Advertisment

ରୋଗର କାରଣ ଖୋଜିବା ପାଇଁ ଭୁବନେଶ୍ୱରରୁ ଗଲା ମେଡ଼ିକାଲ୍‌ ଟିମ୍‌

ମେଡ଼ିକାଲ୍‌ ଟିମ୍‌ ପ୍ରଥମେ ଗାଁରେ ବସିଥିବା ଦୁଇଟି ସୌର ଚାଲିତ ପାନୀୟ ଜଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ଯାଞ୍ଚ କରିଥିଲେ। ସେହି ସମୟରେ ପାତୀୟ ଜଳ ଟ୍ୟାଙ୍କ ନିୟମିତ ସଫେଇ ହେଉନଥିବା ଦେଖିବାକୁ ମିଳିଥିଲା।

Medical Team

Medical Team

Advertisment

କାହିଁକି ଯାଉଛି ଜୀବନ? କେଉଁ କାରଣରୁ ଅଦିନରେ ଚାଲି ଯାଉଛି ଲୋକଙ୍କ ଜୀବନ? କେଉଁ ରୋଗରୁ ଲୋକଙ୍କ ମୃତ୍ୟୁ ହେଉଛି? ୧୦ରୁ ଅଧିକ ଲୋକଙ୍କ ଜୀବନ ଯିବା ପରେ ଆଜି ଭୁବନେଶ୍ୱରରୁ ୫ ଜଣିଆ ମେଡିକାଲ୍‌ ଟିମ୍‌ କେନ୍ଦୁଝର ଯାଇଛି। ସେମାନେ ରୋଗର କାରଣ ଓ ନିରାକଣ ନେଇ ଲୋକଙ୍କୁ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି।

Advertisment

କେନ୍ଦୁଝର ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତିରେ ଅଜଣା ରୋଗରେ ମାସକ ଭିତରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ବହୁ ଲୋକ ଜ୍ୱରରେ ପୀଡ଼ିତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଆଜି ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପିଏ- ଆଇଟିଡିଏ, ସ୍ଵାସ୍ଥ୍ୟ ଅଧିକାରୀ, ଜୁଆଙ୍ଗ ଉନ୍ନୟନ ସଂସ୍ଥା ତଥା ସିଡିପିଓ ଗାଁରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଗାଁ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଛନ୍ତି।

ମେଡ଼ିକାଲ୍‌ ଟିମ୍‌ ପ୍ରଥମେ ଗାଁରେ ବସିଥିବା ଦୁଇଟି ସୌର ଚାଲିତ ପାନୀୟ ଜଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ଯାଞ୍ଚ କରିଥିଲେ। ସେହି ସମୟରେ ପାତୀୟ ଜଳ ଟ୍ୟାଙ୍କ ନିୟମିତ ସଫେଇ ହେଉନଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ପାଣି ଟ୍ୟାଙ୍କରେ ପୋକ ଭାସୁଥିବା ବେଳେ ଦୁର୍ଗନ୍ଧ ବାହାରୁଥିଲା। ଯେଉଁ ପାନୀୟ ଜଳ ପିଇବା ଯୋଗ୍ୟ ନୁହେଁ। ତେଣୁ ଲୋକମାନେ ଚୁଆରୁ ପାଣି ସଂଗ୍ରହ ପିଇବାକୁ ବାଧ୍ୟ ହେଉଥିଲେ।

Advertisment

ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତେବେ ଲୋକମାନେ ଜଣ୍ଡିସ, ରକ୍ତହୀନତା ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ଲୋକଙ୍କ ରକ୍ତ ଓ ଗାଁରୁ ପାନୀଜଳର ନମୂନା ସଂଗ୍ରହ କରିଛି ମେଡ଼ିକାଲ୍‌ ଟିମ୍‌। ଗାଁ ଲୋକଙ୍କ ମୃତ୍ୟୁ ଘଟଣାକୁ ସ୍ୱୀକାର କରିଛନ୍ତି ପିଏ(ଆଇଟିଡିଏ)। ମାସେ ନୁହେଁ, ତିନି ମାସରେ ଲୋକଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବାପା-ମାଆ ଛେଉଁଣ୍ଡ ପିଲାଙ୍କୁ ସହାୟତା ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସେପଟେ ଭୁବନେଶ୍ୱରରୁ ଏକ ୫ ଜଣିଆ ମେଡ଼ିକାଲ୍‌ ଟିମ୍‌ କେନ୍ଦୁଝର ଯାଇଛି। ADPHO ଡିସିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ପ୍ରଭାବିତ ଗାଁକୁ ଯାଇଛି। ରୋଗର କାରଣ ଖୋଜିବା ସହ ରକ୍ତ ନମୁନା ସଂଗ୍ରହ କରିବ ଟିମ୍‌। ରୋଗର କାରଣ ଓ କଣ ଚିକିତ୍ସା କରାଯିବ ଟିମ୍‌ ସୁପାରିସ କରିବ ବୋଲି କୁହାଯାଉଛି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Health Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe