Advertisment

ସାବଧାନ ! ଥାଇରଏଡ୍ ଥିଲେ ଏହି ସବୁ ଖାଦ୍ୟର ପାଖ ମାଡନ୍ତୁନି

ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଭାରତରେ ପ୍ରତି 8 ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ଥାଇରଏଡ୍ ସମସ୍ୟା ରହିଛି।

author-image
Debibandita Barick
Representative Image

Representative Image

ଥାଇରଏଡ୍ ଏକ ଗ୍ରନ୍ଥି ଜନିତ ସମସ୍ୟା। ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଭାରତରେ ପ୍ରତି 8 ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ଥାଇରଏଡ୍ ସମସ୍ୟା ରହିଛି। ମୋଟ ଉପରେ, ଦେଶରେ 4.2 କୋଟିରୁ ଅଧିକ ଲୋକ ଏହି ରୋଗରେ ପୀଡିତ ଅଛନ୍ତି। ତେଣୁ, ଏହି ରୋଗକୁ ମାତ୍ ଦେବାକୁ ହେଲେ କେତେକ ଖାଦ୍ୟଠାରୁ ଦୂରେଇ ରହିବାକୁ ପଡିବ।

Advertisment

ବିଭିନ୍ନ ଖାଦ୍ୟ ଅଛି, ଯାହାକୁ ଖାଇବା ଫଳରେ ଥାଇରଏଡ୍ ରୋଗୀଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାର ସମ୍ଭାବନା ଥାଏ। ସେହି ସବୁ ଖାଦ୍ୟ କଣ, ଜାଣନ୍ତୁ...

ସୋୟା
ସୋୟା ଏପରି ଏକ ଖାଦ୍ୟ, ଯାହାକୁ ଥାଇରଏଡ୍ ରୋଗୀମାନେ ଆଦୌ ଖାଇବା ଉଚିତ୍ ନୁହେଁ। କାରଣ ସୋୟାରେ ଗାଇଟ୍ରୋଜେନ ନାମକ ଏକ ଉପାଦାନ ଥାଏ, ଯାହା ଥାଇରଏଡ ଗ୍ରନ୍ଥିକୁ କ୍ଷତି ପହଞ୍ଚାଏ। ଯଦି ଥାଇରଏଡ୍ ସମସ୍ୟା ଅଛି, ତେବେରେ ପ୍ରସ୍ତୁତ ସମସ୍ତ ଖାଦ୍ୟଠୁ ଦୂରେଇ ରୁହନ୍ତୁ।

Advertisment

କୋବି ଏବଂ ଅନ୍ୟାନ୍ୟ କାବେଜ୍ ପନିପରିବା
କୋବି, ଫୁଲକୋବି, ବ୍ରୋକୋଲି ପରି ପନିପରିବା, ଯାହାକୁ ବ୍ରେସିକା ଭେଜିଜ କୁହାଯାଏ, ସେସବୁକୁ ଥାଇରଏଡ୍ ରୋଗୀ ଆଦୌ ଖାଇବା ଉଚିତ୍ ନୁହେଁ। ଏହି ପନିପରିବାରେ ଆଣ୍ଟି-ଥାଇରଏଡ୍ ଯୌଗିକ ଭରପୂର ପରିମାଣରେ ଥାଏ, ଯାହା ଥାଇରଏଡର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହି ପନିପରିବାଗୁଡିକର ଅତ୍ୟଧିକ ବ୍ୟବହାର ଫଳରେ ଥାଇରଏଡ୍ ଗ୍ରନ୍ଥି ଉପରେ ଚାପ ପଡିବାର ସମ୍ଭାବନା ଥାଏ। ଫଳରେ ହରମନ କ୍ଷରଣରେ ବ୍ୟାଘାତ ସୃଷ୍ଟି ହୋଇପାରେ। ତେଣୁ, ଥାଇରଏଡ୍, ହାଇପୋଥାଇରଏଡିଜିମ୍ ସମସ୍ୟାରେ ପୀଡିତ ଲୋକମାନେ ଏହି ପନିପରିବା ଆଦୌ ଖାଇବା ଉଚିତ୍ ନୁହେଁ।

କଫିନ୍
କଫିନ୍, ଥାଇରଏଡ୍ ଗ୍ରନ୍ଥିରେ ଥାଇରଏଡ୍ ହରମନ୍ ଉତ୍ପାଦନକୁ ପ୍ରଭାବିତ କରେ। ଯେଉଁ କାରଣରୁ ହରମନ ସ୍ତର ବିଗିଡି ଯାଇପାରେ। ତେଣୁ, ଥାଇରଏଡ୍ ରୋଗୀମାନେ ସର୍ବନିମ୍ନ କଫିନ୍ ଗ୍ରହଣ କରିବା ଉଚିତ୍ କିମ୍ବା ସମ୍ପୂର୍ଣ୍ଣରୂପେ ଦୂରେଇ ରହିବା ଉଚିତ୍।

ଅସ୍ୱାସ୍ଥ୍ୟକର ଖାଦ୍ୟ
ଥାଇରଏଡ୍ ସମସ୍ୟାରେ ପୀଡିତ ବ୍ୟକ୍ତିମାନେ ଜଙ୍କ ଫୁଡ୍ ବା ଫାଷ୍ଟଫୁଡଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍। ଏହି ପ୍ରକାର ଖାଦ୍ୟ ସାଧାରଣତଃ ପ୍ରଚୁର ଚର୍ବି, ଲୁଣ ଏବଂ କ୍ୟାଲୋରୀରେ ଭରପୂର ଥାଏ, ଯାହା ଥାଇରଏଡ୍ ପାଇଁ ଆଦୌ ଭଲ ନୁହେଁ।

ପ୍ରକ୍ରିୟାକୃତ ଖାଦ୍ୟ 
ପ୍ରକ୍ରିୟାକୃତ ଖାଦ୍ୟ ବା ପ୍ୟାକେଟ୍ ଖାଦ୍ୟ ଯେପରିକି ନୁଡୁଲ୍ସ, ସସ୍, କେଚପ୍, ଜାମ, ମ୍ୟାଜିକ୍ ମସାଲା ଇତ୍ୟାଦି ଥାଇରଏଡ୍ ରୋଗୀଙ୍କ ପାଇଁ ଆଦୌ ଲାଭଦାୟକ ନୁହେଁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Thyroid Thyroid Problem Diet Tips For Thyroid Patients