Advertisment

ଚୀନର ନୂଆ ଭାଇରସ, ଭୟଭୀତ ନହେବାକୁ ପରାମର୍ଶ ଦେଲେ ଓଡ଼ିଶା ସରକାର

ଚୀନର ଏହି ଭାଇରସକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି

Niranjan Mishra

Niranjan Mishra

Advertisment

କୋଭିଡ୍ ପରେ ଏବେ ଚୀନର ଆଉ ଏକ ଭାଇରସ୍ ‘ଏଚ୯ଏନ୨’କୁ ନେଇ ଗଣମାଧ୍ୟମରେ ଆଶଙ୍କା ଲାଗି ରହିବାରୁ ମୁହଁ ଖୋଲିଛନ୍ତି ରାଜ୍ୟ ସରକାର। ଚୀନର ଏହି ଭାଇରସକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ତେବେ ଯେଉଁ ଲୋକମାନେ ଥଣ୍ଡା ଓ କାଶରେ ସଂକ୍ରମିତ ଅଛନ୍ତି ସେମାନେ ଜନଗହଳିସ୍ଥାନକୁ ଯିବାବେଳେ ମାସ୍କ ପିନ୍ଧିବାକୁ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି ।

Advertisment

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମିଶ୍ର କହିଛନ୍ତି ଯେ, ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନରେ ବହୁଳ ଭାବେ ଲୋକେ ନିମୋନିଆରେ ସଂକ୍ରମିତ ହେଉଥିବା ନେଇ ଖବର ପ୍ରକାଶିତ ହୋଇଛି । ଅଜଣା ଭାଇରସ ଯୋଗୁ ଏହ ନିମୋନିଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କୁହାଯାଉଛି ଯେ ଏହା ଏକ ନୂଆ ଭାଇରସ୍ । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ନୂଆ ଭାଇରସ୍ ନୁହେଁ ବୋଲି ସ୍ପଷ୍ଟ କରିସାରିଛି । ତେରୁ ଏହାକୁ ନେଇ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହି ଭାଇରସ୍ ବହୁଳ ଭାବେ ବ୍ୟାପିଥାଏ । ଏହି ଭାଇରସ୍ ଓଡ଼ିଶାରେ ଥିବା ନେଇ କୌଣସି ସୂଚନା ନାହିଁ । ଭୁବନେଶ୍ୱରସ୍ଥିତ ଆରଏମଆରସି ମଧ୍ୟ ଓଡ଼ିଶାରେ ଏଭଳି ଭାଇରସ୍ ଆସିଥିବାର ପ୍ରମାଣ ନାହିଁ ବୋଲି କହିଛି । ଏଚ୯ଏନ୨ ଭାଇରସରେ ବହୁଳ ଭାବେ ସଂକ୍ରମିତ ହେଉଛନ୍ତି ଚୀନର ପିଲାମାନେ । ସେହି ଭାଇରସରେ ସଂକ୍ରମିତ ପିଲାମାନଙ୍କ ମଧ୍ୟରେ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । ଏହି ଭାଇରସ ଚୀନରେ ବ୍ୟାପକ ଭାବେ ଅନୁଭୂତ ହୋଇଥାଏ । ଏହା କୌଣସି ନୂଆ ଭାଇରସ୍ ନୁହେଁ । ଓଡ଼ିଶାରେ ଏପର୍ଯ୍ୟନ୍ତ ଉକ୍ତ ଭାଇରସ୍ ଚିହ୍ନଟ ହୋଇନି ବୋଲି ଡାକ୍ତର ମିଶ୍ର କହିଛନ୍ତି ।

ପୂର୍ବରୁ ମଧ୍ୟ ଏଭଳି ଭାଇରସ ଏଠାରେ ଅଛି । ଏହା କୌଣସି ନୂଆ ଭାଇରସ ନୁହେଁ । କେନ୍ଦ୍ର ସରକାର ମଧ୍ୟ ଏହି ଭାଇରସକୁ ନେଇ କେହି ଭୟଭୀତ ନହେବାକୁ ପୂର୍ବରୁ ଆଶ୍ୱସ୍ତ କରିସାରିଛନ୍ତି ବୋଲି ଡାକ୍ତର ମିଶ୍ର କହିଛନ୍ତି ।

Advertisment

ଅବଶ୍ୟ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ଓ ମୁକାବିଲା ପାଇଁ ରାଜ୍ୟ ସରକାର ନିଜସ୍ୱସ୍ତରରେ ଉଦ୍ୟମ କରିଛନ୍ତି । ଜିଲ୍ଲାରେ ଏଥିପାଇଁ ଅଧିକ ସଂଖ୍ୟକ ବେଡ ପ୍ରସ୍ତୁତ ରଖିବା ସହ ଟେଷ୍ଟିଂ, ପର୍ଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ୍ ଓ ମାନବସମ୍ବଳ ଆଦି ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe