Advertisment

୫୦ରୁ ଅଧିକ ଜୀବନ ନେଲାଣି ରହସ୍ୟମୟ ରୋଗ, ଆଲର୍ଟ ଜାରି କଲା WHO

ପ୍ରଥମେ ୩ ଜଣ ପିଲାଙ୍କ କ୍ଷେତ୍ରରେ ଏପରି ରୋଗ ବ୍ୟାପି ଥିଲା। ସେମାନେ ଗୋଟିଏ ବାଦୁଡ଼ି ଖାଇବା ପରେ ରହସ୍ୟମୟ ରୋଗରେ ପଡ଼ିଥିଲେ।

WHO

WHO

Advertisment

ପୁଣି ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି ରହସ୍ୟମୟ ରୋଗ। ରହସ୍ୟମୟ ରୋଗରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏମାନଙ୍କ ମଧ୍ୟରେ କିଛି ଛୋଟ ପିଲା ବି ରହିଛନ୍ତି। ୫ ସପ୍ତାହ ମଧ୍ୟରେ ୪୩୧ ଜଣ ରହସ୍ୟମୟ ରୋଗରେ ଆକ୍ରାନ୍ତ ହେବା ଓ ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଜୀବନ ଯିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ଚିନ୍ତା ବଢ଼ାଇ ଦେଇଛି। ଏଥିପାଇଁ WHO ପୂରା ବିଶ୍ୱ ପାଇଁ ଆଲର୍ଟ ଜାରି କରିଛି। ବର୍ତ୍ତମାନ ଏହି ରହସ୍ୟମୟ ରୋଗ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ବା ଡିଆରସିରେ ଆତଙ୍କ ଖେଳାଇଛି।

Advertisment

ପ୍ରଥମେ ୩ ଜଣ ପିଲାଙ୍କ କ୍ଷେତ୍ରରେ ଏପରି ରୋଗ ବ୍ୟାପି ଥିଲା। ସେମାନେ ଗୋଟିଏ ବାଦୁଡ଼ି ଖାଇବା ପରେ ରହସ୍ୟମୟ ରୋଗରେ ପଡ଼ିଥିଲେ। ଏହାପରେ ମାତ୍ର ୫ ସପ୍ତାହ ମଧ୍ୟରେ ୫୩ ଜଣଙ୍କ ଜୀବନ ଯାଇଛି। ଇକ୍ୟୁଆଟେଉର ପ୍ରଦେଶର ଉପାନ୍ତ ଗାଁ ଗୁଡ଼ିକରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଆଗକୁ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାର ଆଶଙ୍କା ଥିବା ମଧ୍ୟ WHO କହିଛି।

ଏହି ରହସ୍ୟମୟ ରୋଗର ଲକ୍ଷଣ ହେଉଛି ଜ୍ୱର ହେବା। ବାନ୍ତି ଲାଗିବା ଓ ଆଭ୍ୟନ୍ତରୀଣ ରକ୍ତସ୍ରାବ। ଆକ୍ରାନ୍ତ ହେବାର ୪୮ ଘଣ୍ଟା ମଧ୍ୟରେ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଛି। ଏପରି ଦ୍ରୁତଗତିରେ ଲୋକଙ୍କ ଜୀବନ ଯିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ବ୍ୟସ୍ତ କରିଦେଇଛି। ବିକୋରୋ ହସ୍ପିଟାଲର ନିର୍ଦ୍ଦେଶକ ସେରଗେ ନଗାଲେବାତୋ କହିଛନ୍ତି, ରୋଗୀଙ୍କ ଲକ୍ଷଣ ଦେଖାଯିବା ଓ ମୃତ୍ୟୁ ମଧ୍ୟରେ ସମୟର ବ୍ୟବଧାନ କମ ରହିବା ଅତ୍ୟନ୍ତ ଚିନ୍ତାଜନକ।

Advertisment

WHOର ମୁଖପାତ୍ର କହିଛନ୍ତି, “ମାତ୍ର କିଛି ଦିନ ଭିତରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ବେଗ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି। ରୋଗର କାରଣ ଏଯାଏ ଜଣାପଡ଼ିନି। WHO ଏହାର ଯାଞ୍ଚ କରୁଛି। କିନ୍ତୁ କଙ୍ଗୋରେ ସୀମିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ରହିଛି। ତେଣୁ ରୋଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ଏବେ ବଡ଼ ଚ୍ୟାଲେଞ୍ଜ।”

ଗବେଷକମାନେ ଠାବ କରିଛନ୍ତି ଯେ ରହସ୍ୟମୟ ରୋଗରେ ଅନ୍ୟତମ ଲକ୍ଷଣ ହେମରୋଜ ଜ୍ୱର ବା ମସ୍ତିସ୍କ ଜ୍ୱର। ଇବୋଲା, ଡେଙ୍ଗୁ, ମାରବର୍ଗ ଓ ହଳଦିଆ ଜ୍ୱର ସୃଷ୍ଟି କରୁଥିବା ଭାଇରସ ସଂକ୍ରମଣ କଲେ ଏପରି ଜ୍ଁର ହୋଇଥାଏ। ଲୋକଙ୍କ ଜୀବନ ମଧ୍ୟ ଯାଇଥାଏ। ତେବେ ୧୨ରୁ ଅଧିକ ନମୁନା ପରୀକ୍ଷା କରିବା ପରେ ମଧ୍ୟ ବୈଜ୍ଞାନିକମାନେ ଉପରୋକ୍ତ ଭାଇରସ ପାଇଁ ଯେ କଙ୍ଗୋରେ ରହସ୍ୟମୟ ରୋଗ ବ୍ୟାପିଛି, ତା’କୁ ନିଶ୍ଚିତ କରିପାରି ନାହାନ୍ତି।

ତେଣୁ ଏଯାଏ ରୋଗର ମୂଳ ଓ ଏହାର ଭୟାବହତା ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରି ନାହିଁ। ସେହିପରି ଏହା ଏକ ନୂଆ ସଂକ୍ରମଣ ନା ଏହା ପଛରେ କିଛି ବିଷାକ୍ତ କାରଣ ରହିଛି, ତା’ର ମଧ୍ୟ ଯାଞ୍ଚ ହେଉଛି। ହୁ ପକ୍ଷରୁ ଏହା ଉପରେ ରିସର୍ଚ୍ଚ ଚାଲିଛି।

ଗତବର୍ଷ କଙ୍ଗୋରେ ଏକ୍ସ ରୋଗ ଆତଙ୍କ ଖେଳାଇଥିଲା। ଏଥିରେ ୧୪୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ଆଉ ଗୋଟିଏ ରହସ୍ୟମୟ ରୋଗ କଙ୍ଗୋ ତଥା ବିଶ୍ୱର ଚିନ୍ତା ବଢ଼ାଇଛି।

WHO Viral Disease
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe