Advertisment

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ

ବଜେଟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୫ ଶହ କୋଟି ଟଙ୍କା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି।

ଅଦ୍ୟତନ ହୋଇଛି
CM

CM

Advertisment

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ଜାଗାରେ ନୂଆ ଯୋଜନା ଆରମ୍ଭ କଲେ ସରକାର। ଏହାର ନାଁ ରଖିଛନ୍ତି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ବୀମା ଯୋଜନାହେଉଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏ ସଂପର୍କରେ ଆଜି ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।

Advertisment

ଆଜି ବିଧାନସଭାରେ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ନିର୍ବାଚନ ପୂର୍ବ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ, ଆମ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ଓ ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ବୀମା ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ କ୍ୟାସ୍‌ଲେସ୍ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଅରୋଗ୍ୟ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ପାଣ୍ଠି ପ୍ରଦାନ କରିବେ। ଯାହା ଫଳରେ ରାଜ୍ୟ ରାଜକୋଷ ଉପରେ ବୋଝ କମିବ। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋକମାନେ ଦେଶର ସମସ୍ତ ରାଜ୍ୟର ୨୭ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କ୍ୟାସ୍‌ଲେସ୍ ଚିକିତ୍ସା ସୁବିଧା ପାଇପାରିବେ। ଏହା ବିଶେଷ କରି ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ଆଶ୍ୱସ୍ତି ପ୍ରଦାନ କରିବ। ଏହି ବଜେଟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୫ ଶହ କୋଟି ଟଙ୍କା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି।  

BSKY GJAY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe