ପ୍ରତିବର୍ଷ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହକୁ ଜାତୀୟ ପୋଷଣ ସପ୍ତାହ ଦିବସ ରୂପେ ପାଳନ କରାଯାଉଛି। ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ବାବଦରେ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ସପ୍ତାହ ପାଳନ କରାଯାଏ। କାରଣ ପୋଷଣ ବା ପୁଷ୍ଟିକର ଖାଦ୍ୟ ବିନା ସାମୁହୀକ ସ୍ୱାସ୍ଥ୍ୟ ବଜାୟ ରଖିବା ଅସମ୍ଭବ।
ଖାଦ୍ୟ ସୁରକ୍ଷା 2023 ରିପୋର୍ଟ ଅନୁଯାୟୀ, ଭାରତୀୟ ଜନସଂଖ୍ୟାର ପ୍ରାୟ 74% ସ୍ୱସ୍ଥ ଆହାର ପାଇଁ ଅର୍ଥ ଖର୍ଚ୍ଚ କରିବାରେ ଅସମର୍ଥ। ଏଥିସହ 39% ଲୋକ ପୋଷଣ ଅଭାବରେ ପୀଡିତ। ଏପରି ସ୍ଥିତିରେ ପୋଷଣ ସପ୍ତାହ ପାଳନର ବିଶେଷ ମହତ୍ତ୍ୱ ରହିଛି।
ଚଳିତ ବର୍ଷ ଏହି ଦିବସ ସନ୍ତୁଳିତ ଖାଦ୍ୟର ମହତ୍ତ୍ୱ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ଉତ୍ସାହିତ କରିବା ବିଷୟବସ୍ତୁ ସହ ପାଳନ କରାଯାଉଛି। ତେବେ ଏହି ଦିବସ ପାଳନ ପଛରେ ଇତିହାସ କଣ ରହିଛି ଏବଂ ଏହା କେତେ ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ...
ଜାତୀୟ ପୋଷଣ ସପ୍ତାହ ଇତିହାସ
ଜାତୀୟ ପୋଷଣ ସପ୍ତାହ ମାର୍ଚ୍ଚ 1973ରେ ଆରମ୍ଭ ହୋଇଥିଲା। ଏହି ସମୟରେ ଆମେରିକାନ ଡାଏଟେଟିକ୍ ଆସୋସିଏସନ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଭାରତ ସମେତ ଅନ୍ୟାନ୍ୟ ଦେଶ ଆମେରିକାର ପଦାଙ୍କ ଅନୁସରଣ କରି ପୋଷଣୀୟ ଖାଦ୍ୟର ଆବଶ୍ୟକତା ବାବଦରେ ସଚେତନତା ଅଭିଯାନ ଆରମ୍ଭ କରିଥିଲେ।
1982ରେ ଭାରତ ସରକାର ଜାତୀୟ ପୋଷଣ ସପ୍ତାହ ପାଳନ ଆରମ୍ଭ କରିଥିଲେ। ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ଥିଲା ପୁଷ୍ଟିହୀନତା ସହିତ ମୁକାବିଲା କରିବା ଏବଂ ସନ୍ତୁଳିତ ଖାଦ୍ୟପେୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା।
ପୁଷ୍ଟିକର ଖାଦ୍ୟର ମହତ୍ତ୍ୱ
ସରଳ ଭାଷାରେ କହିଲେ, ପୁଷ୍ଟିକର ଖାଦ୍ୟ ବା ପୋଷଣ ହେଉଛି ସାମୁହୀକ ସ୍ୱାସ୍ଥ୍ୟ ବଜାୟ ରଖିବା, ରୋଗକୁ ରୋକିବା ଏବଂ ଜୀବନଶୈଳୀ ବୃଦ୍ଧି କରିବା। ତେଣୁ ସାମୁହୀକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଗ୍ରହଣ ଏକାନ୍ତ ଆବଶ୍ୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।