Advertisment

ଏସସିବିରେ ବିରଳ ଅପରେସନ; ରୋଗୀଙ୍କ ହୃତପିଣ୍ଡରୁ ବାହାରିଲା ଛୁଞ୍ଚି

ମେଡିକାଲର କାର୍ଡିଓଥୋରାସିସ ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଡାକ୍ତରୀ ଟିମ୍ ଏହି ବିରଳ ଅପରେସନ କରି ରୋଗୀଙ୍କ ହୃଦପିଣ୍ଡରୁ ସୁରକ୍ଷିତ ଭାବେ ଛୁଞ୍ଚି ବାହାର କରିଛନ୍ତି।

author-image
Niharika Rout
Niddle

Niddle

ବିନା ଅସ୍ତ୍ରୋପଚାରରେ ଏମ୍ସ ଡାକ୍ତର ଏକ ଛୁଆର ଫୁସ୍‌ଫୁସ୍‌ରୁ ଛୁଞ୍ଚି ବାହାର କରିଥିବା ବେଳେ ଏସସିବି ବି ଏ କ୍ଷେତ୍ରରେ ପଛରେ ନାହିଁ । ଏସସିବି ବି ଚ୍ୟାଲେଞ୍ଜ ଗ୍ରହଣ କରି ଏ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏସସିବିରେ ଜଣେ ରୋଗୀର ହୃତପିଣ୍ଡରୁ ଛୁଞ୍ଚି ବାହାରିଲା । ରୋଗୀଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି।

Advertisment

ଭୁବନେଶ୍ୱରର ନିବାସ ଶର୍ମା ନାମକ ୫୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଛାତିରେ ଅସାବଧାନତା ବସତଃ ଏକ ଛୁଞ୍ଚି ପଶି ରହିଯାଇଥିଲା। ବିଭିନ୍ନ ମେଡିକାଲରୁ ନିରାଶ ହେବାପରେ ସେ ଏସସିବିରେ ଆଡମିଟ ହୋଇଥିଲେ।

ମେଡିକାଲର କାର୍ଡିଓଥୋରାସିସ ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଡାକ୍ତରୀ ଟିମ୍ ଏହି ବିରଳ ଅପରେସନ କରି ରୋଗୀଙ୍କ ହୃଦପିଣ୍ଡରୁ ସୁରକ୍ଷିତ ଭାବେ ଛୁଞ୍ଚି ବାହାର କରିଛନ୍ତି। ଏବେ ରୋଗୀ ଜଣକ ସୁସ୍ଥ ଅଛନ୍ତି।  

Advertisment

ଏନେଇ କାର୍ଡିଓଥୋରାସିସ ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି, ଏହି ଚ୍ୟାଲେଞ୍ଚ ଆମ ପାଇଁ ଏକ ସୁଯୋଗ । ଭୁବନେଶ୍ୱରର ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କ ଛାତିରେ ଛୁଞ୍ଚି ପଶି ହୃତପିଣ୍ଡରେ ଲାଗି ଯାଇଥିଲା। ବିଭିନ୍ନ ହସ୍ପିଟାଲରେ ଦେଖାଇ ସେ ନିରାଶ ହୋଇଥିଲେ। ଏଥିନିମନ୍ତେ ଲକ୍ଷାଧିକ ଟଙ୍କା ଦରକାର ବୋଲି ଅନ୍ୟ ମେଡିକାଲ ପକ୍ଷରୁ ତାଙ୍କୁ କହିଥିଲେ। ଏହାପରେ ସେ ଏସିବି ଆସିଥିଲେ।

ଗତ ୧୦ରେ ରୋଗୀଜଣକ ଏସସିବିରେ ଆଡମିଟ୍‌ ହୋଇଥିବା ବେଳେ ଗତକାଲି ଅପରେସନ ହୋଇଥିଲା।  ଆଜି ଅବସ୍ଥା ଠିକ୍‌ ଅଛି। ଏହା ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। କାରଣ ହୃତପିଣ୍ଡ କାମ କରିବା ବନ୍ଦ କଲେ ମଣିଷ ବଞ୍ଚିବା ସମ୍ଭାବନା ନୁହେଁ। ଦୀର୍ଘ ୩ରୁ ସାଢେ ୩ ଘଣ୍ଟା କାଳ ଧରି ଏହି ଅପରେସନ ଚାଲୁ ରହିଲା। ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କୁ ନେଇ ଗଠିତ କମିଟି ଏହି ଅପରେସନ କରିଛନ୍ତି।

ପ୍ରଥମେ ରୋଗୀ ଏବେ ଆଇସିୟୁରେ ଅଛନ୍ତି । ୫ ଦିନ ସେଠାରେ ରହିବେ। ତା’ ମଧ୍ୟରେ ଇନଫେକ୍ସନ ନ ହେଲେ ସାଧାରଣ ୱାର୍ଡକୁ ଆସିବେ ବ୍ଲି କହିଛନ୍ତି ଡାକ୍ତର ମନୋଜ ପଟ୍ଟନାୟକ।

Scb Scb Medical