Advertisment

ଏହି ସବୁ କାରଣ ଯୋଗୁ ମହିଳାମାନଙ୍କର ହୋଇଥାଏ Back Pain

ମହିଳାମାନଙ୍କର ଅଣ୍ଟା ବିନ୍ଧା(Back Pain) ପଛରେ ଅନେକ କାରଣ ରହିଛି।

Backpain

Backpain

Advertisment

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଅଣ୍ଟା ବିନ୍ଧା(Back Pain) ସାଧାରଣ ସମସ୍ୟା। ପ୍ରତ୍ୟେକ ମହିଳା ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଆଘାତ, ଓଜନିଆ ଜିନିଷ ଉଠାଇବା, ଅଧିକ ସମୟ ନଇଁକି କାମ କରିବା, ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା ଯୋଗୁ ମଧ୍ୟ ଅଣ୍ଚା ବିନ୍ଧା ସମସ୍ୟା ହେଉଛି। ତେବେ ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଅଧିକ ଅଣ୍ଟା ବିନ୍ଧା(Back Pain) ହୋଇଥାଏ।ମହିଳାମାନଙ୍କର ଅଣ୍ଟା ବିନ୍ଧା(Back Pain) ପଛରେ ଅନେକ କାରଣ ରହିଛି। ତେବେ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ।

Advertisment

ଅଷ୍ଟିଓପୋରୋସିସ୍(Osteoporosis)- ୪୦ ବର୍ଷ ଡେଇଁବା ପରେ ମହିଳାଙ୍କ କ୍ଷେତ୍ରରେ ଅଷ୍ଟିଓପୋରୋସିସ୍ ସମସ୍ୟା ଦେଖାଯାଇଥାଏ। ଏହି ବୟସ ଅତିକ୍ରାନ୍ତ ହେବା ପରେ ପ୍ରାୟ ମହିଳାମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି।ମହିଳାଙ୍କର ଅଣ୍ଟା, ପିଠି ଓ ବେକରେ ଯନ୍ତ୍ରଣା ହୋଇଥାଏ। ଏହା ସହ ଅଧିକ ସମୟ ନଇଁକି କାମ କରିବା ଓ  ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା ଯୋଗୁ ମଧ୍ୟ ଅଣ୍ଚା ବିନ୍ଧା ହୋଇଥାଏ। 

ମୋଟାପଣ(Obesity)- ମୋଟାପଣ ମଧ୍ୟ ଅଣ୍ଟା ବିନ୍ଧା ହେବାର ଏକ ମୁଖ୍ୟ କାରଣ। ମହିଳାମାନେ ଅଧିକ ମୋଟା ହେବା ଦ୍ୱାରା ଠିକରେ ଚାଲିବୁଲି ପାରନ୍ତି ନାହିଁ। କୌଣସି କାର୍ଯ୍ୟ ଶୀଘ୍ର କରିପାରନ୍ତି ନାହିଁ। ଏଥିପାଇଁ ମହିଳା ଅଣ୍ଟା ଓ ଆଣ୍ଠୁ ବିନ୍ଧା ହୋଇଥାଏ। ବିଶେଷ କରି ବସିଥିବା ସମୟରେ ମେରୁଦଣ୍ଡକୁ ସିଧା ରଖିବା ବସିବା ଉଚିତ୍। ଏହା ସହିତ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ ।

Advertisment

ଋତୁସ୍ରାବ(Periods)- ମହିଳାମାନଙ୍କ ଋତୁସ୍ରାବ ବା ପିରିୟଡ୍ ପାଇଁ ଅଣ୍ଟା ବିନ୍ଧା ହୋଇଥାଏ। ଠିକ୍‌ ସମୟରେ ଋତୁସ୍ରାବ ନହେଲେ ଅଣ୍ଟା ବିନ୍ଧା ହୋଇଥାଏ ।

ଅନିୟନ୍ତ୍ରିତ ଜୀବନଶୈଳୀ(Unhealthy Lifestyle)- ଆମ ସୁସ୍ଥ ଜୀବନଶୈଳୀରେ ସ୍ୱାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଯେମିତିକି ଆମକୁ ପ୍ରତ୍ୟେକ ଦିନ ବ୍ୟାୟମ କରିବା ଉଚିତ୍ କିନ୍ତୁ ବ୍ୟସ୍ତତା ଭିତରେ ଆମେ ଏଥିପ୍ରତି ଧ୍ୟାନ ଦେଉନା। ଏ ନେଇ ମୋଟାପଣ ବୃଦ୍ଧି ପାଏ ଏବଂ ଅଣ୍ଟା ବନ୍ଧା ସମସ୍ୟା ମଧ୍ୟ ଦେଖାଦିଏ।

Late pregnancy (ବିଳମ୍ବିତ ଗର୍ଭଧାରଣ)- ସବୁ ଜିନିଷ ଯେପରି ନିର୍ଦ୍ଦିଷ୍ଟ ସମୟ ରହିଛି। ସେହିପରି ମହିଳାମାନଙ୍କର ଗର୍ଭ ଧାରଣ କରିବାର ମଧ୍ୟ ନିର୍ଦ୍ଦିଷ୍ଟ ସମୟ ରହିଛି। ଯଦି ମହିଳାଟି ବିଳମ୍ବିତ ସମୟରେ ଗର୍ଭଧାରଣ କରେ, ତାହାହେଲେ ଅଣ୍ଟା ବିନ୍ଧିବାର ମୁଖ୍ୟ କାରଣ ହୋଇଥାଏ। ଏହାସହ ଗର୍ଭଧାରଣ ସମୟରେ ଅଣ୍ଟା ମଧ୍ୟ ବିନ୍ଧିଥାଏ ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe