Advertisment

ଝାଡାବାନ୍ତିର କାରଣ ଖୋଜୁଛି ରାଜ୍ୟ ସ୍ତରୀୟ ମେଡ଼ିକାଲ୍‌ ଟିମ୍‌

ଗତ କିଛି ଦିନ ହେଲା ସିନ୍ଧେକେଲାରେ ଝାଡ଼ାବାନ୍ତି ବ୍ୟାପୁଛି। ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩ ଜଣ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ୧୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Balangir

Balangir

Advertisment

କାହିଁକି ଝାଡାବାନ୍ତି ବ୍ୟାପୁଛି? କାରଣ ଖୋଜିବା ପାଇଁ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲାରେ ଡେରା ପକାଇଛି ରାଜ୍ୟ ସ୍ତରୀୟ ମେଡ଼ିକାଲ୍‌ ଟିମ୍‌। ଭୁବନେଶ୍ୱରରୁ ଯାଇଥିବା ଟିମ୍‌ ଗାଁର ପରିବେଶ ଦେଖିବା ସହିତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ନଦୀରୁ ପାଇପ୍‌ ଯୋଗେ ଯୋଗାଇ ଦିଆଯାଉଥିବା ପାଣିର ନମୁନା ସଂଗ୍ରହ କରାଯାଇଛି।

Advertisment

ଗତ କିଛି ଦିନ ହେଲା ସିନ୍ଧେକେଲାରେ ଝାଡ଼ାବାନ୍ତି ବ୍ୟାପୁଛି। ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩ ଜଣ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ୧୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏବେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୩ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି।

ତେବେ ଝାଡ଼ାବାନ୍ତି ବ୍ୟାପିବାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଝାଡ଼ାବାନ୍ତିର ବ୍ୟାପିବାର କାରଣ ଜାଣିବା ପାଇଁ ନିକଟସ୍ଥ ବିଭିନ୍ନ ଉତ୍ସରୁ ପାଣି ପରୀକ୍ଷା କରାଯାଇଛି। ଝାଡ଼ା ନମୁନା ପରୀକ୍ଷା କରାଯାଉଛି। ନଦୀ ପାଣିରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଗାଁରେ ବର୍ତ୍ତମାନ ୨ଟି ମୋବାଇଲ ଡାକ୍ତରୀ ଟିମ୍‌ ନିୟୋଜନ ଅଛନ୍ତି। ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ ୩ ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି। ଭୁବନେଶ୍ୱରରୁ ୨ ଜଣିଆ ଟିମ୍‌ ଗାଁ କୁ ଯାଇ ଅନୁଧ୍ୟାନ କରୁଛନ୍ତି ବୋଲି ଡାକ୍ତର ମିଶ୍ର କହିଛନ୍ତି।

Advertisment

ଝାଡାବାନ୍ତି ବ୍ୟାପୁଥିବା ଜାଣିପାରି ସୋମବାର କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସିନ୍ଧେକେଲା ଯାଇଥିଲେ। ରୋଗୀ ଓ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ରାଜ୍ୟ ସରକରଙ୍କୁ ଅନୁରୋଧ କରିଥିଲେ। ଏହା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଥିଲା।

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe