Advertisment

ମେଡ଼ିକାଲ୍‌ ବେଡ୍‌ରେ ମରିଗଲେ ମାଆ ଓ ଗର୍ଭସ୍ଥ ଶିଶୁ

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ବ୍ରହ୍ମପୁର ଗୋଷାଣି ନୂଆଗାଁ ଶାସ୍ତ୍ରୀ ନଗର ଦ୍ୱିତୀୟ ଲାଇନ୍‌ରେ ରହୁଥିବା ମହେନ୍ଦ୍ର ଜେନାଙ୍କ ପତ୍ନୀ ପଙ୍କଜୀନୀ ତରାଇ ଗର୍ଭ ଯନ୍ତ୍ରଣା ପାଇଥିଲେ।

Child

Child

Advertisment

ପ୍ରବଳ ପ୍ରସବ ଯନ୍ତ୍ରଣା ହେବାରୁ ରାତି ଅଧରେ ମେଡ଼ିକାଲ୍‌ ଧାଇଁ ଆସିଥିଲେ ପଙ୍କଜୀନୀ ତରାଇ। ଭାବିଥିଲେ ମେଡ଼ିକାଲ୍‌ରେ ପିଲା ଜନ୍ମ ପରେ ଯନ୍ତ୍ରଣାରୁ ଉପଶମ ପାଇବେ। ହେଲେ ସବୁକିଛି ଓଲଟ ପାଲଟ ହୋଇଗଲା। ମେଡ଼ିକାଲ୍‌ ବେଡ୍‌ରେ ଯନ୍ତ୍ରଣାରେ ଜର୍ଜରିତ ହୋଇ ଆଖି ବୁଝିଲେ ପଙ୍କଜୀନୀ ଓ ତାଙ୍କ ଗର୍ଭସ୍ଥ ଶିଶୁ! ଡାକ୍ତରଙ୍କ ଅବହେଳାରୁ ମାଆ ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ମୃତ ପଙ୍କଜୀନୀଙ୍କ ସ୍ୱାମୀ ମହେନ୍ଦ୍ର ଜେନା। ଏପରି ଅଭିଯୋଗ ଆସିଛି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ।

Advertisment

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ବ୍ରହ୍ମପୁର ଗୋଷାଣି ନୂଆଗାଁ ଶାସ୍ତ୍ରୀ ନଗର ଦ୍ୱିତୀୟ ଲାଇନ୍‌ରେ ରହୁଥିବା ମହେନ୍ଦ୍ର ଜେନାଙ୍କ ପତ୍ନୀ ପଙ୍କଜୀନୀ ତରାଇ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ଏମ୍‌କେସିଜି ମେଡ଼ିକାଲ୍‌ର ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ଚେକ୍‌ଅପ୍‌ ପରେ ଡାକ୍ତର ଚିକିତ୍ସା କରିଥିଲେ। ରାତି ୨ଟା ଯାଏଁ ପଙ୍କଜୀନୀଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍‌ ଥିଲା।

ଆଜି ସକାଳ ପଙ୍କଜୀନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଡାକ୍ତର ଏନେଇ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ଡାକ୍ତରଙ୍କ କଥାକୁ ବିଶ୍ୱାସ ନକରି ପଙ୍କଜୀନୀଙ୍କ ମାଆ ଜୋରଜବରଦସ୍ତ ପ୍ରସୂତି ୱାର୍ଡରେ ପଶି ଯାଇଥିଲେ। ସେତେବେଳେ ପଙ୍କଜୀନୀ ବେଡରେ ଗୋଟିଏ ପାର୍ଶ୍ୱରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ନିକଟରେ କୌଣସି ଡାକ୍ତର ନଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଗର୍ଭସ୍ଥ ଶିଶୁ ଓ ମାଆଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

Advertisment

ସେପଟେ ପଙ୍କଜୀନୀଙ୍କ ସ୍ୱାମୀ ମହେନ୍ଦ୍ରାଙ୍କ କହିବା ଅନୁସାରେ ରାତିରେ ପ୍ରସୂତି ବିଭାଗରେ କୌଣସି ବିଶେଷଜ୍ଞ ଡାକ୍ତର ରହୁନାହାନ୍ତି। ପିଜି ଓ କୁନିୟର ଡାକ୍ତରମାନେ ଠିକ୍‌ ଭାବେ ଚିକିତ୍ସା କରୁନାହାନ୍ତି। ତେଣୁ ଚିକିତ୍ସା ଅବହେଳାରୁ ପତ୍ନୀଙ୍କ ମୃତ୍ୟୁ ହୋଇଛି ବୋଲି ମହେନ୍ଦ୍ର ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି।

ଅନ୍ୟପକ୍ଷରେ ମେଡିକାଲ ଅଧୀକ୍ଷକ ପ୍ରଫେସର ସୂଚିତ୍ର ଦାସ କହିଛନ୍ତି, ଚିକିତ୍ସା ଠିକ୍‌ ଭାବେ ଚାଲିଥିଲା। ଡାକ୍ତରମାନେ ଠିକ ଭାବେ ଚିକିତ୍ସା କରିଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଅଭିଯୋଗ ନେଇ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି।

ରିପୋର୍ଟ-ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Health MKCG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe