Advertisment

ଚୀନରେ ଆଉ ଏକ ଭୂତାଣୁ ଆତଙ୍କ, ପବନ ବେଗରେ ବ୍ୟାପୁଛି; ହସ୍ପିଟାଲରେ ମିଳୁନି ଜାଗା

ପିଲାଠୁ ବୁଢ଼ା ସମସ୍ତଙ୍କୁ ଏହି ନୂଆ ଭାଇରସ୍ ଆକ୍ରାନ୍ତ କରୁଛି। ହୁ ହୁ ହୋଇ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଫଳରେ ହସ୍ପିଟାଲ ଗୁଡ଼ିକ ଭର୍ତ୍ତି ହେଲାଣି। ରୋଗୀ ଚିହ୍ନଟ ପ୍ରକ୍ରିୟା ସହ ଆଇସୋଲେସନ ପ୍ରୋଟକଲକୁ ଅଧିକ କଡ଼ାକଡ଼ି କରିଛନ୍ତି ଚୀନ ସରକାର।

Crowd in a China Hospital

Crowd in a China Hospital

Advertisment

ଚୀନରୁ ଆରମ୍ଭ ହୋଇଥିବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲା, ତାହା ଏଯାଏଁ ମନରୁ ଲିଭିନି। ଏପଟେ ସେହି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି। ପିଲାଠୁ ବୁଢ଼ା ସମସ୍ତଙ୍କୁ ଏହି ନୂଆ ଭାଇରସ୍ ଆକ୍ରାନ୍ତ କରୁଛି। ହୁ ହୁ ହୋଇ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଫଳରେ ହସ୍ପିଟାଲ ଗୁଡ଼ିକ ଭର୍ତ୍ତି ହେଲାଣି। ଚୀନରେ ଚିହ୍ନଟ ହୋଇଥିବା ଏହି ନୂଆ ଭାଇରାସର ଲକ୍ଷଣ ପ୍ରାୟ କୋରନା ମହାମାରୀ ଭଳି। ଏହି ନୂଆ ଭାଇରସର ନାଁ 'ହ୍ୟୁମାନ ମେଟାନ୍ୟୁମୋଭାଇରସ'(Human Metapneumovirus) ବା HMPV ରଖାଯାଇଛି।

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନରେ ଏଚଏମପିଭି ଭାଇରସ୍ ପବନ ବେଗରେ ବ୍ୟାପୁଛି। ବିଶେଷ କରି ଉତ୍ତର ଚୀନରେ ସଂକ୍ରମଣ ମାମଲା ସର୍ବାଧିକ। ଏଥିରେ ୧୪ ବର୍ଷରୁ କମ୍ ବୟସ୍କ ଶିଶୁ ସର୍ବାଧିକ ସଂକ୍ରମିତ ହେଉଛନ୍ତି। ଏହି ଭାଇରସକୁ ରୋକିବାକୁ ଚୀନ ସରକାର ରୋଗୀ ଚିହ୍ନଟ ପ୍ରକ୍ରିୟା ସହ ଆଇସୋଲେସନ ପ୍ରୋଟକଲକୁ ଅଧିକ କଡ଼ାକଡ଼ି କରିଛନ୍ତି। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ଖବର ପୁଣି ସାରା ବିଶ୍ୱରେ ଭୟର ମାହୋଲ ସୃଷ୍ଟି କରିଥିବାବେଳେ ଚୀନରୁ କିଛି ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଲାଣି। ଯେଉଁଥିରେ ହସ୍ପିଟାଲଗୁଡ଼ିକରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି। କେବଳ ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଭିଡ଼ ଜମିଥିବା ଅନେକ ଦାବି କରୁଛନ୍ତି।

HMPV କ'ଣ ଓ ଏହା କାହିଁକି ବ୍ୟାପୁଛି?
କୋଭିଡ-୧୯ ଭାଇରସ୍ ଭଳି ଏଚଏମପିଭି ସଂକ୍ରମିତଙ୍କଠାରେ ସମାନ ଲକ୍ଷଣ ଦେଖିବାକୁ ମିଳୁଛି। ଥଣ୍ଟା, କାଶ, ଜ୍ୱର ଲକ୍ଷଣ ସହ ଏହା ନିମୋନିଆ, ବ୍ରୋଙ୍କୋଇଟିସ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା ମଧ୍ୟ ଦେଖାଯାଉଛି। ଏଙି ଭୂତାଣୁ ବିଶେଷ ଭାବରେ ଛୋଟ ପିଲା, ବୟସ୍କ ବ୍ୟକ୍ତି ଏବଂ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି। ରୟଟର୍ସ ମୁତାବକ, ରୋଗୀଙ୍କଠାରେ ଇନଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ, ରାଇନୋଭାଇରସ ଓ କୋଭିଭ-୧୯ ଭଳି ଅନ୍ୟ ଭାଇରସର ସଂକ୍ରମଣ ମଧ୍ୟ ଦେଖାଯାଉଛି।

Advertisment
New Virus In China HMPV Human Metapneumovirus New Corona Like Virus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe