Advertisment

ଆଉ ପିନ୍ଧିବାକୁ ପଡ଼ିବନି ଚଷମା, ଆଇ ଡ୍ରପ୍‌କୁ ଭାରତରେ ମିଳିଲା ଅନୁମତି: ଦାମ ୩୫୦ ଟଙ୍କା

ଏହି ଆଇ ଡ୍ରପ୍‌ ଚଷମାର ସ୍ଥାନ ନେବ। ଆଜି ଉକ୍ତ ଆଇ ଡ୍ରପ୍‌କୁ ଭାରତ ସରକାରଙ୍କ ଡିସିଜିଆଇ ବ୍ୟବହାର ପାଇଁ ଅନୁମତି ଦେଇଛି।

ଅଦ୍ୟତନ ହୋଇଛି
New eye drops

New eye drops

Advertisment

ବୟସ ଅଧିକ ହେବା ପରେ ପଢ଼ାପଢ଼ିରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ପଢ଼ିବା ପାଇଁ ଆପଣଙ୍କୁ ରିଡିଂ ଗ୍ଲାସ ବା ଚଷମା ବ୍ୟବହାର କରିବାକୁ ପଡ଼ୁଛି କି? ତା’ହେଲେ ଆଉ ଆପଣଙ୍କୁ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ। କାରଣ ଏହି ସମସ୍ୟାକୁ ଦୂର କରିବା ପାଇଁ ଆସିଯାଇଛି ସ୍ୱତନ୍ତ୍ର ଆଇ ଡ୍ରପ। ଏହି ଆଇ ଡ୍ରପ୍‌ ଚଷମାର ସ୍ଥାନ ନେବ। ଆଜି ଉକ୍ତ ଆଇ ଡ୍ରପ୍‌କୁ ଭାରତ ସରକାରଙ୍କ ଡିସିଜିଆଇ ବ୍ୟବହାର ପାଇଁ ଅନୁମତି ଦେଇଛି।

Advertisment

ମୁମ୍ବାଇ ଭିତ୍ତିକ Entod ଫାର୍ମାସିଟ୍ୟୁକାଲ୍ସ ପକ୍ଷରୁ ବିକଶିତ କରାଯାଇଛି। ଏହାର ନାଁ PresVu Eye Drops ରହିଛି। ଏହାକୁ Presbyopia ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯିବ। ଅର୍ଥାତ ପଢ଼ିବା ପାଇଁ ବ୍ୟବହାର ହେଉଥିବା ଚଷମା ବଦଳରେ ଏହି ଆଇ ଡ୍ରପକୁ ବ୍ୟବହାର କରାଯାଇ ପାରିବ। ଏହି ସମସ୍ୟାରେ ପୂରା ବିଶ୍ୱରେ ୧୦୯ କୋଟିରୁ ୧୮୦ କୋଟି ଲୋକ ପୀଡ଼ିତ।

Presbyopia ସାଧାରଣତଃ ବୟସ ବଢ଼ିବା ସହ ସୃଷ୍ଟି ହୋଇଥାଏ। ଏଥିଯୋଗୁ ପାଖ ଜିନିଷରେ ଫୋକସ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟା ପ୍ରାୟ ୪୦ରୁ ବର୍ଷରୁ ଆରମ୍ଭ ହୋଇ ୬୦ ବର୍ଷ ଅତିକ୍ରମ କରିବା ଯାଏ ରହିଥାଏ।

Advertisment

ତେବେ ପଢ଼ାପଢ଼ି ସମସ୍ୟାକୁ ଦୂର କରିବା ପାଇଁ ENTOD ଫାର୍ମାସିଟ୍ୟୁକାଲ୍ସ ତିଆରି କରିଥିବା ଆଇ ଡ୍ରପକୁ ଡିସିଜିଆଇ ଅନୁମତି ଦେଇଛି। କୁହାଯାଉଛି ଯେ PresVu ଭାରତର ପ୍ରଥମ ଆଇ ଡ୍ରପ୍‌ ଯାହା ଚଷମା ବ୍ୟବହାରର ଆବଶ୍ୟକତାକୁ ହ୍ରାସ କରିବ।

ଅକ୍ଟୋବର ପ୍ରଥମ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ। ଡାକ୍ତରଙ୍କ ପ୍ରେସକ୍ରିପସନ ଆଧାରରେ ଲୋକଙ୍କ ପାଇଁ ଔଷଧ ଦୋକାନରେ ମିଳିବ। ଏହି ଆଇ ଡ୍ରପ୍‌ର ଦାମ ୩୫୦ ଟଙ୍କା ରହିବ।

ସ୍ୱଳ୍ପରୁ ମଧ୍ୟମ ଧରଣର Presbyopiaର ସମ୍ମୁଖୀନ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଏହା ଫାଇଦା ଦେବ। ୪୦ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ଲୋକମାନେ ଆଇ ଡ୍ରପ୍‌ରୁ ଲାଭ ପାଇପାରିବେ ବୋଲି କମ୍ପାନୀ କହିଛି।

Eye DGCI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe