ଭିଟାମିନ-ସି ଅଭାବରେ ଦେଖାଯାଏ ଏହି ସବୁ ଲକ୍ଷଣ, କିପରି ଦୂର କରିବେ ଜାଣନ୍ତୁ

ଭିଟାମିନ୍-ସି ଅଭାବରୁ କି କି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ଏବଂ କିପରି ଏହାର ଅଭାବକୁ ଦୂର କରିବେ, ଜାଣନ୍ତୁ...

ବିଭିନ୍ନ ପ୍ରକାର ଫଳ

  • Published: Tuesday, 23 July 2024
  • , Updated: 23 July 2024, 06:41 PM IST

ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭିଟାମିନ୍-ସି। ଏହି ଭିଟାମିନର ଅଭାବରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। କିନ୍ତୁ ଅନେକ ଲୋକ ଏହାର ଲକ୍ଷଣକୁ ଜାଣି ପାରନ୍ତି ନାହିଁ। ଭିଟାମିନ୍-ସି ଅଭାବରୁ କି କି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ଏବଂ କିପରି ଏହାର ଅଭାବକୁ ଦୂର କରିବେ, ଜାଣନ୍ତୁ...

ଭିଟାମିନ୍-ସି ଅଭାବର ସ୍ୱାସ୍ଥ୍ୟ ସମସ୍ୟା:-

ଦାନ୍ତରୁ ରକ୍ତସ୍ରାବ: ଯଦି ଦାନ୍ତରୁ ରକ୍ତସ୍ରାବ ହେଉଛି, ତେବେ ଭିଟାମିନ୍-ସି ଅଭାବର ଶିକାର ହୋଇପାରନ୍ତି। ଏପରି ଲକ୍ଷଣ ଦେଖିଲେ ଭିଟାମିନ୍-ସି ଭରପୂର ଥିବା ଖାଦ୍ୟ ଖାଆନ୍ତୁ। ନଚେତ୍ ଧୀରେ ଧୀରେ ସମସ୍ୟା ଗମ୍ଭୀର ହୋଇପାରେ।

ଚର୍ମ ଏବଂ କେଶ ସମ୍ବନ୍ଧୀୟ ସମସ୍ୟା: ଚର୍ମ ଓ କେଶ ସମ୍ବନ୍ଧୀୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଭିଟାମିନ୍-ସିର ଅଭାବ। ଯଦି କେଶ କ୍ରମାଗତ ଭାବରେ ଝଡ଼ୁଛି ଏବଂ ଚର୍ମର ଯେକୌଣସି ସ୍ଥାନରେ ଲାଲ ରଙ୍ଗର ଦାଗ ଦେଖାଯାଉଛି, ତେବେ ଏହା ପଛର କାରଣ ଶରୀରରେ ଭିଟାମିନ୍-ସିର ଅଭାବ ହୋଇପାରେ। ଏହାକୁ ରୋକିବା ପାଇଁ ଖାଦ୍ୟରେ ଆଇରନ୍, ଭିଟାମିନ୍-ସି, ଭିଟାମିନ୍ B12 ଅନ୍ତର୍ଭୁକ୍ତ କରନ୍ତୁ।

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି: ଭିଟାମିନ୍-ସି ଅଭାବ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ତେଣୁ ଭିଟାମିନ୍-ସି ସମୃଦ୍ଧ ଖାଦ୍ୟ ଖାଆନ୍ତୁ।

ରକ୍ତହୀନତା: ଭିଟାମିନ୍-ସି ଅଭାବ କାରଣରୁ ରକ୍ତହୀନତା ଦେଖା ଯାଇପାରେ। କାରଣ ଶରୀରର ଆଇରନ୍ ବା ଲୌହ ଅଭାବକୁ ଦୂର କରିଥାଏ ଭିଟାମିନ୍-ସି। ଯଦି ଭିଟାମିନ୍-ସି ଅଭାବ ହୁଏ, ତେବେ ରକ୍ତହୀନତା ଦେଖାଯାଏ। 

ଘା' କିମ୍ବା କ୍ଷତ ଶୀଘ୍ର ଭଲ ନହେବା: ଯଦି କୌଣସି ଘା' କିମ୍ବା କ୍ଷତ ଶୀଘ୍ର ଭଲ ହେଉନାହିଁ, ତେବେ ଏହା ଭିଟାମିନ୍-ସି ଅଭାବ କାରଣରୁ ହୋଇପାରେ। କାରଣ କ୍ଷତ ଠିକ୍ କରିବାରେ ସାହାଯ୍ୟ କରୁଥିବା କୋଲେଜନ୍ ଭିଟାମିନ୍-ସି ଦ୍ୱାରା ଉତ୍ପାଦନ ହୋଇଥାଏ। 

ମୌସୁମୀ ରୋଗର ଆଶଙ୍କା ବୃଦ୍ଧି: ଭିଟାମିନ୍-ସି ଅଭାବ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ, ଯାହା ଫଳରେ ଋତୁକାଳୀନ ରୋଗ ହୋଇଥାଏ। ବିଶେଷକରି ଭିଟାମିନ୍-ସି ଅଭାବରେ କାଶ ଏବଂ ଭାଇରାଲ୍ ସଂକ୍ରମଣ ଲାଗି ରହିଥାଏ। 

କିପରି ଦୂର କରିବା ଭିଟାମିନ୍-ସି ଅଭାବ:
ଭିଟାମିନ୍-ସିରେ ଭରପୂର ଥିବା ଖାଦ୍ୟ, ଯେପରିକି ସାଇଟ୍ରସ୍ ଫଳ, ଷ୍ଟ୍ରବେରି, କ୍ୟାପସିକମ୍ ଏବଂ ପତ୍ରଯୁକ୍ତ ପନିପରିବା ପ୍ରଚୁର ପରିମାଣରେ ଖାଆନ୍ତୁ। ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଭିଟାମିନ୍-ସି ଅଭାବ ଦୂର ହୋଇପାରେ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Related story