Advertisment

ଓଡ଼ିଶାରେ ଆରମ୍ଭ ହେବ ୱାନ୍‌ ହେଲଥ୍‌ କାର୍ଯ୍ୟକ୍ରମ

ସାରା ଦେଶରେ ଓଡ଼ିଶା ସମେତ ୪ ରାଜ୍ୟରେ ଆରମ୍ଭ ହେଉଛି ୱାନ୍‌ ହେଲଥ୍‌ କାର୍ଯ୍ୟକ୍ରମ। ଏହା ଅଧୀନରେ ଜୁନୋଟିକ୍‌ ଡିଜିଜ ଅର୍ଥାତ୍ ଆନ୍ଥ୍ରାକ୍ସ, ରାବିଜ, ସ୍କ୍ରବ୍‌ ଟାଇଫସ୍‌, ନିପା ଭାଇରସ୍‌ ଭଳି ପଶୁଠାରୁ ମଣିଷ ଶରୀରକୁ ଆସୁଥିବା ରୋଗ ମୁକାବିଲା ଲାଗି ମିଳିତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

author-image
Manoranjan Sial
One Health

One Health

ଓଡ଼ିଶାରେ ଆରମ୍ଭ ହେବ ୱାନ୍‌ ହେଲଥ୍‌ କାର୍ଯ୍ୟକ୍ରମ। WHO ଦ୍ଵାରା ପ୍ରସ୍ତାବିତ ୱାନ୍‌ ହେଲଥ୍‌ କାର୍ଯ୍ୟକ୍ରମକୁ ପାଇଲଟ୍‌ ପ୍ରକଳ୍ପ ଭାବେ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ। ଏନେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

Advertisment

ଡାକ୍ତର ମିଶ୍ରଙ୍କ କହିବା ଅନୁସାରେ ସାରା ଦେଶରେ ଓଡ଼ିଶା ସମେତ ୪ ରାଜ୍ୟରେ ଆରମ୍ଭ ହେଉଛି ୱାନ୍‌ ହେଲଥ୍‌ କାର୍ଯ୍ୟକ୍ରମ। ଏହା ଅଧୀନରେ ଜୁନୋଟିକ୍‌ ଡିଜିଜ ଅର୍ଥାତ୍ ଆନ୍ଥ୍ରାକ୍ସ, ରାବିଜ, ସ୍କ୍ରବ୍‌ ଟାଇଫସ୍‌, ନିପା ଭାଇରସ୍‌ ଭଳି ପଶୁଠାରୁ ମଣିଷ ଶରୀରକୁ ଆସୁଥିବା ରୋଗ ମୁକାବିଲା ଲାଗି ମିଳିତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିଲାଗି ସ୍ଵାସ୍ଥ୍ୟ ବିଭାଗ ସହ ପଶୁ ସମ୍ପଦ, କୃଷି ଓ ବନ୍ୟପ୍ରାଣୀ ବିଭାଗ ମିଳିତ ଭାବେ କାମ କରିବେ। ଏହା ଅଧୀନରେ ଜୁନୋଟିକ ଡିଜିଜ୍‌ ପାଇଁ ତିଆରି ହେବ ସ୍ୱତନ୍ତ୍ର ରାଜ୍ୟସ୍ତରୟ ଆକ୍ସନ ପ୍ଲାନ ଓ ଜିଲ୍ଲା ସ୍ତରୀୟ ଆକ୍ସନ ପ୍ଲାନ। ଗଠନ ହେବ କୋଅର୍ଡିନେସନ କମିଟି। କେଉଁ ଜିଲ୍ଲାରେ କେଉଁ ଜୁନୋଟିକ ରୋଗ ଅଧିକ ହେଉଛି ତାହାର ମ୍ୟାପିଂ କରାଯିବ। ଏହାସହ ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟ୍ରାଲ ଲାବୋରେଟରି ଓ ମେଡିକାଲ କଲେଜ ଲାବୋରେଟରୀ ଗୁଡ଼ିକୁ ଅଧିକ ସଶକ୍ତ କରାଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି।

ସୂଚନାରୁ ପ୍ରକାଶ, ଗତ କିଛି ଦିନରେ ରାଜ୍ୟରେ ମାଡ଼ି ଚାଲିଛି ସ୍କ୍ରବ୍‌ ଟାଇଫସ୍‌। ସମଗ୍ର ଓଡ଼ିଶାରେ ଏହି ରୋଗର ପଦଧ୍ୱନୀ ଦେଖିବାକୁ ମିଳିଛି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସ୍ଥିତି ଅଣାୟତ ହେଉଥିବା ଦେଖି ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ।

Advertisment
Health