covid-19
ଓଡ଼ିଶାରେ ଗୁରୁବାର ସୁଦ୍ଧା କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଂଚିଛି । ୨୪ଘଣ୍ଟା ମଧ୍ୟରେ ଆଉ ୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । କୋଭିଡର ନୂଆ ଭାରିଏଂଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟୱାରି ତଥ୍ୟ ଅନୁସାରେ, ଓଡ଼ିଶାରେ ଗୁରୁବାର ସୁଦ୍ଧା ମୋଟ ୮ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ଡିସେମ୍ବର ୩ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ଓମିକ୍ରନର ନୂଆ ସବ୍ ଭାରିଏଣ୍ଟ ‘ଜେଏନ ୧’ର ଭୟ ଲାଗି ରହିଥିବାବେଳେ ରାଜ୍ୟରେ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ମୋଟ ୬୯୦ଜଣ ସଂକ୍ରମିତଙ୍କ ନମୂନା ସଂଗ୍ରହ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୩ଜଣ ସଂକ୍ରମିତ ଥିବା ଜଣାପଡ଼ିଛି । ସମସ୍ତ ସକ୍ରିୟ ସଂକ୍ରମିତ ଏବେ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଚିହ୍ନଟ ହୋଇଛି । କୌଣସି ସଂକ୍ରମିତ ବ୍ୟକ୍ତି ଗୁରୁତର ଥିବା ଚିହ୍ନଟ ହୋଇନି । ତେଣୁ ଏହି ଭାରିଏଣ୍ଟକୁ ନେଇ କେହି ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କ ସମେତ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଜନଗହଳି ସ୍ଥାନକୁ ନଯିବା ଓ ବାହାରକୁ ଯାଉଥିଲେ ମାସ୍କ ପିନ୍ଧି ଯିବା ପାଇଁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ସମଗ୍ର ଦେଶରେ ଏବେ ୩୭୪୨ଜଣ ସକ୍ରିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହକ ମଧ୍ୟରେ ଆଜି ଗୋଟିଏ ଦିନରେ ୭୫୨ଜଣ କରୋନା ସଂକ୍ରମିତ ହୋଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/covid_19_1703312925.jpg)