Advertisment

ଭଲ ଖବର: ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ

ବଡ଼ କଥା ହେଲା ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା।

author-image
Manoranjan Sial
Ayushman Bharat

Ayushman Bharat

ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ହେବ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ। ଡବଲ ଇଞ୍ଜିନ ସରକାରର ଲାଭ ପାଇବେ ରାଜ୍ୟବାସୀ। ଏନେଇ ବିଭାଗୀୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କେନ୍ଦ୍ରୀୟ ଟିମ୍‌ ମଧ୍ୟ ଏନେଇ ଓଡ଼ିଶା ଆସି ଅନୁଧ୍ୟାନ କରି ସାରିଛି। ତେଣୁ ଫେବ୍ରୁଆରୀରୁ ଏହି ଫ୍ଲାଗସିପ୍ ଯୋଜନା ଲାଗୁ କରିବାକୁ ମୋହନ ଚରଣ ମାଝୀ ସରକାର ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ନୂଆବର୍ଷରୁ ଏହି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିପ୍ଲବ ଆଣିବ। ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଯିବ। ସେଥିପାଇଁ ନିୟମାବଳି ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ। ରାଜ୍ୟରେ ଏକ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଗୋଟିଏ କାର୍ଡ। ଆୟୁଷ୍ମାନ ଭାରତରୁ ଯେମିତି କେହି ବଞ୍ଚିତ ହେବେ ନାହିଁ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ।

ସରକାରକୁ ଆସିବାର ୧୦୦ ଦିନରେ ଆୟୁଷ୍ମାନ ଭାରତକୁ ଲାଗୁ କରିବା ନେଇ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଏହା ସହ ଅକ୍ଟୋବର ୨୯ରେ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ 2.0କୁ ମଧ୍ୟ ଦେଶବ୍ୟାପୀ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାର ଯଦିଓ ଏହି ଯୋଜନାକୁ ଗ୍ରହଣ କରିଛନ୍ତି। କିନ୍ତୁ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ୧୮ଟି ରାଜ୍ୟ ନିଜ ଯୋଜନା ସହ ଆୟୁଷ୍ମାନ ଭାରତକୁ ମିଶ୍ରଣ କରି କାର୍ଯ୍ୟକ୍ଷମ କରୁଛନ୍ତି। ସେହିଭଳି ୪ଟି ରାଜ୍ୟ କେନ୍ଦ୍ରୀୟ ଯୋଜନା ସହ ସମ୍ମିଶ୍ରଣ କରି ସାରିଲେଣି। କେବଳ ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଲାଗୁ ହୋଇସାରିଲାଣି। ତେଣୁ ଫେବ୍ରୁଆରୀରୁ ଆରମ୍ଭ ହେଲେ ଏହି ଯୋଜନାରେ ଚିକିତ୍ସିତ ହୋଇ ଆରୋଗ୍ୟ ହେବେ ବୋଲି ଅନେକ ଆଶାବାଦୀ।

Advertisment

ବଡ଼ କଥା ହେଲା ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା ପରର ୧୫ ଦିନ ପର୍ଯ୍ୟାନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି। ତେବେ ଓଡିଶାରେ ଯଦି ଯୋଜନାର ମିଶ୍ରଣ ହୁଏ, ତାହାହେଲେ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ଓ ଆୟୁଷ୍ମାନ ଭାରତରେ ୩୩ ଲକ୍ଷ ପରିବାର ରହିବେ।

Bjp Ayushman Bharat