ରାଜ୍ୟରେ ମାତ୍ର ୩ଟି ‘ଜରାଶ୍ରମ’: କେନ୍ଦ୍ର କହିଲା ସବୁ ଜିଲ୍ଲାରେ ଜରାଶ୍ରମ ବାଧ୍ୟତାମୂଳକ, ତୁରନ୍ତ ପ୍ରସ୍ତାବ ଦିଅ

କେନ୍ଦ୍ର ସରକାରଙ୍କ ଦୁଇଟି ମନ୍ତ୍ରଣାଳୟର ସଚିବ ମିଳିତ ଭାବେ ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଅଟଳ ବୟୋ ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ ହେଉଛି ।

Old Age Home

Representative image

Ordigital Desk
  • Published: Wednesday, 26 July 2023
  • Updated: 26 July 2023, 08:31 PM IST

Sports

Latest News

ରାଜ୍ୟର ମୋଟ ଜନସଂଖ୍ୟାର ୧୩ ପ୍ରତିଶତ ବୃଦ୍ଧବୃଦ୍ଧା(ବରିଷ୍ଠ ନାଗରିକ) ହୋଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଜରାଶ୍ରମ (ଦୁସ୍ଥ ବରିଷ୍ଠ ନାଗରିକଙ୍କ ପାଇଁ ଆଶ୍ରୟସ୍ଥଳୀ) ନାହିଁ । ସରକାରୀ ଅନୁଦାନରେ ରାଜ୍ୟରେ ୭୫ଜଣ ବୃଦ୍ଧବୃଦ୍ଧା ରହିବାର ସୁବିଧା(୩ଟି ଜରାଶ୍ରମ) ଏବେ ମାତ୍ର ୩ଟି ଜିଲ୍ଲାରେ ଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ  ଦ୍ୱାରା କେତୋଟି ଜରାଶ୍ରମ ରହିଛି ତା’ର ହିସାବ କେନ୍ଦ୍ର ସରକାର ମାଗିଛନ୍ତି ।

ପ୍ରତ୍ୟେକ ଜିଲ୍ଲାରେ ଅତିକମରେ ୧୫୦ଜଣ ଅସହାୟ ବୃଦ୍ଧବୃଦ୍ଧା ରହିବା ଭଳି ଗୋଟିଏ ଜରାଶ୍ରମ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର କହିବା ସହ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ପୌରାଂଚଳରେ ଜରାଶ୍ରମ ଖୋଲିବାକୁ ପରାମର୍ଶ ଦେଇଛନ୍ତି । ଏନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଉଭୟ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସଚିବ ସୌରଭ ଗର୍ଗ ଓ କେନ୍ଦ୍ର ସହରାଂଚଳ ବ୍ୟାପାର ସଚିବ ମନୋଜ ଯୋଶୀ ମିଳିତ ଭାବେ ଚିଠି ଲେଖି ଦୁଃସ୍ଥ ବରିଷ୍ଠ ନାଗରିକଙ୍କ ଆଶ୍ରୟ ନିମନ୍ତେ ସ୍ଥାନ ଚିହ୍ନଟ ବା ଆଶ୍ରୟସ୍ଥଳୀ ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଦୁଇଟି ମନ୍ତ୍ରଣାଳୟର ସଚିବ ମିଳିତ ଭାବେ ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଅଟଳ ବୟୋ ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ବରିଷ୍ଠ ନାଗରିକଙ୍କ ପାଇଁ ସମନ୍ୱିତ କାର୍ଯ୍ୟକ୍ରମରେ ଜରାଶ୍ରମ ପରିଚାଳନା ନିମନ୍ତେ ଏନଜିଏଗୁଡ଼ିକୁ ଆର୍ଥିକ ଅନୁଦାନ ଦିଆଯାଉଛି । କେନ୍ଦ୍ର ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପୌରସଂସ୍ଥାଗୁଡ଼ିକ ଦ୍ୱାରା ‘ ସହରୀ ବାସହରାଙ୍କ ପାଇଁ ଆଶ୍ରୟସ୍ଥଳୀ’ ନାଁରେ ଏକ ଯୋଜନା କାର୍ଯ୍ୟକାରୀ ହେଉଛି ।

Also Read

ସମାନ ଲକ୍ଷ୍ୟରେ ଏବେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ସହରରେ ଏଭଳି ଆଶ୍ରୟସ୍ଥଳୀ ବରିଷ୍ଠ ନାଗରିକମାନଙ୍କ ସମେତ ସମ୍ବେଦନଶୀଳ ବର୍ଗ ପାଇଁ ଖୋଲିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ସହରାଂଚଳ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ବରିଷ୍ଠ ନାଗରିକଙ୍କ ଆଶ୍ରୟସ୍ଥଳୀ ଖୋଲିବା ପାଇଁ ଉପଯୁକ୍ତ ସ୍ଥାନର ଚିହ୍ନଟ,କୋଠା ନିର୍ମାଣ ସହ ପରିଚାଳନା ନିମନ୍ତେ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାରଙ୍କ ଉଭୟ ସଚିବ ଚିଠି ଲେଖି ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଛନ୍ତି । ସହରାଂଚଳ ସ୍ୱାୟତ୍ତ ସଂସ୍ଥା(ବିଜ୍ଞାପିତ ଅଂଚଳ, ପୌରାଂଚଳ,ମହାନଗର ନିଗମ)ଗୁଡ଼ିକ ସିଧାସଳଖ ବରିଷ୍ଠ ନାଗରିକଙ୍କ ପାଇଁ ସମନ୍ୱିତ କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ‘ଇ-ଅନୁଦାନ’ ପୋର୍ଟାଲରେ ଆବେଦନ କରିପାରିବେ । ଏନେଇ ତୁରନ୍ତ ସହମତି ଦେବା ସହ ସ୍ଥାନ ଓ ଆଶ୍ରୟସ୍ଥଳୀ ଚିହ୍ନଟ କରିବାକୁ  ମୁଖ୍ୟ ସଚିବଙ୍କୁ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଜୁନ୍ ୨୬ତାରିଖର ଏହି ଚିଠିର ପ୍ରାୟ ମାସକ ପରେ ରାଜ୍ୟ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ରାୟ ଆଜି ରାଜ୍ୟ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଜିଲ୍ଲା ମୁଖ୍ୟାଳୟ ଓ ପ୍ରତ୍ୟେକ ପୌର ସଂସ୍ଥାରେ ବରିଷ୍ଠ ନାଗରିକଙ୍କ ପାଇଁ ବାସସ୍ଥଳୀ କେତେ ରହିଛି ତା’ର ତଥ୍ୟ ଦେବାକୁ କହିଛନ୍ତି ।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟରେ ଏବେ ଦୁସ୍ଥ ବରିଷ୍ଠ ନାଗରିକଙ୍କ ପାଇଁ ଜଗତସିଂହପୁର, କଟକ ଓ ନିମାପଡ଼ାରେ ଏନଜିଏ ସହାୟତାରେ ୩ଟି ଜରାଶ୍ରମ ପରିଚାଳିତ ହେଉଛି, ଯେଉଁଥିରେ ମୋଟ ୭୫ଜଣ ଅନ୍ତେବାସୀ ରହିବାର ସୁବିଧା ଅଛି । ଏଠାରେ ଅନ୍ତେବାସୀଙ୍କୁ ମାଗଣା ଖାଦ୍ୟ,ପୋଷାକ, ରହିବା, ସ୍ୱାସ୍ଥ୍ୟସେବା ଓ ଅବସର ବିନୋଦନର ସୁବିଧା ମିଳୁଛି । । ଏହାସହିତ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଜରାଶ୍ରମ ରହିଛି ଯେଉଁଠି କେବଳ ଦିନବେଳା ସେବା ମିଳୁଛି । ଏହାକୁ ବାଦ୍ ଦେଲେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲା-ଖୋର୍ଦ୍ଧା,ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, ପୁରୀ,କଟକ,ନବରଙ୍ଗପୁର, ଭଦ୍ରକ ଓ ମାଲକାନଗିରିରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ(ଆଇସିସି) ନିର୍ମାଣ କରୁଛନ୍ତି । ଏଥିରୁ କିଛି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟଠି ଏହା ଅନୋଂଶରେ କାର୍ଯ୍ୟକ୍ଷମ ହୋଇଛି ଓ ଦୁସ୍ଥ ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ ବର୍ଗର ଅସହାୟ ଓ ନିଷ୍ପେଷିତ ବ୍ୟକ୍ତିମାନେ ସେଠାରେ ଆଶ୍ରୟ ନେଉଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ରାଜ୍ୟରେ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ଅବଗତ କରାଇଛନ୍ତି । ମହାସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କରିଥିବା ଅନୁରୋଧ ଅନୁସାରେ, ରାଜ୍ୟରେ ଏବେ ମୋଟ ଜନସଂଖ୍ୟାର ୧୩ ପ୍ରତିଶତ ହେଉଛନ୍ତି ବରିଷ୍ଠ ନାଗରିକ । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଗ୍ରାମାଂଚଳରେ ରହୁଛନ୍ତି । ଏହି ୭୦ ପ୍ରତିଶତଙ୍କ ମଧ୍ୟରୁ ୩୦ ପ୍ରତିଶତ ବରିଷ୍ଠ ନାଗରିକ ହେଉଛନ୍ତି ଅତ୍ୟନ୍ତ ଗରିବ । ବରିଷ୍ଠ ନାଗରିକମାନେ ବହୁ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ଗରିବ ବୃଦ୍ଧବୃଦ୍ଧାଙ୍କୁ ମିଳୁଥିବା ମାସିକ ଭତ୍ତା ପରିମାଣ ୧୦୦୦ରୁ ୧୫୦୦ଟଙ୍କା କରିବା, ସମସ୍ତ ବରିଷ୍ଠ ନାଗରିକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ସମେତ ସବୁ ଜିଲ୍ଲାରେ ‘ଓଲଡେଜ୍ ହୋମ’ ସ୍ଥାପନ ଓ ଏହାର ପରିଚାଳନା ପାଇଁ ଅର୍ଥବରାଦ କରିବାକୁ ମହାସଂଘ ଦାବି କରିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story