Advertisment

ଦହି, ପିଆଜର ରାଇତା ସମସ୍ତଙ୍କ ପସନ୍ଦ, କିନ୍ତୁ ଏହାର ବି ଅଛି ସାଇଡ-ଇଫେକ୍ଟ

ଲଞ୍ଚରେ ପ୍ରାୟତଃ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍‌ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ।

ଅଦ୍ୟତନ ହୋଇଛି
Raita

Raita

Advertisment

ଆଜିକାଲି ତାତିରୁ ଅତିଷ୍ଠ ସମସ୍ତେ ନିଜ ମେନ୍ୟୁରେ କିଛି ଥଣ୍ଡା ଥଣ୍ଡା ଖାଇବାକୁ ଭଲ ପାଉଛନ୍ତି। ତେଣୁ ଲଞ୍ଚରେ ପ୍ରାୟତଃ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍‌ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ। ଅତ୍ୟଧିକ ଖାଇଲେ ଭୋଗିବାକୁ ପଡ଼ିପାରେ ଏହାର ପରିଣାମ ।  

Advertisment

ଆସନ୍ତୁ ଜାଣିବା ରାଇତା ଖାଇବାର ଉପକାରିତା- 

ଇମ୍ୟୁନିଟି ସିଷ୍ଟମ- ପିଆଜ ଓ ଦହି ଉଭୟ ସ୍ୱାସ୍ଥ୍ୟ ପାଇଁ ହିତକର। ପିଆଜରେ ଭିଟାମିନ୍‌ ସି, କ୍ୟାଲସିୟମ, ଆଇରନ, ଫାଇବର ଆଦି ଭରପୂର ମାତ୍ରାରେ ରହିଛି। ଏଥିସହ ଦହିରେ ପ୍ରୋଟିନ, କ୍ୟାଲସିୟମ ଓ ପ୍ରୋବାୟୋଟିକ୍ସ ରହିଛି। ତେଣୁ ଉଭୟ ଦହି ଓ ପିଆଜର ରାଇତା ଖାଇଲେ ପେଟ ସମସ୍ୟା ଦୂର ହେବା ସହ ଇମ୍ୟୁନିଟି ସିଷ୍ଟମ ଠିକ୍‌ ହୋଇଥଏ।

ପ୍ରୋଟିନ ସ୍ରୋତ- ଦହିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। ଏହା ଶରୀରକୁ ଅନ୍ୟ ପ୍ରୋଟିନ ସ୍ରୋତ ତୁଳନାରେ ହେଲଦି ପ୍ରୋଟିନ ପ୍ରଦାନ କରିଥାଏ।

Advertisment

ଥଣ୍ଡାପଣ- ଦହିର ଥଣ୍ଡାପଣ ଓ ପିଆଜର ତିଖାପଣ ମିଶିଲେ ରାଇତା ଖରାରେ ବି ଖୁବ୍‌ ଆରାମ ପ୍ରଦାନ କରିଥାଏ।

ପୋଷଣରେ ଭରପୂର- ପିଆଜ ଓ ଦହି ଉଭୟ ପୋଷକ ତତ୍ତ୍ୱରେ ଭରପୂର। ପିଆଜରେ ଫାଇବର, ଭିଟାମିନ, ଆଣ୍ଟି ବାୟୋଟିକ୍ସ ଅଛି। ଏଥିସହ ଦହିରେ ପ୍ରୋଟିନ, କ୍ୟାଲସିୟମ ଓ ପୋଷକ ଯୌଗିକ ଅମ୍ଳ ରହିଛି। ତେଣୁ ରାଇତା ଶରୀର ପାଇଁ ଖୁବ୍‌ ସ୍ୱାସ୍ଥ୍ୟପ୍ରଦ ।

ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ - ପିଆଜ ଓ ଦହିର ସଂଯୋଗ ପାଚନ ପ୍ରକ୍ରିୟାକୁ ସୁଧାରିଥାଏ। ଦହିର ପ୍ରୋବାୟୋଟିକ୍ସ ଓ ପିଆଜର ଆଣ୍ଟି ଅକ୍ସିଡେଣ୍ଟ ପେଟ ସମସ୍ୟାକୁ ଦୂର କରିବା ସହ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ।

ରାଇତାର ସାଇଡ ଇଫେକ୍ଟ

ଗ୍ୟାସ ଓ ଏସିଡିଟି- କିଛି ଲୋକଙ୍କର ଦହି ଓ ପିଆଜ ଖାଇବା ଦ୍ୱାରା ଗ୍ୟାସ ଓ ଏସିଡିଟି ହୋଇଥାଏ। ମୁଖ୍ୟତଃ ଯେଉଁମାନଙ୍କର ହଜମ ପ୍ରକ୍ରିୟା ଠିକ୍‌ ଭାବେ ହୁଏନି ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।

ମେଦବହୁଳତା ସମସ୍ୟା - ଦହିରେ ଭରପୂର ପ୍ରୋଟିନ ରହିଛି। ତେଣୁ ଏହାକୁ ଅଧିକ ପରିମାଣରେ ସେବନ କଲେ ଓଜନ ବଢ଼ିପାରେ। ତେଣୁ ଯେଉଁମାନେ ମେଦବହୁଳତା ସମସ୍ୟା ଭୋଗୁଛନ୍ତି, ସେମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଆଲର୍ଜୀ ସମସ୍ୟା - କିଛି ଲୋକଙ୍କର ପିଆଜ ବା ଦହି ପ୍ରତି ଆଲର୍ଜୀ ରହିଥାଏ। ତେଣୁ ସେମାନେ ଦେଖି ଚାହିଁ ରାଇତା ଖାଇବା ଉଚିତ ।

Lifestyle Healthy Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe