Advertisment

କେରଳରେ 2 ମୁଣ୍ଡ ନେଲାଣି ନିପା ଭାଇରସ୍, ଜାଣନ୍ତୁ ରୋଗର କାରଣ ଓ ଲକ୍ଷଣ

କେରଳରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ଜୀବନ ଯିବାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ପଠାଇଛି। ତେବେ ଏହି ରୋଗ କଣ, କାହିଁକି ବ୍ୟାପେ ଓ ଲକ୍ଷଣ ବାବଦରେ ଜାଣନ୍ତୁ...

ଅଦ୍ୟତନ ହୋଇଛି
People wear masks at a medical college after the Nipah virus alert in Kozhikode

People wear masks at a medical college after the Nipah virus alert in Kozhikode

Advertisment

ଡରାଉଛି ନିପା ଭାଇରସ୍। କେରଳକୁ ଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍। କୋଜିକୋଡରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ପଠାଇଛନ୍ତି। 

Advertisment

ଅଗଷ୍ଟ ୩୦ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧୧ରେ ଆଉ ଜଣେ ରୋଗୀଙ୍କର ଜୀବନ ଯାଇଛି। ଏମାନେ ନିପାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ସେପ୍ଟେମ୍ବର ୧୧ରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କର ଜଣେ ୯ ବର୍ଷର ପିଲା ଏବଂ ୨୪ ବର୍ଷିୟ ଜଣେ ସମ୍ପର୍କୀୟ ନିପାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଭୂତାଣୁ ବ୍ୟାପୁଥିବା ଆଶଙ୍କା କରାଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ବିଶେଷଜ୍ଞ ଟିମ୍ ପଠାଇଛନ୍ତି।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ପୁନେରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପାଞ୍ଚଟି ନମୁନା ପଠାଯାଇଛି। ସେପ୍ଟେମ୍ବର ୧୧ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମେତ ପାଞ୍ଚ ଜଣଙ୍କ ମଧ୍ୟରୁ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାକୁ ଭିତ୍ତି କରି ଅଗଷ୍ଟ ୩୦ରେ ମୃତ୍ୟୁ ଘଟିଥିବା ପ୍ରଥମ ବ୍ୟକ୍ତି ମଧ୍ୟ ଭୂତାଣୁ ପଜିଟିଭ ହୋଇଥିବେ ବୋଲି କୁହାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଆମେ ଏନେଇ ସତର୍କ ରହିଛୁ। କମ୍ ସଂକ୍ରମିତ କିମ୍ବା ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା କରୁଛୁ। ମୃତକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ ପାଇଁ ପ୍ରକ୍ରିୟା ଚାଲିଛି। କୋଜିକୋଡେରେ ଦୁଇଟି ମୃତ୍ୟୁ ପରେ କେରଳ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି।

ତେବେ ନିପା ଭାଇରସ୍ କଣ, କାହିଁକି ଏହି ରୋଗ ବ୍ୟାପେ, ଏହାର ଲକ୍ଷଣ ବାବଦରେ ଜାଣନ୍ତୁ...

ପଶୁଙ୍କ ଶରୀରରୁ ନିପା ବ୍ୟାପେ ବୋଲି କୁହାଯାଏ। ଏହାକୁ ଜୁଟୋନିକ୍ ଭାଇରସ୍ ମଧ୍ୟ କୁହାଯାଏ। ଘୋଡା, କୁକୁର, ଘୁଷୁରି, ଛେଳି ଏବଂ ବିଲେଇ ଭଳି ପଶୁମାନଙ୍କ ଦ୍ୱାରା ନିପା ଭାଇରସ୍ ମଣିଷକୁ ବ୍ୟାପିଥାଏ। ଏହାର ଅନେକ ଲକ୍ଷଣ ଠିକ୍ ସାଧାରଣ ଭାଇରାଲ୍ ଜ୍ୱର ପରି। ଏହି କାରଣରୁ ପ୍ରାରମ୍ଭର ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭାବି ଲୋକମାନେ ଅବହେଳା କରିଦିଅନ୍ତି। ଫଳରେ ରୋଗ ସାଙ୍ଘାତିକ ହୋଇଯାଏ। 

ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ନିପା ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଜଣେ ବ୍ୟକ୍ତିଙ୍କଠାରେ ଏହାର ଲକ୍ଷଣ ୫ ରୁ ୧୫ ଦିନ ପର୍ଯ୍ୟନ୍ତ ଦେଖାଯାଏ। ସର୍ବପ୍ରଥମେ ଜ୍ୱର ଏବଂ ମୁଣ୍ଡବିନ୍ଧାର ସମସ୍ୟା ଦେଖାଯାଏ ଏବଂ ପରେ କାଶ, ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ ହୁଏ। ଯେତେବେଳେ ନିପା ଭାଇରସ୍ ଶରୀର ଉପରେ ପ୍ରଭାବ ପକାଇବା ଆରମ୍ଭ କରେ, ସେତେବେଳେ ଗଳାରେ ଯନ୍ତ୍ରଣା ହୁଏ। ବାନ୍ତି ଏବଂ ବାରମ୍ବାର ଝାଡ଼ା ହୋଇଥାଏ। ଶରୀର ଦୁର୍ବଳ ଲାଗିବା ସହ ମାଂସପେଶୀରେ ଯନ୍ତ୍ରଣା ମଧ୍ୟ ହୁଏ। ଏସବୁ ଲକ୍ଷଣ ଥିଲେ ତୁରନ୍ତ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦିଆଯାଇଛି। 

Health News Nipah Virus Kerala Nipah Virus Virus Disease
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe