ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା ନୂଆ ବ୍ୟବସ୍ଥା: ଏମ୍‌ସ ଭୁବନେଶ୍ୱରରେ ଅତ୍ୟାଧୁନିକ ‘ହେଲା ମେସିନ୍‌’

ଅତ୍ୟାଧୁନିକ ୮୬ ଶଯ୍ୟା ବିଶିଷ୍ଟ ନୂତନ ଟ୍ରମା କେନ୍ଦ୍ର ଗୁରୁତର ଆହତ ରୋଗୀଙ୍କ ପାଇଁ ସାଜିବ ବିପଦର ବନ୍ଧୁ

AIIMS

ନୂଆ କୋଠା ଉଦଘାଟିତ

Hemant Lenka
  • Published: Saturday, 03 February 2024
  • Updated: 03 February 2024, 08:11 PM IST

News Highlights

  • ୧୫୯ଟି କୋଠରୀ ଯୁକ୍ତ ୪୯୨ ଶଯ୍ୟାବିଶିଷ୍ଟ ତିନି ମହଲା ଧର୍ମଶାଳା ନାଲ୍‌କୋର ସିଏସ୍‌ଆର ପାଣ୍ଠି ବିନିଯୋଗରେ ନିର୍ମାଣ କରାଯାଇଛି।
  • ଅତ୍ୟାଧୁନିକ ନୂତନ ଟ୍ରମା କେନ୍ଦ୍ରରେ ମୋଟ ୮୬ଟି ଶଯ୍ୟା ଏବଂ ୧୯ ଟି ଆଇସିୟୁ ରହିଛି।
  • ରାଜ୍ୟରେ ଏକ ସ୍ୱତନ୍ତ୍ର ଟ୍ରମା କେନ୍ଦ୍ର ହୋଇଥିବାରୁ ଗୁରୁତର ରୋଗୀ ଶୀଘ୍ର ସେବା ପାଇପାରିବେ

Sports

Latest News

ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁଣି ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର। ହସ୍ପିଟାଲରେ ପକ୍ଷରୁ ରୋଗୀସେବାକୁ ଅଧିକ ସହଜ ଓ ସୁନ୍ଦର କରିବା ପାଇଁ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ଏବଂ ହାଇ ଏନର୍ଜୀ ଲିନିୟର୍‌ ଆକ୍ସେଲରେଟର୍‌ (ହେଲା) ମେସିନ୍‌ର ଉଦ୍‌ଘାଟନ କରିଛନ୍ତି। ହେଲା ମେସିନ୍‌ର ଉଦ୍‌ଘାଟନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟ କହିଛନ୍ତି ଯେ ଏହି ନୂତନ ସୁବିଧାଗୁଡ଼ିକ ସାମଗ୍ରୀକ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ଯଥେଷ୍ଟ ମଜବୁତ କରିବା ସହିତ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବାକୁ ବୃଦ୍ଧି କରିବ।

Also Read

ଉଦ୍‌ଘାଟିତ ହୋଇଥିବା ଏହି ଅତ୍ୟାଧୁନିକ ସୁବିଧା ରୋଗୀ ସେବାକ୍ଷେତ୍ରରେ ଏକ ନୂତନ ଆରମ୍ଭ। ଏମ୍‌ସକୁ ଚିକିତ୍ସା ପାଇଁ ଆମ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟରୁ ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ଆଜି ଉଦ୍‌ଘାଟିତ ହୋଇଥିବା ଧର୍ମଶାଳା ଅତ୍ୟନ୍ତ ସହାୟକ ହେବ। ସୁଲଭ ମୂଲ୍ୟରେ ଏହି ଧର୍ମଶାଳା ସେମାନଙ୍କୁ ଉପଲବ୍ଧ କରାଯିବ।

ସେହିଭଳି ଆଇସିୟୁ, ମଡ୍ୟୁଲାର୍ ଓଟି, ୱାର୍ଡ ଓ ଅନ୍ୟାନ୍ୟ ଉଚ୍ଚ-ଯନ୍ତ୍ରପାତି ସହିତ ସଜ୍ଜିତ ନୂତନ ଟ୍ରମା କେନ୍ଦ୍ର ତ୍ୱରିତ ଓ ଗୁଣବତ୍ତାପୂର୍ଣ୍ଣ ଜରୁରୀକାଳୀନ ସେବା ଯୋଗାଇଦେବ। ଅତ୍ୟାଧୁନିକ ନୂତନ ଟ୍ରମା କେନ୍ଦ୍ର ଗୁରୁତର ଆଘାତଜନିତ ଅବସ୍ଥାରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନରେ ବେଶ ଉପଯୋଗୀ ହେବ ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି। 

ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ନୂତନ ‘ହେଲା ମେସିନ୍‌’ ବିକିରଣ ଚିକିତ୍ସା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ଅପେକ୍ଷା ସମୟକୁ ହ୍ରାସ କରିବ ଓ ସାମଗ୍ରୀକ କର୍କଟ ଚିକିତ୍ସା ଯୋଗାଇବାରେ ଏହା ସହାୟକ ହେବ। 

୧୫୯ଟି କୋଠରୀ ଯୁକ୍ତ ୪୯୨ ଶଯ୍ୟାବିଶିଷ୍ଟ ତିନି ମହଲା ଧର୍ମଶାଳା ନାଲ୍‌କୋର ସିଏସ୍‌ଆର ପାଣ୍ଠି ବିନିଯୋଗରେ ନିର୍ମାଣ କରାଯାଇଛି। ଏଠାରେ ଖାଇବା ସୁବିଧା ସହିତ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ଏହି ଧର୍ମଶାଳାରେ ସୁଲଭ ମୂଲ୍ୟରେ ରହିପାରିବେ।

ରାଜ୍ୟ ତଥା ରାଜ୍ୟ ବାହାରୁ ଏମ୍‌ସକୁ ଚିକିତ୍ସା ନିମନ୍ତେ ଆସୁଥିବା ଆର୍ଥିକ ଅନଗ୍ରସର ରୋଗୀଙ୍କ ପାଇଁ ଏହି ଧର୍ମଶାଳା ବେଶ୍‌ ଉପଯୋଗୀ ହେବ। ଓଡ଼ିଶା ତଥା ଦେଶର ନୂତନ ଏମ୍‌ସ ଗୁଡ଼ିକ ମଧ୍ୟରେ ଏପରି ଧର୍ମଶାଳା ବ୍ୟବସ୍ଥା କରିବାରେ ଏମ୍‌ସ ଭୁବନେଶ୍ୱର ପ୍ରଥମ। 

ଏମ୍‌ସ ଭୁବନେଶ୍ୱରରେ ଆଜି ଉଦ୍‌ଘାଟିତ ହୋଇଥିବା ଅତ୍ୟାଧୁନିକ ନୂତନ ଟ୍ରମା କେନ୍ଦ୍ରରେ ମୋଟ ୮୬ଟି ଶଯ୍ୟା ଏବଂ ୧୯ ଟି ଆଇସିୟୁ ରହିଛି। ଏହି ନୂତନ କେନ୍ଦ୍ରରେ ଫଲୋଅପ୍ କ୍ଲିନିକ୍, ସିଟି ସ୍କାନ୍‌, ତିନୋଟି ମଡ୍ୟୁଲାର୍ ଓଟି, ଇଣ୍ଟରଭେନ୍‌ସନାଲ କ୍ୟାଥଲ୍ୟାବ୍ ସମେତ ଅନ୍ୟାନ୍ୟ ପରୀକ୍ଷା ସେବା ଉପଲବ୍ଧ। ଏଥିସହିତ ଏହି ଟ୍ରମା କେନ୍ଦ୍ର ରେସିଡେଣ୍ଟ୍‌ ଡାକ୍ତର ଏବଂ ଅନ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ତାଲିମ ପ୍ରଦାନରେ ମଧ୍ୟ ସକ୍ଷମ ହେବ।

ରାଜ୍ୟରେ ଏକ ସ୍ୱତନ୍ତ୍ର ଟ୍ରମା କେନ୍ଦ୍ର ହୋଇଥିବାରୁ ଏହି କେନ୍ଦ୍ର ଗୁରୁତର ଆଘାତ ପୀଡ଼ିତମାନଙ୍କୁ ଗୁଣାତ୍ମକ ଏବଂ ଶୀଘ୍ର ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଅତ୍ୟାଧୁନିକ ‘ହେଲା ମେସିନ୍‌’ ବିକିରଣ ସେବା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ପାଇଁ ବିଶେଷ ଚିକିତ୍ସା ସୁବିଧା ଯୋଗାଇ ଦେବ। ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ, ଗୁଣାତ୍ମକ ଏବଂ ବିସ୍ତୃତ କର୍କଟ ଚିକିତ୍ସା ବ୍ୟବସ୍ଥା ହେଲା ମେସିନ୍‌ ଦ୍ୱାରା ସମ୍ଭବ ହୋଇପାରିବ। କର୍କଟ ରୋଗୀମାନେ ବର୍ତ୍ତମାନ ଏକ ଗୁଣବତ୍ତାପୂର୍ଣ୍ଣ ଜୀବନ ଅତିବାହିତ କରିବାର ସୁଯୋଗ ଲାଭ କରିପାରିବେ।

ଏହି ଜ୍ଞାନକୌଶଳ ଚମତ୍କାର ଭାବରେ ଆଧୁନିକ ବିକିରଣ ଚିକିତ୍ସାକୁ ସୁସଂଗତ କରିବ ଏବଂ ଟ୍ୟୁମର୍‌କୁ ସଠିକ୍ ଭାବରେ ଟାର୍ଗେଟ୍ କରି ସାଧାରଣ ଟିସୁକୁ ସୁରକ୍ଷା ଦେଇଥାଏ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟଙ୍କ ପ୍ରତିବଦ୍ଧତା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିସହିତ ସ୍ୱାସ୍ଥ୍ୟସେବାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗପୂର୍ବକ ରୋଗୀସେବାକୁ  ଅଧିକ ତ୍ୱରାନ୍ୱିତ କରିବା ଦିଗରେ ଏମ୍‌ସ ସର୍ବଦା ତତ୍ପର ଥିବା ସେ କହିଛନ୍ତି।

ଡିନ୍ ଡା ପି ଆର ମହାପାତ୍ର, ଡା ସତ୍ୟଜିତ ମିଶ୍ର, ଡା ସୌଭାଗ୍ୟ କୁମାର ଜେନା, ମେଡିକାଲ୍‌ ଅଧୀକ୍ଷକ ଡା ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ରଶ୍ମି ରଂଜନ ସେଠୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅତିଥିଗଣ ଏମ୍‌ସ ମୁଖ୍ୟ ଅଡିଟୋରିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story