Advertisment

ବିଳମ୍ବିତ ରାତିରେ ଶୋଉଛନ୍ତି କି? ହୋଇପାରେ ଏହି ସାଙ୍ଘାତିକ ରୋଗ

କିଛି ଲୋକ ବାଧ୍ୟ ହୋଇ ବିଳମ୍ବିତ ରାତିରେ ଶୋଉଥିବା ବେଳେ ଆଉ କିଛି ମୋବାଇଲ ନିଶାରେ ଲେଟ ନାଇଟରେ ବେଡକୁ ଯାଆନ୍ତି। ଏହା ନିତିଦିନିଆ ଜୀବନଶୈଳୀରେ ପରିଣତ ହୋଇଗଲାଣି।

sleep

sleep

Advertisment

ଯେଉଁମାନେ ରାତି ବେଳା ବିଳମ୍ବରେ ଶୋଇବାକୁ ଯାଆନ୍ତି ସେମାନଙ୍କୁ ସାଧାରଣତଃ ପେଚା କୁହାଯାଏ। ତେବେ ବିଳମ୍ବିତ ରାତିରେ ଶୋଇବା ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ। ଆଜିକା ଦିନରେ ଲୋକଙ୍କ ଜୀବନଶୈଳୀରେ ବହୁତ ପରିବର୍ତ୍ତନ ଆସିଲାଣି। ବିଳମ୍ବରେ ଖାଇବା, ବିଳମ୍ବରେ ଶୋଇବା ଓ ବିଳମ୍ବରେ ଶଯ୍ୟାତ୍ୟାଗ ଆଦି ଅଭ୍ୟାସରେ ପରିଣତ ହୋଇଗଲାଣି। 

Advertisment

ତେବେ ଏପରି ଅଭ୍ୟାସ ଲୋକଙ୍କ ଜୀବନ ପ୍ରତି ଆଣିପାରେ ବିପଦ। କିଛି ଲୋକ ବାଧ୍ୟ ହୋଇ ବିଳମ୍ବିତ ରାତିରେ ଶୋଉଥିବା ବେଳେ ଆଉ କିଛି ମୋବାଇଲ ନିଶାରେ ଲେଟ ନାଇଟରେ ବେଡକୁ ଯାଆନ୍ତି। ଏହା ନିତିଦିନିଆ ଜୀବନଶୈଳୀରେ ପରିଣତ ହୋଇଗଲାଣି। ହେଲେ ଆପଣ ଜାଣିଛନ୍ତି କି ଏପରି ବିଳମ୍ବରେ ଶୋଇବା ଅଭ୍ୟାସ ବଡ଼ ରୋଗର କାରଣ ସାଜିପାରେ? ଆପଣ ଟାଇପ୍-2 ମଧୁମେହ ବା ଡାଇବେଟିସ ଭଳି ଭଳି ସାଙ୍ଘାତିକ ରୋଗରେ ପଡ଼ି ପାରନ୍ତି ବୋଲି ନୂଆ ରିପୋର୍ଟ ପ୍ରକାଶ ପାଇଛି। 

ବିଳମ୍ବରେ ଶୋଇଲେ ହେବ ଡାଇବେଟିସ!  

ସାଧାରଣତଃ ଶୀଘ୍ର ବେଡକୁ ଯାଉଥିବା ଲୋକଙ୍କ ଅପେକ୍ଷା ବିଳମ୍ବରେ ଶୋଉଥିବା ଲୋକଙ୍କ କ୍ଷେତ୍ରରେ ଟାଇପ୍-୨ ମଧୁମେହ ରୋଗ ହେବାର ଆଶାଙ୍କା ୪୬% ଅଧିକ। କେବଳ ମଧୁମେହ ନୁହେଁ, ବିଳମ୍ବରେ ଶୋଇବା ଦ୍ୱାରା ଆପଣଙ୍କ 'ବଡି ମାକ୍ସ ଇଣ୍ଡେକ୍ସ' (BMI),ଶରୀର ମଧ୍ୟରେ ଚର୍ବି ବୃଦ୍ଧି ଓ ଫ୍ୟାଟି ଲିଭର ଭଳି ସମସ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଛି। 

Advertisment

EASD ବୈଠକରେ ପ୍ରକାଶ ପାଇଛି ରିପୋର୍ଟ 

ସ୍ପେନର ମାଡ୍ରିଡରେ ହୋଇଥିବା 'ୟୁରୋପିଆନ ଆସୋସିଏସନ ଫର ଦି ଷ୍ଟଡି ଅଫ ଡାଇବେଟିସ' (EASD)ର ବାର୍ଷିକ ବୈଠକରେ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ନେଦରଲ୍ୟାଣ୍ଡ୍ସର ଲେଡେନ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ଡାକ୍ତର ଜେରୋଇନ ଭାନ୍ ଡେର ଭେଲଦେଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରେ ଶୋଇବା ସମୟ ସହିତ ଶରୀରରେ ଚର୍ବି ବୃଦ୍ଧି ଓ ସମ୍ଭାବ୍ୟ ମଧୁମେହ ରୋଗର ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଧ୍ୟକ୍ଷୟନରୁ 

ଭାରତରେ ପ୍ରାୟ ୧୦ କୋଟି ଲୋକ ମଧୁମେହରେ ପୀଡ଼ିତ

ଭାରତରେ ପ୍ରାୟ ୧୦ କୋଟି ଲୋକ ଟାଇପ୍-୨ ଡାଇବେଟିସରେ ପୀଡ଼ିତ। ଯେତେବେଳେ 'ଇନସୁଲିନ'କୁ ଶରୀର ସଠିକ ଢଙ୍ଗରେ ବ୍ୟବହାର କରିନପାରେ, ସେତେବେଳେ ଶରୀରରେ ସୁଗାରର ମାତ୍ରା ବଢ଼ିଯାଇଥାଏ। ପୋଟାପଣ, ବ୍ୟାୟାମ ନ କରିବା ଓ ଅସ୍ୱାସ୍ଥ୍ୟ ଖାଦ୍ୟ ଶୈଳୀ ଯୋଗୁ ଏପରି ଘଟିଥାଏ। 

ଏହି ଅଧ୍ୟୟନରେ ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ନିକଟରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏମାନଙ୍କ ବୟସ ୫୬ ବର୍ଷ କିମ୍ବା ତା'ଠାରୁ କମ ଥିଲା। ଏହି ଲୋକମାନେ ସେମାନଙ୍କ ଶୋଇବା ଅଭ୍ୟାସ ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ। ସେମାନଙ୍କ 'ବଡି ମାକ୍ସ ଇଣ୍ଡେକ୍ସ' (BMI), ଶରୀର ମଧ୍ୟରେ ଥିବା ଚର୍ବି ଓ ଲିଭର ଫ୍ୟାଟ ଆଦିର ତଥ୍ୟ ମଧ୍ୟ MRI ମାଧ୍ୟମରେ ସଂଗ୍ରହ ହୋଇଥିଲା। ଏହାପରେ ପ୍ରାୟ ୬ ବର୍ଷ ୬ ମାସ ପରେ ଦେଖାଗଲା ଯେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୨୫ ଜଣ ଟାଇପ-୨ ଡାଇବେଟିସରେ ପୀଡ଼ିତ। ଏହି ଟାଇପ ୨ ଡାଇବେଟିସ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି। ଏହାର ମୁଖ୍ୟ କାରଣ ହେଲା ବିଳମ୍ବରେ ଶୋଇବା। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୟସ, ଶାରୀରିକ ପରିଶ୍ରମ କିମ୍ବା ଭଲ ନିଦ୍ରା ସତ୍ତ୍ୱେ ବିଳମ୍ବରେ ଶୋଇବାକୁ ଯାଉଥିବା ଲୋକଙ୍କ ମଧ୍ୟରେ ଅନ୍ୟମାନଙ୍କ ଅପେକ୍ଷା ମଧୁମେହ ରୋଗ ବୃଦ୍ଧି ପାଇବାର ଆଶାଙ୍କା ୪୬% ଅଧିକ ରହିଛି। 

ସାବଧାନତା ଅବଲମ୍ବନ କରନ୍ତୁ 

ଡାକ୍ତର ଜେରୋଇନ ଭାନ୍ ଡେର ଭେଲଦେଙ୍କ କହିବା ଅନୁଯାୟୀ ମଧୁମେହ ଶିକାରରୁ ବଞ୍ଚିବା ପାଇଁ ଆମକୁ ଜୀବନଶୈଳୀକୁ କିଛିମାତ୍ରାରେ ବଦଳାଇବାକୁ ପଡ଼ିବ। ଶୀଘ୍ର ରାତିରେ ଖାଇବା, ଶୀଘ୍ର ଶୋଇବା, ନିୟମିତ ବ୍ୟାୟମ କରିବା ଓ ଖାଦ୍ୟ ଶୈଳୀରେ ପରିବର୍ତ୍ତନ କଲେ ଟାଇପ ୨ ଡାଇବେଟିସକୁ ରୋକା ଯାଇ ପାରିବ।

Health Diabetes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe