ସ୍ୱାସ୍ଥ୍ୟ ପାଇଁ ଭିଟାମିନ, ପ୍ରୋଟିନ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଭିଟାମିନ ମଧ୍ୟରୁ ଭିଟାମିନ-କେ ସ୍ୱାସ୍ଥ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଭିଟାମିନ ହୃଦୟ ଏବଂ ଅସ୍ଥି ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ। ଖାଦ୍ୟ ମାଧ୍ୟମରେ କିପରି ଭିଟାମିନ-କେ ଅଭାବକୁ ଦୂର କରିବେ, ଜାଣନ୍ତୁ...
ବ୍ରୋକୋଲି
ବ୍ରୁସେଲ୍ସ ସ୍ପ୍ରାଉଟ୍ସ
ପାଳଙ୍ଗ
ଆମେ ଜାଣୁ ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ। ବିଶେଷ କରି ପତ୍ରଯୁକ୍ତ ପରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ପାଳଙ୍ଗରୁ ଭିଟାମିନ-କେ ବ୍ୟତୀତ ଭିଟାମିନ-ଏ ଏବଂ ଫାଇବର ମିଳିଥାଏ। ପାଳଙ୍ଗରେ ଥିବା ଏହି ଉପାଦେୟ ଆଖି ଏବଂ ହଜମ ପାଇଁ ଲାଭଦାୟକ।
ବନ୍ଧାକୋବି
ଏଥିରେ ଭିଟାମିନ-କେ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଏ। କୋଲେଷ୍ଟ୍ରଲ ହ୍ରାସ କରିବାରେ ବନ୍ଧାକୋବି ସହାୟକ ହୋଇପାରେ। କୋଲେଷ୍ଟ୍ରଲ ହ୍ରାସ ପାଇଲେ ନିଶ୍ଚିତ ରୂପେ ହୃଦୟ ସୁସ୍ଥ ବଜାୟ ରହିବ।
କାଲେ
କାଲେ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଭିଟାମିନ-କେ ସହିତ ଭିଟାମିନ-ଏ, ବି ଏବଂ ସି ରହିଥାଏ, ଯାହା ଆଖି ଏବଂ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ। କାଲେରେ ଫାଇବର ଥିବା କାରଣରୁ ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।