Advertisment

ଡିପଥେରିଆରେ ଆଖି ବୁଜିଲେ ନାବାଳକ, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା

ଚିନ୍ତା ବଢ଼ାଉଛି ଡିପଥେରିଆ । ପୂର୍ବରୁ ଏଥିରେ ଆକ୍ରାନ୍ତ ହୋଇ ୫ ଜଣ ଆଖି ବୁଜି ସାରିଥିବା ବେଳେ ଏବେ ଆଉ ଜଣେ ନାବାଳକ ଆଖି ବୁଜିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
MKCG Hospital

MKCG Hospital

ଚିନ୍ତା ବଢ଼ାଉଛି ଡିପଥେରିଆ । ପୂର୍ବରୁ ଏଥିରେ ଆକ୍ରାନ୍ତ ହୋଇ ୫ ଜଣ ଆଖି ବୁଜି ସାରିଥିବା ବେଳେ ଏବେ ଆଉ ଜଣେ ନାବାଳକ ଆଖି ବୁଜିଛନ୍ତି। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି ଜଣାଯାଇଛି। ପୂର୍ବରୁ ସାରା ରାଜ୍ୟରେ ୫ ଜଣଙ୍କର ଡିପଥେରିଆରେ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୬ରେ ପହଞ୍ଚିଛି।

Advertisment

ଜନନସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, MKCG ମେଡିକାଲରେ ଡିପଥେରିଆ ରେ ୪ ଜଣ ଚିକିତ୍ସିତ ହେଉଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଶେଷରେ ସେ ଆଖି ବୁଜିଥିବା MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ସୂଚନା ଦେଇଛନ୍ତି। 

ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି।

Advertisment

ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗତକାଲିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆ ଯାଉଛି। ଡିପଥେରିଆ ରାୟଗଡ଼ା ଡେଇଁ କୋରାପୁଟ ଓ କଳାହାଣ୍ଡିକୁ ବ୍ୟାପିବା ପରେ ଚିନ୍ତାରେ ସରକାର । ସଂକ୍ରମିତ ଅଞ୍ଚଳବାସୀଙ୍କୁ ମାସ୍କ ପିନ୍ଧିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।

ଏହି ରୋଗରେ ଏଯାବତ ୨୧ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନେ ଚିକିତ୍ସିତ ହେଉଛନ୍ତି। ଏବେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି।

Dead Body Koraput MKCG Diphtheria Ganjam