Advertisment

ଭାରତରେ ମଙ୍କିପକ୍ସର ଏଣ୍ଟ୍ରି! ବିଦେଶ ଫେରନ୍ତାଙ୍କ ଶରୀରରେ ଲକ୍ଷଣ ଚିହ୍ନଟ

ବିଦେଶ ଫେରନ୍ତା ଯୁବକ ମଙ୍କିପକ୍ସ ଆକ୍ରାନ୍ତରେ ଚିହ୍ନଟ ହୋଇଥିବା ସନ୍ଦେହ କରାଯାଉଛି।

mpox kit

mpox kit

Advertisment

ଭାରତରେ ମଙ୍କିପକ୍ସର ଏଣ୍ଟ୍ରି ହୋଇଥିବା ନେଇ ଆଶଙ୍କା କରାଯାଉଛି। କାରଣ ଜଣେ ବିଦେଶ ଫେରନ୍ତା ଯୁବକ ମଙ୍କିପକ୍ସ ଆକ୍ରାନ୍ତରେ ଚିହ୍ନଟ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। 

Advertisment

ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଦେଶ ଭ୍ରମଣ କରିଥିଲେ। ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଯିବାରୁ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ମଙ୍କିପକ୍ସ ହୋଇଛି କି ନାହିଁ, ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଅଗଷ୍ଟ 14ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନ (WHO) ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲେ। ପାଖାପାଖି 17ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି। କିନ୍ତୁ ଜୁଲାଇରେ ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି' ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଛି।

Advertisment

ରିପୋର୍ଟ ଅନୁସାରେ, ବୁରୁଣ୍ଡି, କେନିଆ, ରୁୱାଣ୍ଡା ଏବଂ ଉଗାଣ୍ଡାରେ ମଙ୍କିପକ୍ସର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭାରତରେ ସନ୍ଦିଗ୍ଧ ରୋଗୀ କୌଣସି ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେ ଉପରେ ମଧ୍ୟ ପରୀକ୍ଷା କରାଯିବ।

Mpox Emergency Mpox Cases Monkeypox Mpox WHO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe