Advertisment

ଏକ ସଙ୍ଗେ ପକ୍ଷାଘାତର ଶିକାର ହେଲେ ୯୫ ଛାତ୍ରୀ, ଡାକ୍ତର କହିଲେ...

ସମସ୍ତ ଛାତ୍ରୀ ଏକ ସଙ୍ଗେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହାର କାରଣ ଜଣାପଡ଼ିନି।

ଅଦ୍ୟତନ ହୋଇଛି
Students

Students

Advertisment

ସ୍କୁଲକୁ ହସଖୁସିରେ ପଢ଼ିବାକୁ ଯାଇଥିଲେ। ମାତ୍ର ପଢ଼ା ମଝିରେ ଘଟିଲା ଅଘଟଣ । ହଠାତ୍‌ ସ୍କୁଲର ପ୍ରାୟ ୯୫ ଛାତ୍ରୀଙ୍କ ଗୋଡ଼ ଠିକ୍‌ ଭାବେ କାମ କଲାନି। ସେମାନେ ଠିକ୍‌ ଭାବ ଛିଡ଼ା ହେବାକୁ ସକ୍ଷମ ହୋଇ ପାରି ନ ଥିବା ବେଳେ ଆଉ ଚାଲି ବି ପାରିଲେନି। ପରୀକ୍ଷା ପରେ ସମସ୍ତ ଛାତ୍ରୀ ଏକ ସଙ୍ଗେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହାର କାରଣ ଜଣାପଡ଼ିନି। ଏପରି ଏକ ଅଭାବନୀୟ ଘଟଣା କେନିଆର ସେଣ୍ଟ ଥେରେସା ହାଇସ୍କୁଲରେ ଘଟିଛି। ଏହାର ଭିଡିଓ ଏବେ ଭାଇରାଲ ହେଉଛି।

Advertisment

ପ୍ରାୟ ସପ୍ତାହେ ପୂର୍ବେ ସବୁ ଦିନ ପରି ସେଣ୍ଟ ଥେରେସା ହାଇସ୍କୁଲରେ ପାଠ ପଢ଼ା ଚାଲିଥିଲା। ଏହି ସମୟରେ ହଠାତ୍‌ ଜଣକ ପରେ ଜଣେ ସ୍କୁଲର ୯୫ ଛାତ୍ରୀ ନିଜ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏପରିକି ସେମାନେ ଚାଲିବାକୁ ସକ୍ଷମ ହୋଇ ପାରି ନ ଥିଲେ।  ଏହାପରେ ତୁରନ୍ତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନେ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଜଣାପଡ଼ିଏ। 

ଏକ ସଙ୍ଗେ କିପରି ଏତେ ସଂଖ୍ୟକ ଛାତ୍ରୀ ପକ୍ଷାଘାତର ଶିକାର ହେଲେ ତାହାକୁ ନେଇ ବିଶେଷଜ୍ଞମାନେ ବି ଚିନ୍ତା ପ୍ରକଟ କରିଛନ୍ତି। ଅଚାନକ ଏହି ଛାତ୍ରୀମାନଙ୍କ ଗୋଡ଼ ଗତିହୀନ ହୋଇଯାଇଥିବା ବେଳେ ସେଥିରେ ଆଉ ଚାଲିବାକୁ ଶକ୍ତି ନାହିଁ । ଚିକିତ୍ସା ଚାଲିଥିଲେ ବି ସେମାନେ ଆଉ ଚାଲିବାକୁ ସକ୍ଷମ ହେବେ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ସମ୍ପୃକ୍ତ ଛାତ୍ରୀମାନଙ୍କ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗ ପକ୍ଷୀରୁ ଏହି ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି। ଏନେଇ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଛାତ୍ରୀମାନଙ୍କ ବିଭନ୍ନ ପରୀକ୍ଷା ଚାଲିଥିଲେ ମଧ୍ୟ ଏ ଯାବତ ଏପରି ରୋଗର କାରଣ ଜଣାପଡ଼ିନି।

ଏହି ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀ ଭୟଭୀତ ହୋଇ ଯାଇଥିବା ବେଳେ ସମ୍ପୃକ୍ତ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।

Health Kenyan News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe