Advertisment

ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ

ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ।

author-image
Tapaswini Nayak
covid-19

covid-19

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ  ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ୨୦ ଦିନର ବ୍ୟବଧାନ ପରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ନିକଟରେ ମହାମାରୀ କରୋନା ଦେଶରେ ପୁଣି ଚିନ୍ତା ବଢ଼ାଇଛି। ଦେଶରେ ଗତ ୨୪ ଘଣ୍ଟାରେ  ୭୫୨ କୋରାନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଥିସହ  ଆଉ  ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡ ରିପୋର୍ଟରେ ଏହା ପ୍ରକାଶ ପାଇଛି।

Advertisment

JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି।

Covid19 Covid Crisis