Advertisment

ବ୍ୟାପୁଛି ନିପା: ମୃତକଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ପଜିଟିଭ୍ ଚିହ୍ନଟ

ଆକ୍ରାନ୍ତମାନେ ଗତକାଲି ମୃତ୍ୟୁ ଘଟିଥିବା ନାବାଳକଙ୍କ ସଂସ୍ପର୍ଶରେ ଆସିଥିଲେ।

ଅଦ୍ୟତନ ହୋଇଛି
Nipah testing kit

Nipah testing kit

Advertisment

କେରଳରେ ଚିନ୍ତା ବଢାଇ ଚାଲିଛି ନିପା ଭାଇରାସ୍। ପୁଣି ଛଅ ଜଣ ନିପା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ଗତକାଲି ମୃତ୍ୟୁ ଘଟିଥିବା ନାବାଳକଙ୍କ ସଂସ୍ପର୍ଶରେ ଆସିଥିଲେ।

Advertisment

ସୂଚନା ଅନୁସାରେ, କେରଳର ଜଣେ ୧୪ ବର୍ଷୀୟ ନାବାଳକ ନିପା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରୁ ନମୂନା ନିଆଯାଇ ପରୀକ୍ଷା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି ୧୩ ଜଣଙ୍କ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେମାନେ ମଧ୍ୟ ମୃତକଙ୍କ ସଂସ୍ପର୍ଶରେ ଆସିଥିଲେ। 

ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଗର୍ଗ କହିଛନ୍ତି ଯେ, ଗତକାଲି ନାବାଳକଙ୍କ ମୃତ୍ୟୁ ହୋଇଥିଲା। ୨୦୨୩ ପରଠାରୁ ଏହା ପ୍ରଥମ ଘଟଣା। ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ନିପା ଭୂତାଣୁରେ ଚିହ୍ନଟ ହୋଇଛନ୍ତି। କୋଜିକୋଡେ ମେଡିକାଲ କଲେଜ ଭାଇରୋଲୋଜି ଲ୍ୟାବକୁ ନଅଟି ନମୁନା ଏବଂ ଥିରୁଅନନ୍ତପୁରମ ଆଡଭାନ୍ସଡ ଭାଇରୋଲୋଜି ଇନଷ୍ଟିଚ୍ୟୁଟକୁ ଚାରିଟି ନମୁନା ପଠାଯାଇଛ। ୧୩ ନମୂନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି।

Advertisment

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂସ୍ପର୍ଶରେ ଆସିଥିବା ୩୫୦ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦୧ ଜଣ ବିପଦପୂର୍ଣ୍ଣ ତାଲିକାରେ ରହିଛନ୍ତି। ଏଥିରେ ୬୮ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ ମଧ୍ୟ ଅଛନ୍ତି। ଏପରିକି ନାବାଳକ ଯାତ୍ରା କରିଥିବା ବସ୍ ମଧ୍ୟ ଚିହ୍ନଟ କରାଯାଇ ଯାତ୍ରୀଙ୍କ ନମୂନା ପରୀକ୍ଷା କରାଯାଉଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe