Advertisment

ଗତବର୍ଷ ୧୬ ହଜାରରୁ ଅଧିକ ଜୀବନ୍ତ ବ୍ୟକ୍ତି ଦାନ କରିଛନ୍ତି ଅଙ୍ଗ

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ଜୀବନ୍ତ ଅଙ୍ଗଦାତାଙ୍କ ମଧ୍ୟରେ ସର୍ବାଧିକ ମହିଳା ଅଛନ୍ତି।

author-image
Debibandita Barick
Human Organ reserved box

Human Organ reserved box

2023ରେ ଭାରତରେ 16 ହଜାର 542 ଜୀବନ୍ତ ବ୍ୟକ୍ତି ଅଙ୍ଗ ଦାନ କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟ ଅନୁସାରେ, ଅଙ୍ଗଦାତାଙ୍କ ମଧ୍ୟରେ ସର୍ବାଧିକ ମହିଳା ଅଙ୍ଗଦାତା ଅଛନ୍ତି। 

Advertisment

ଜୀବନ୍ତ ଅଙ୍ଗଦାତାର ଅର୍ଥ ବଞ୍ଚିଥିବା ଅବସ୍ଥାରେ ଅଙ୍ଗଦାନ କରିବା। ସବୁଠୁ ସାଧାରଣ ଜୀବନ୍ତ ଅଙ୍ଗଦାନ ହେଉଛି କିଡନୀ ଏବଂ ଲିଭର୍। ଲିଭର୍ ବା ଯକୃତର କିଛି ଅଂଶ ଜଣେ ବ୍ୟକ୍ତି ଦାନ କରିପାରନ୍ତି। 

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ବର୍ଷ 9,784 ଜଣ ମହିଳା 5,651 ପୁରୁଷ ଅଙ୍ଗ ଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ତୃତୀୟଲିଙ୍ଗୀ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି। ମୋଟ ଉପରେ, 2023ରେ 15,436 ଜଣ ଲିଭର୍ ବା ଯକୃତ ଦାନ କରିଛନ୍ତି।

Advertisment

ସେହିପରି ରିପୋର୍ଟରୁ ଜଣାପଡିଛି ଯେ, ଗତ ବର୍ଷ ଉଭୟ ଜୀବନ୍ତ ଏବଂ ମୃତ ଅଙ୍ଗଦାତାଙ୍କ ସଂଖ୍ୟା 18,378 ରେକର୍ଡ କରାଯାଇଛି।

ଏହି ପରିସଂଖ୍ୟାନରେ ଦର୍ଶାଯାଇଛି ଯେ, ମୃତ ଅଙ୍ଗଦାତାଙ୍କ ମଧ୍ୟରେ ଅଧିକ ପୁରୁଷ ଅଛନ୍ତି। 255 ଜଣ ମୃତ ମହିଳା ଅଙ୍ଗଦାନ କରି ଥିବାବେଳେ 844 ଜଣ ପୁରୁଷ ଅଙ୍ଗଦାନ କରିଥିଲେ।

ସେହିପରି, ଜାନୁଆରୀରୁ ଡିସେମ୍ବର ମଧ୍ୟରେ 13,426ଟି କିଡନୀ ଟ୍ରାନ୍ସପ୍ଲାଣ୍ଟ (ପ୍ରତିରୋପଣ) କରାଯାଇ ଥିବାବେଳେ 4,491ଟି ଯକୃତ ଏବଂ 221ଟି ହାର୍ଟ ପ୍ରତିରୋପଣ କରାଯାଇଛି।

Live Organ Donation Organ Donor