Advertisment

ମୁଣ୍ଡରେ ୭ କେଜିର ଟ୍ୟୁମର, ଅପରେସନ୍‌ କରି ବାହାର କଲେ ଏମ୍‌ସ ଡାକ୍ତର

ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇ। ଦୀର୍ଘ ୨୫ ବର୍ଷ ହେଲା ତାଙ୍କ ମୁଣ୍ଡ ଉପରେ ଗୋଟିଏ ଟ୍ୟୁମର ହୋଇଥିଲା। ଅନେକ ମେଡ଼ିସିନ୍‌ ଖାଇଥିଲେ। ହେଲେ ଭଲ ହେଉନଥିଲା। ଗତ ୭ ମାସ ହେଲା ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ କରିଥିଲା।

author-image
Manoranjan Sial
AIIMS

AIIMS

୨୫ ବର୍ଷ ଧରି ମୁଣ୍ଡାଇଥିଲେ ୭ କେଜିର ବିରଳ ଟ୍ୟୁମର। ୧୦ ଘଣ୍ଟାର ଜଟିଳ ଅପରେସନ୍‌ କରି ବାହାର କଲେ ଭୁବନେଶ୍ୱର ଏମ୍‌ସ ଡାକ୍ତର ଟିମ୍‌। ଅପରେସନ୍‌ ପରେ ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଶୁବ୍‌ଶୀଘ୍ର ଡିସ୍‌ଚାର୍ଜ ହେବେ ବୋଲି ଏମ୍‌ସ ଡାକ୍ତର ଟିମ୍‌ କହିଛନ୍ତି। ଏଥିପାଇଁ ମେଡ଼ିକାଲ୍‌ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି ମୃତ୍ୟୁ ମୁଖରୁ ଫେରିଥିବା ରୋଗୀ ରବୀନ୍ଦ୍ର ବିଶୁଇ। ମୁଣ୍ଡରେ ହୋଇଥିବା ଟ୍ୟୁମର ନାଁ ହେଉଛି ‘ସାଇନୋଭିଆଲ ସାରକୋମା’।

Advertisment

ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇ। ଦୀର୍ଘ ୨୫ ବର୍ଷ ହେଲା ତାଙ୍କ ମୁଣ୍ଡ ଉପରେ ଗୋଟିଏ ଟ୍ୟୁମର ହୋଇଥିଲା। ଅନେକ ମେଡ଼ିସିନ୍‌ ଖାଇଥିଲେ। ହେଲେ ଭଲ ହେଉନଥିଲା। ଗତ ୭ ମାସ ହେଲା ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ କରିଥିଲା। ଟ୍ୟୁମର ବଢିବା ସହ ରୋଗୀଙ୍କ ଯନ୍ତ୍ରଣା ମଧ୍ୟ ବଢ଼ି ଚାଲିଥିଲା। ତେଣୁ ଚାଲି ବୁଲି ପାରୁଲେନି ରବୀନ୍ଦ୍ର। ଖାଇବା ପିଇବାରେ ମଧ୍ୟ ସମସ୍ୟା ହେଉଥିଲା। ତେଣୁ ପରିବାର ଲୋକେ ତାଙ୍କୁ କୋଲକାତାର ବିଭିନ୍ନ ଡାକ୍ତରଖାନା ଓ କଟକ ବଡ଼ ମେଡିକାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ମାତ୍ର ନିରାଶ ହୋଇଥିଲେ।

ସବୁଆଡୁ ବିଫଳ ହେବା ପରେ ରବୀନ୍ଦ୍ରଙ୍କୁ ଧରି ପରିବାର ଲୋକେ ଭୁବନେଶ୍ଵର ଏମସ୍‌ ଆସିଥିଲେ। ଟ୍ୟୁମରର ଚାରିଆଡେ ବ୍ଲଡ୍‌ ଭେସେଲ୍‌ ମାଡ଼ି ରହିଥିବାରୁ ଅପରେସନ ବିପଦପୂର୍ଣ୍ଣ ହେବାର ଯଥେଷ୍ଟ ଆଶଙ୍କା ରହିଥିଲା। ଯଦି ଅପରେସନ ନହୁଏ, ତାହାହେଲେ ଦୁଇରୁ ତିନି ମାସ ମଧ୍ୟରେ ରୋଗୀର ମୃତ୍ୟୁ ସୁନିଶ୍ଚିତ। ତେଣୁ ଏମ୍‌ସର ଡାକ୍ତରୀ ଟିମ୍‌ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇଥିଲେ। ପ୍ଲାଷ୍ଟିକ୍‌ ସର୍ଜରୀ ସମେତ ସର୍ଜିକାଲ ଅଙ୍କୋଲଜି, ନ୍ୟୁରୋ ସର୍ଜରୀ, ଇଣ୍ଟରଭେନସନାଲ ରେଡିଓଲଜି ଓ ଆନାସ୍ଥେସିଆ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠନ ହୋଇଥିଲା ସ୍ଵତନ୍ତ୍ର ଟିମ।

Advertisment

ଅପରରେସନ୍‌ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ପ୍ରଥମେ ଟ୍ୟୁମରର ବ୍ଲଡ୍‌ ଭେସେଲକୁ ଏମ୍ବୋଲାଇଜ କରି ସଙ୍କୁଚିତ କରାଯାଇଥିଲା। ଏହାପରେ ରୋଗୀଙ୍କୁ ପ୍ରାୟ ୭୨ ଘଣ୍ଟା ଅବଜରଭେସନ୍‌ରେ ରଖିବା ପରେ ଅପରେସନ ଥିଏଟରକୁ ନିଆଯାଇଥିଲା। ସକାଳ ଆଠଟାରୁ ସଂଧ୍ୟା ୬ଟା ଯାଏଁ ପ୍ରାୟ ୧୦ ଘଣ୍ଟା ଧରି ଚାଲିଲା ଅପରେସନ। ୨୪ ଘଣ୍ଟା ଆନାସ୍ଥେସିଆରେ ରହିଥିଲେ ରୋଗୀ। ବିଭିନ୍ନ ବିଭାଗ ସହଯୋଗରେ ସଫଳ ହେଲା ଅପରେସନ। ଏବେ ଦୁଇ ସପ୍ତାହ ପରେ ରୋଗୀ ସୁସ୍ଥ ଥିବା ବେଳେ ଚଲାବୁଲା କରୁଛନ୍ତି। ଏଥିପାଇଁ ଏମ୍‌ସ ଡାକ୍ତରଙ୍କୁ ଢେର କୃତଜ୍ଞତା ଜଣାଇଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ।

Health AIIMS Bhubaneswar Aiims