Advertisment

କୁଟିଙ୍ଗା ପଞ୍ଚାୟତରେ ଆନ୍ଥ୍ରାକ୍ସ ଭୟ, ଦୁଇ ଜଣ ସନ୍ଦେହ ଘେରରେ

ଆନ୍ଥ୍ରାକ୍ସ ରୋଗ ହେଇଥିବା ଯାଣିବା ପରେ ଜିଲ୍ଲା ସ୍ତରୀୟ ଏକ ଡ଼ାକ୍ତରୀ ଦଳ କୁଟିଙ୍ଗା ଗାଁକୁ ଯାଇ ଘର ଘର ବୁଲି ଔଷଧ ବଣ୍ଟନ କରିଥିଲେ

ଅଦ୍ୟତନ ହୋଇଛି
Mane

Mane

Advertisment

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କୁଟିଙ୍ଗା ଗାଁରେ ଦେଖାଯାଇଛି ଆନ୍ଥ୍ରାକ୍ସ ରୋଗର ଭୟ। ଏହି ରୋଗରେ ଦୁଇ ଜଣ ବ୍ୟକ୍ତି ସନ୍ଦେହ ଘେରରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ଆନ୍ଥ୍ରାକ୍ସ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇନାହିଁ। ହେଲେ ସେମାନଙ୍କ ଠାରେ ସେହି ରୋଗର ଲକ୍ଷଣ ଦେଖା ଦେଇଥିବାରୁ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ମେଡିକାଲକୁ ପଠାଯାଇଛି।

Advertisment

ଆନ୍ଥ୍ରାକ୍ସରେ ଆକ୍ରାନ୍ତ ସନ୍ଦେହରେ ଗାଁର ମୁକୂନା ମିଣିଆକା ଓ ଉକୁ ମିଣିଆକାଙ୍କୁ ମଙ୍ଗଳବାର ଦିନ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁହେଁ ଅପରାହ୍ନ ତିନିଟା ବେଳେ ମେଡିକାଲରୁ ଫେରାର ହୋଇ ନିଜ ଘରକୁ ଚାଲିଯାଇଥିଲେ ବୋଲି ମେଡିକାଲ ତରଫରୁ ସୂଚନା ମିଳିଛି।

ଆନ୍ଥ୍ରାକ୍ସ ରୋଗର ଲକ୍ଷଣ ଥିବା ଜାଣିବା ପରେ ଜିଲ୍ଲା ସ୍ତରୀୟ ଏକ ଡାକ୍ତରୀ ଦଳ କୁଟିଙ୍ଗା ଗାଁକୁ ଯାଇ ଘର ଘର ବୁଲି ଔଷଧ ବଣ୍ଟନ କରିଥିଲେ। ଆଜି ପୁଣି ଲକ୍ଷ୍ମୀପୁର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାର ଏକ ଦଳ କୁଟିଙ୍ଗ ଗାଁ ଗସ୍ତ କରି ଡାକ ବାଜି ଯନ୍ତ୍ର ସାହାଯ୍ୟରେ ମଲା ପଶୁଙ୍କ ମାଂସ ନଖାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ।

Advertisment

ସ୍ୱାସ୍ଥ୍ୟ କର୍ମୀ ଜୟନ୍ତୀ ଶବର କହିଛନ୍ତି, ମୁକୂନା ମିଣିଆକା ଓ ଉକୁ ମିଣିଆକାଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଆସିଲା ପରେ ହିଁ ଆନ୍ଥ୍ରାକ୍ସ ହେଇଛିକି ନାହିଁ ଜଣାପଡ଼ିବ। 

Anthrax
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe