Advertisment

ଏହି ସବୁ ସାମାନ୍ୟ କୁଅଭ୍ୟାସ ବୃଦ୍ଧି କରେ ଓଜନ

ଆମର ଅନେକ ଛୋଟ ଛୋଟ କୁଅଭ୍ୟାସ ରହିଛି, ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ।

Woman setting on a table

Woman setting on a table

Advertisment

ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ ମୋଟାପଣ ବା ମେଦବହୁଳତାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ। କିନ୍ତୁ ଜାଣନ୍ତି କି, ଆମର ଅନେକ ଛୋଟ ଛୋଟ କୁଅଭ୍ୟାସ ରହିଛି, ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ। ଏସବୁ କୁଅଭ୍ୟାସ କଣ, ଜାଣନ୍ତୁ...

Advertisment

ଅତ୍ୟଧିକ ଖାଇବା- ଅଧିକ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ପାଇଥାଏ। ଆବଶ୍ୟକତାଠାରୁ ଟିକେ କମ୍ ଖାଦ୍ୟ ଖାଆନ୍ତୁ, କିନ୍ତୁ ଅତ୍ୟଧିକ ଖାଆନ୍ତୁ ନାହିଁ।କାରଣ ଅଧିକ ଖାଇବା ଦ୍ୱାରା ମେଦବହୁଳତା ଏବଂ ପରେ ଅନ୍ୟ ବିପଦପୂର୍ଣ୍ଣ ରୋଗ ହୋଇପାରେ। ବିଶେଷ କରି ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ।  

ନ ଖାଇବା- ଯେପରି ଅତ୍ୟଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ସେହିପରି ନ ଖାଇବା ମଧ୍ୟ ହାନିକାରକ। ବ୍ରେକଫାଷ୍ଟ ସ୍କିପ୍ କରି ଦେବା କିମ୍ବା ମଧ୍ୟାହ୍ନ ଭୋଜନ ନ କରି ପରବର୍ତ୍ତୀ ସମୟରେ ଖାଇବା, ଏସବୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ବାସ୍ତବରେ, କିଛି ସମୟ ନ ଖାଇବା ଦ୍ୱାରା ଅଧିକ ଭୋକ ଲାଗିଥାଏ, ଏହାପରେ ହଠାତ୍ ଅଧିକ ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢିପାରେ।

Advertisment

ବ୍ୟାୟାମ ନ କରିବା- ଓଜନ ବଜାୟ ରଖିବା ପାଇଁ ଗୋଟିଏ ଦିନରେ କିଛି ସମୟ ବ୍ୟାୟାମ କରିବା ନିହାତି ଆବଶ୍ୟକ। ବ୍ୟାୟାମ କିମ୍ବା ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା ଚର୍ବି ଜମାଟ ବାନ୍ଧିଥାଏ। ଏହି କାରଣରୁ ଶରୀରରେ ଓଜନ ବୃଦ୍ଧି ହୁଏ ଏବଂ ରୋଗ ମାଡ଼ିବସେ।

ବିଳମ୍ବିତ ରାତ୍ରି ଭୋଜନ- ଓଜନ ବଜାୟ ରଖିବାକୁ ଚାହୁଁଥିଲେ ଉପଯୁକ୍ତ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ। ରାତ୍ରି ଭୋଜନ ବିଳମ୍ବ କରିବା ଯୋଗୁଁ ଶରୀରର ମେଟାବୋଲିଜିମ୍(ହଜମ) ଶକ୍ତି ମନ୍ଥର ହୋଇଯାଏ। ଏହି କାରଣରୁ କ୍ୟାଲୋରୀ ବର୍ନ ହୋଇପାରି ନଥାଏ, ଧୀରେ ଧୀରେ ଚର୍ବି ଜମା ହେବା ଆରମ୍ଭ କରେ। ଫଳରେ ପରବର୍ତ୍ତୀ ସମୟରେ ମେଦବହୁଳତାର ଶିକାର ହେବାକୁ ପଡ଼େ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Obesity Health Tips Weight Gain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe