Advertisment

ଆମେରିକା ଓ ଡେନମାର୍କରୁ ଠାବ ହେଲା କରୋନାର ନୂଆ ଭାରିଏଣ୍ଟ

BA.2.86 ଭାରିଏଣ୍ଟ କେତେ ଘାତକ ସେକଥା ଏଯାଏ ଜଣାପଡ଼ିନି।

Corona

Corona

Advertisment

ପୁଣିଥରେ ମହାମାରୀ କରୋନାକୁ ନେଇ ଭୟ ବଢ଼ିଛି। କାରଣ ଆମେରିକା ଓ ଡେନମାର୍କରୁ କରୋନାର ନୂଆ ରୂପ ବା ନୂଆ ଭାରିଏଣ୍ଟ ଚିହ୍ନଟ କରାଯାଇଛି। ଏହି BA.2.86 ଭାରିଏଣ୍ଟ କେତେ ଘାତକ ସେକଥା ଏଯାଏ ଜଣାପଡ଼ିନି ସତ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକା ସ୍ୱାସ୍ଥ୍ୟ ପ୍ରାଧିକରଣ ଏହାର ଗତିବିଧି ଉପରେ ନଜର ରଖିଛନ୍ତି।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଏଣ୍ଟକୁ ତା’ର ସର୍ଭେଲାନ୍ସରେ ରଖିଛି। କାରଣ ଏହା ୩୦ରୁ ଅଧିକ ସ୍ପାଇକ ଜିନ ମ୍ୟୁଟେସନକୁ ନିଜ ସହ ନେଇ ସଂକ୍ରମିତ କରୁଛି। ଆମେରିକା ଓ ଡେନମାର୍କ ବ୍ୟତୀତ ଇସ୍ରାଏଲରେ ମଧ୍ୟ ଏହି ଭାରିଏଣ୍ଟ ଠାବ ହୋଇଛି।

ସଂଗଠନ କହିଛି ଯେ ବର୍ତ୍ତମାନ ଭାରିଏଣ୍ଟର ୪ଟି ସିକ୍ୟୁଏନ୍ସ ସମ୍ପର୍କରେ ଜଣାପଡ଼ିଛି। BA.2.86 ଭାରିଏଣ୍ଟର ମ୍ୟୁଟେସନର ପ୍ରଭାବ କ’ଣ ରହିବ, ତାହା ମଧ୍ୟ ସ୍ପଷ୍ଟ ହୋଇନି। ଏହାର ଆକଳନ ଚାଲିଛି। ୧୦ଟି ଭାରିଏଣ୍ଟର ପ୍ରଭାବ ସମ୍ପର୍କରେ ଯାଞ୍ଚ କରାଯାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

Advertisment

ଅନ୍ୟପକ୍ଷରେ ଆମେରିକା ସେଣ୍ଟରସ ଫର ଡିଜିଜ କଣ୍ଟ୍ରୋଲ(ସିଡିସି) ଭାରିଏଣ୍ଟ ଉପରେ ନଜର ରଖିଥିବା ଟ୍ୱିଟ(ଏବେ ଏକ୍ସ) କରିଛି। କେବଳ ଆମେରିକା ନୁହେଁ, ଆଉ କିଛି ଦେଶ ମଧ୍ୟ ନୂଆ ଭାରିଏଣ୍ଟ ଠାବ ହେବା ପରେ ସର୍ଭେଲାନ୍ସ ବ୍ୟବସ୍ଥାକୁ ଜୋରଦାର କରିଛନ୍ତି।

WHO USA Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe