Advertisment

ହୃଦଘାତ ବୃଦ୍ଧି ସହ କୋଭିଡର କିଛି ଲିଙ୍କ୍ ଅଛି କି?

ହୃଦଘାତ ଓ କୋଭିଡ ମଧ୍ୟରେ ଲିଙ୍କ୍ ଅଛି କି ନାହିଁ ଅନୁସନ୍ଧାନ କଲେ ଜାତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ଓ ଆଇସିଏମଆର।

author-image
Debibandita Barick
ଅଦ୍ୟତନ ହୋଇଛି
Covid Link With Heath Attack?

Covid Link With Heath Attack?

ନବରାତ୍ରୀରେ ଗରବା ନୃତ୍ୟ ପ୍ରଦର୍ଶନ ବେଳେ ଗୁଜରାଟରେ ଗୋଟିଏ ଦିନରେ ୧୦ ଜଣ ହୃଦଘାତରେ ପ୍ରାଣ ହରାଇବା ସମସ୍ତଙ୍କୁ ଚକିତ କରିଥିଲା। କେବଳ ଗୁଜରାଟ କାହିଁକି, ଏବେ ସମଗ୍ର ଦେଶରେ ହୃଦଘାତ ସମସ୍ୟା ବୃଦ୍ଧି ପାଉଛି। ନାଚୁଥିବା, ଗାଉଥିବା, ଜିମରେ ଶାରୀରିକ କାର୍ଯ୍ୟକଳାପ ସମୟରେ ଟଳିପଡୁଥିବାର ଭିଡିଓ ଭାରଇରାଲ୍ ହେଉଛି।

Advertisment

ପୂର୍ବାପେକ୍ଷା ଏବେ ହୃଦଘାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ୍ ସହ ଏହାର କିଛି ଲିଙ୍କ୍ ଥିବା ଅନୁମାନ କରାଯାଉ ଥିଲା, ଯାହା ସତ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। କୋଭିଡ ସଂକ୍ରମଣ ହୃଦୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। 

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ପକ୍ଷରୁ କରାଯାଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି ଯେ, COVID-19 ସଂକ୍ରମଣ ଧମନୀ ଟିସୁ ଏବଂ ମାକ୍ରୋଫେଜ୍(ଏକ ପ୍ରକାର ଶ୍ୱେତ ରକ୍ତ କଣିକା) ଉପରେ ପ୍ରଭାବ ପକାଇପାରେ। ଏହା ଆଥେରୋସ୍କ୍ଲେରୋଟିକ୍ ପ୍ଲେକରେ ପ୍ରଦାହ ସୃଷ୍ଟି କରିଥାଏ, ଯାହା ହୃଦଘାତ କିମ୍ବା ଷ୍ଟ୍ରୋକ୍ ଭଳି ବିପଦ କାରଣ ହୋଇପାରେ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି।

Advertisment

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମଧ୍ୟ ହୃଦଘାତ ସହ କୋଭିଡ ସଂକ୍ରମଣର ଲିଙ୍କ ଥିବା ଦର୍ଶାଇଛି। ଆଇସିଏମ୍ଆର କହିଛି ଯେ, କୋଭିଡ ସଂକ୍ରମଣ ହୃଦଘାତ କରାଇପାରେ। ଯେଉଁମାନେ ଏହି ସଂକ୍ରମଣର ଶିକାର ହୋଇଥିଲେ ସେମାନେ ଅତି କମରେ ଏକ ବର୍ଷ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବା ଉଚିତ୍ ନୁହେଁ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଅ ମଧ୍ୟ ଆଇସିଏମଆର ରିପୋର୍ଟକୁ ଦର୍ଶାଇ କୋଭିଡରେ ସଂକ୍ରମିତ ହୋଇଥିବା ଲୋକଙ୍କୁ, ଅତ୍ୟଧିକ ଚଳପ୍ରଚଳ, କଠିନ ବ୍ୟାୟାମ ଏବଂ ଶାରୀରିକ ପରିଶ୍ରମ ଆଦି ନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି କରୁଛୁ ଏବଂ ପାରମ୍ପାରିକ ଔଷଧ ପ୍ରଣାଳୀକୁ ପ୍ରୋତ୍ସାହିତ କରୁଛୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। 

ନବରାତ୍ରୀ ପାଇଁ ଗରବା ନୃତ୍ୟ ଏବଂ ଏହା ପୂର୍ବରୁ ଅଭ୍ୟାସ ସମୟରେ ଗୁଜରାଟରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ସବୁଠୁ ବଡ଼ କଥା ହେଉଛି କି ମୃତକଙ୍କ ମଧ୍ୟରେ କିଶୋର ଏବଂ ଯୁବ ବୟସର ଲୋକ ଥିଲେ।

Covid19 Health Minister ICMR Research Heart Attack Garba Navaratri Heart Attack And Covid Link Research On Covid