଛି ରଙ୍ଗର ପର୍ବ ହୋଲି। ଆଉ ଦିନ କେଇଟା ଗଲେ ସବୁଠି ଫଗୁ ଖେଳାଯିବ। ପର୍ବ-ପର୍ବାଣୀ ପାଳନ କରିବା ଜରୁରୀ, କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସ୍ୱାସ୍ଥ୍ୟର ଯତ୍ନ। ହୋଲି ଏବଂ ଦୀପାବଳି ଭଳି ପର୍ବରେ ସ୍ୱାସ୍ଥ୍ୟର ଯତ୍ନକୁ ଅଧିକ ଧ୍ୟାନ ଦିଆଯାଏ। କାରଣ ବଜାରରେ ମିଳୁଥିବା ହୋଲି ରଙ୍ଗରେ ରାସାୟନିକ ସାମଗ୍ରୀ ମିଶ୍ରଣ ହେଉଛି, ଯାହା ଆମ ନାକ, ପାଟି ଏବଂ ଚର୍ମ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ରଙ୍ଗର ଏହି ପର୍ବକୁ କିପରି ସତର୍କତାର ସହ ପାଳନ କରିବେ, ଜାଣନ୍ତୁ... 

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହୋଲି ରଙ୍ଗରେ ମର୍କ୍ୟୁରି (ପାରା), ଲେଡ୍(ସୀସା) ଏବଂ କ୍ରୋମିୟମ୍ ମିଶ୍ରିତ ହୋଇଥାଏ। ଏଗୁଡିକ ଶ୍ୱାସକ୍ରିୟା ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ। ଯେପରିକି...

  • ଫୁସଫୁସ୍ ମାର୍ଗରେ ଅଟକି ଯାଇପାରେ, ଯେଉଁ କାରଣରୁ ବ୍ରୋଙ୍କାଇଟିସ୍, ଆସ୍ଥମା ଏବଂ ଆଲର୍ଜି ହୋଇପାରେ। ହୋଲି ଖେଳିବା ସମୟରେ ଅଧିକାଂଶ ଲୋକ ଥଣ୍ଡା ଏବଂ କାଶର ମଧ୍ୟ ଶିକାର ହୁଅନ୍ତି।
  • ହୋଲି ରଙ୍ଗରେ ସୀସା ପରି ଭାରୀ ଧାତୁ ଥାଏ, ଯାହା ରକ୍ତକୁ କ୍ଷତି ପହଞ୍ଚାଇପାରେ।
  • ରଙ୍ଗରେ ମିଶ୍ରିତ ହେଉଥିବା କ୍ରୋମିୟମ୍ ରସାୟନିକ ବ୍ରୋଙ୍କାଇଟିସ୍, ଆସ୍ଥମା ଏବଂ ଆଲର୍ଜି ସୃଷ୍ଟି କରିପାରେ, ଏହା ପିଲାମାନଙ୍କ ପାଇଁ ବିପଦଜନକ।
  • ମର୍କ୍ୟୁରି କିଡନୀ, ଯକୃତ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।
  • ସିନ୍ଥେଟିକ୍ ରଙ୍ଗ ଚର୍ମ ପାଇଁ କ୍ଷତିକାରକ।
Advertisment

କିପରି ନେବେ ଯତ୍ନ

  • ସର୍ବପ୍ରଥମେ, ଅତ୍ୟଧିକ ରଙ୍ଗୀନ ଏବଂ ଉଜ୍ଜ୍ୱଳ ରଙ୍ଗ କିଣିବାଠାରୁ ଦୂରେଇ ରୁହନ୍ତୁ। ଏଥିରେ ଅଧିକ ରସାୟନିକ ମିଶ୍ରିତ ହୋଇଥାଏ 
  • ଫୁଲ ଏବଂ ହଳଦୀରୁ ନିର୍ମିତ ପ୍ରାକୃତିକ ରଙ୍ଗ କିଣନ୍ତୁ।
  • ଯଦି ଆସ୍ଥମା ଏବଂ ବ୍ରୋଙ୍କାଇଟିସ୍‌ ରୋଗରେ ପୀଡିତ, ତେବେ ହୋଲି ଖେଳିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ। ମାସ୍କ କିମ୍ବା ସ୍କାର୍ଫ ପିନ୍ଧନ୍ତୁ।
  • ନାକ ଏବଂ ପାଟି ଦେଇ ଯେପରି ରଙ୍ଗ କଣିକା ନିଶ୍ୱାସରେ ନଯାଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। 
  • ମଦ୍ୟପାନ ଏବଂ ଭାଙ୍ଗ ଭଳି ନିଶାଦ୍ରବ୍ୟଠୁ ଦୂରେଇ ରୁହନ୍ତୁ। 
Holi Health Tips Holi Safety Tips Color Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe