Advertisment

ସାବଧାନ! ମଣିଷ ଶରୀରରୁ ମିଳିଲା ଫୁଡ ପ୍ୟାକେଜିଂରେ ବ୍ୟବହୃତ ୩୬ ଶହ କେମିକାଲ୍‌

ମଣିଷ ଶରୀରରୁ ମିଳିଥିବା ୩୬ଶହ କେମିକାଲ ମଧ୍ୟରୁ ପ୍ରାୟ ୧୦୦ଟି ଅତ୍ୟନ୍ତ ଚିନ୍ତାଜନକ ।

author-image
Hemant Lenka
Food

Food

ଫୁଡ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ଏବେ ମଣିଷମାନଙ୍କ ଶରୀରରୁ ଠାବ ହୋଇଛି। ଏହା ମଧ୍ୟରୁ ଏମିତି କିଛି କେମିକାଲ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଅନ୍ୟ ଗୁଡ଼ିକ ସମ୍ପର୍କରେ ଗବେଷକମାନେ ଖୁବକମ ତଥ୍ୟ ହାସଲ କରିଛନ୍ତି। ଏନେଇ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି।

Advertisment

ମଣିଷ ଶରୀରରୁ ମିଳିଥିବା ୩୬ଶହ କେମିକାଲ ମଧ୍ୟରୁ ପ୍ରାୟ ୧୦୦ଟି ଅତ୍ୟନ୍ତ ଚିନ୍ତାଜନକ ବୋଲି ଜୁରିଚ ଭିତ୍ତକ ଏନଜିଓ ଫୁଡ ପ୍ୟାକେଜିଂ ଫୋରମ ଫାଉଣ୍ତସେନ ତଥା ଗବେଷଣାତ୍ମକ ରିପୋର୍ଟର ନେତୃତ୍ୱ ନେଇଥିବା ବିରଗିଟ ଗେଉକେ କହିଛନ୍ତି।

ଅଧ୍ୟୟନ ସମୟରେ ମାନବ ଶରୀରରେ ମିଳିଥିବା କେତେକ ରାସାୟନିକ ପଦାର୍ଥ ଉପରେ ପୂର୍ବରୁ ହିଁ ଗଭୀର ଗବେଷଣା କରାଯାଇଛି। ଫୁଡ ପ୍ୟାକେଜିଂରେ ବ୍ୟବହୃତ PFAS ଓ Bisphenol A ମାନବ ଶରୀରରୁ ମିଳିଛି। ଏହାକୁ ଅତ୍ୟନ୍ତ ସାଂଘାତିକ ବିବେଚନା କରାଯାଏ ଓ ଉଭୟ ରାସାୟନିକ ପଦାର୍ଥ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Advertisment

ବିରଗିଟଙ୍କ ମତରେ ଅନ୍ୟ କେମିକାଲର ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ବହୁତ କମ ତଥ୍ୟ ଜଣାପଡ଼ିଛି। ପ୍ୟାକେଜିଂରେ ବ୍ୟବହୃତ ରାସାୟନିକ ପଦାର୍ଥ ଖାଦ୍ୟ ସହିତ ଶରୀରକୁ କିପରି ପ୍ରବେଶ କରେ ସେ ସମ୍ବନ୍ଧରେ ଅଧିକ ଅନୁସନ୍ଧାନ ଆବଶ୍ୟକତା ରହିଛି।

ଅନୁସନ୍ଧାନକାରୀମାନେ ପ୍ରାୟ ୧୪ ହଜାର ଖାଦ୍ୟ ପ୍ୟାକେଜିଂ ରାସାୟନିକ ପଦାର୍ଥକୁ ତାଲିକାଭୁକ୍ତ କରିଥିଲେ। ଏହି କେମିକାଲଗୁଡ଼ିକ ପ୍ଲାଷ୍ଟିକ, କାଗଜ, କାଚ, ଧାତୁ କିମ୍ବା ଅନ୍ୟାନ୍ୟ ସାମଗ୍ରୀରେ ହେଉଥିବା ଖାଦ୍ୟ ପ୍ୟାକେଜିଂ ଜରିଆରେ ଶରୀର ଭିତରକୁ ଯାଇଥାଏ।

ଏହି ରାସାୟନିକ ପଦାର୍ଥ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ସମୟରେ ମଧ୍ୟ ଆସିପାରେ। ଯେପରିକି କନଭେୟର ବେଲ୍ଟ କିମ୍ବା ରୋଷେଇ ଘର ବାସନ ଦ୍ୱାରା ଖାଦ୍ୟ ମାଧ୍ୟମ ଦେଇ ପେଟକୁ ଯାଇପାରେ।

ଗବେଷଣା ବେଳେ ମାନବ ଶରୀରରୁ ଅଳ୍ପ ସଂଖ୍ୟକ କେମିକାଲ ମିଳିବ ବୋଲି ଗବେଷକମାନେ ଆଶା କରିଥିଲେ। ହେଲେ ଅନୁଧ୍ୟାନ ବେଳେ ୩୬୦୧ଟି କେମିକାଲ ମିଳିଛି। ଏହା ମୋଟ ରାସାୟନିକ ପଦାର୍ଥର ଏକ ଚତୁର୍ଥାଂଶ।

ବିରଗିଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସବୁ ରାସାୟନିକ ପଦାର୍ଥ କେବଳ ଖାଦ୍ୟ ପ୍ୟାକେଜିଂ ଦ୍ୱାରା ଯେ ଶରୀର ମଧ୍ୟକୁ ଯାଇଛି, ତାହା କହିବା ମୁସ୍କିଲ। ଅନ୍ୟାନ୍ୟ କାରଣରୁ ମଧ୍ୟ ଶରୀରରୁ କେମିକାଲ ମିଳିଥାଏ ପାରେ। ମାନବ ଶରୀରରେ ବିସଫେନଲ୍ ଏ ମଧ୍ୟ ମିଳିଛି, ଯାହା ଅତ୍ୟନ୍ତ ବିପଦଜନକ। ଏହାକୁ ପ୍ଲାଷ୍ଟିକ ତିଆରିରେ ବ୍ୟବହାର କରାଯାଏ।

Food Products