Advertisment

ମ୍ୟାକଡୋନାଲ୍ଡ ବର୍ଗରରୁ ବ୍ୟାପୁଛି ଇଶ୍ଚେରିଆ କୋଲି, ଜାଣନ୍ତୁ ଲକ୍ଷଣ

୧୩ଟି ରାଜ୍ୟରେ ଅତି କମରେ ୭୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।

author-image
Debibandita Barick
McDonald Burger

McDonald Burger

ଆମେରିକାରେ ଇ.କୋଲି ବା ଇଶ୍ଚେରିଆ କୋଲି ବ୍ୟାକ୍ଟେରିଆ (ଜୀବାଣୁ) ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ସଂକ୍ରମଣ ହେଉଥିବା ଅନୁମାନ କରାଯାଉ ଥିବାବେଳେ ଅନ୍ୟ ଏକ ମୁଖ୍ୟ କାରଣ ଭାବେ ମ୍ୟାକଡୋନାଲ୍ଡ ବର୍ଗରକୁ ଦାୟୀ କରାଯାଉଛି। ଏହି ବର୍ଗରରେ ବ୍ୟାକ୍ଟେରିଆ ଥିବା କାରଣରୁ ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି।

Advertisment

ଫେଡେରାଲ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ମ୍ୟାକଡୋନାଲ୍ଡର କ୍ୱାର୍ଟର ପାଉଣ୍ଡର୍ସ ସହ ଲିଙ୍କ୍ ଥିବା ଇଶ୍ଚେରିଆ କୋଲି ସଂକ୍ରମଣ କାରଣରୁ ୧୩ଟି ରାଜ୍ୟରେ ଅତି କମରେ ୭୫ ଜଣ ସଂକ୍ରମିତ ହୋଇଛନ୍ତି। ୨୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର କିଡନୀ ରୋଗ ସମସ୍ୟା ଜଟିଳ ହୋଇ ଯାଇଥିବା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି।

ଏପରିକି ଆମେରିକାର କଲୋରଡୋରେ ଜଣଙ୍କର ଜୀବନ ବି ଯାଇ ସାରିଲାଣି।ଏହାକୁ ନେଇ ଆମେରିକାରେ ବର୍ତ୍ତମାନ ଆତଙ୍କ ଖେଳିଯାଇଛି। ମ୍ୟାକଡୋନାଲ୍ଡ ମଧ୍ୟ ବର୍ଗର ବିକ୍ରି ବନ୍ଦ ରଖିଛି। ତେବେ ଇଶ୍ଚେରିଆ କୋଲି ସଂକ୍ରମଣ ଲକ୍ଷଣ ଏବଂ କେଉଁମାନଙ୍କ ପାଇଁ ଅଧିକ ବିପଜ୍ଜନକ, ଜାଣନ୍ତୁ... 

Advertisment

ଇଶ୍ଚେରିଆ କୋଲି ଲକ୍ଷଣ 
ଦୂଷିତ ଖାଦ୍ୟ ପଦାର୍ଥ ଖାଇବା ପରେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଇ.କୋଲି ଜୀବାଣୁ ସଂକ୍ରମଣର ଲକ୍ଷଣ ଦେଖାଯାଏ। ଜ୍ୱର, ବାନ୍ତି, ଝାଡ଼ା କିମ୍ବା ମଳରେ ରକ୍ତ ପଡିବା ଏବଂ ଡିହାଇଡ୍ରେସନ୍ ଭଳି ଲକ୍ଷଣ ଦେଖା ଦେଇପାରେ। ଏହା ବ୍ୟତୀତ ଖୁବ୍ କମ୍ କିମ୍ବା ଆଦୌ ପରିସ୍ରା ନ ଲାଗିବା, ଅତ୍ୟଧିକ ଶୋଷ ଲାଗିବା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ହୋଇପାରେ।

କେଉଁ ବୟସଙ୍କ ପାଇଁ ବିପଦ ଅଧିକ?
5 ବର୍ଷରୁ କମ୍ ପିଲା, ବୃଦ୍ଧ, ଗର୍ଭବତୀ ମହିଳା କିମ୍ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କ ପାଇଁ ଇ.କୋଲି ସଂକ୍ରମଣ ଅଧିକ ବିପଜ୍ଜନକ ହୋଇପାରେ। ଯଦି ଉପୋରସ୍ତ ଲକ୍ଷଣ ଥାଏ ଏବଂ ଏହି ବୟସ ବର୍ଗର ବ୍ୟକ୍ତି ହୋଇଥାନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନଚେତ୍ ବ୍ୟାକ୍ଟେରିଆ ଅଧିକ ସଂକ୍ରମିତ ହୋଇଯିବା ପରେ ଉପଶମ ହେବା ଜଟିଳ ହୋଇଯାଏ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Mcdonalds E Coli Bacterial Infection Escherichia Coli