Advertisment

ଭାରତର ୫୭% କର୍ପୋରେଟ କର୍ମଚାରୀଙ୍କ ଶରୀରରେ ଏହି ଭିଟାମିନର ଅଭାବ

ଗବେଷଣାରୁ ଜଣାପଡ଼ିଛି ଯେ ଦେଶର ୫୭% କର୍ପୋରେଟ ଚାକିରିଆ ଗୁରୁତ୍ୱପୂର୍ଣ୍ଣ ଭିଟାମିନ ବି୧୨ର ଅଭାବର ସମ୍ମୁଖୀନ ହେଉଛନ୍ତି।

ଅଦ୍ୟତନ ହୋଇଛି
corporate men

corporate men

Advertisment

ଗୋଟିଏ ନୀରବ ସ୍ୱାସ୍ଥ୍ୟ ସମସ୍ୟା ଏବେ ଭାରତରେ ଧୀରେଧୀରେ ତା’ର କାୟା ମେଲାଇବାରେ ଲାଗିଛି। ନିକଟରେ ଡିଜିଟାଲ ହେଲ୍ଥ କେୟାର ଫ୍ଲାଟଫର୍ମ ମେଡିବଡୀର ଗବେଷଣାରୁ ଏପରି ଖବର ସାମ୍ନାକୁ ଆସିଛି। ଗବେଷଣାରୁ ଜଣାପଡ଼ିଛି ଯେ ଦେଶର ୫୭% କର୍ପୋରେଟ ଚାକିରିଆ ଗୁରୁତ୍ୱପୂର୍ଣ୍ଣ ଭିଟାମିନ ବି୧୨ର ଅଭାବର ସମ୍ମୁଖୀନ ହେଉଛନ୍ତି। ଭିଟାମିନ ବି୧୨ ଶରୀରରେ ଶକ୍ତି ଓ ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ବେଶ ଜରୁରୀ। କିନ୍ତୁ କର୍ପୋରେଟ ଜଗତ ସହ ଜଡ଼ିତ ୫୭%ରୁ ଅଧିକ ପୁରୁଷଙ୍କ ଶରୀରରେ ବି୧୨ ଭିଟାମିନର ଅଭାବ ଦେଖିବାକୁ ମିଳିଛି।

Advertisment

ଗବେଷଣା ବେଳେ ୪,୪୦୦ ଜଣ ଲୋକଙ୍କ ମତାମତ ନିଆଯାଇଥିଲା। ଏମାନଙ୍କ ମଧ୍ୟରେ ୩,୩୩୮ ଜଣ ପୁରୁଷ ଓ ୧୦୫୯ ଜଣ ମହିଳା ରହିଥିଲା। ଏମାନେ ସମସ୍ତେ ସହରାଞ୍ଚଳରେ ଥିବା ବିଭିନ୍ନ କର୍ପୋରେଟ ଜଗତ ସହ ଜଡ଼ିତ। ସେମାନଙ୍କ ମତାମତକୁ ଆଧାର କରି ମେଡିବଡୀ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି।

କାହିଁକି କର୍ପୋରେଟ ପ୍ରଫେସନାଲଙ୍କ କ୍ଷେତ୍ରରେ ବି୧୨ର ଅଭାବ ଦେଖାଯାଉଛି?

ଆମ ମଧ୍ୟରୁ ଅଧିକାଂଶ ଲୋକ କାମକୁ ଅନ୍ୟ ସବୁ କିଛି ତୁଳନାରେ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଲେ ଭୁଲ ହେବ ନାହିଁ। ଚାହିଦା ଅନୁସାରେ କାମର ସୂଚୀ, ଖାଇବାର ବଦ ଅଭ୍ୟାସ ଓ ଅଧିକ ମାତ୍ରାର ଚିନ୍ତା ଯୋଗୁ କର୍ପୋରେଟ ଜଗତ ସହ ଜଡ଼ିତ କର୍ମଚାରୀମାନେ ଜରୁରୀ ପୋଷଣ ନେବାକୁ ଭୁଲି ଯାଆନ୍ତି। ପୋଷଣ ଅଭାବର ଲକ୍ଷଣ ଦେଖା ନ ଯିବା ଯାଏ ସେମାନେ ନିଜ ଶରୀର କଥା ଚିନ୍ତା କରନ୍ତି ନାହିଁ। କର୍ପୋରେଟ କର୍ମଚାରୀମାନେ ନିଜର ଡାଏଟକୁ ଖୁବକମ ଧ୍ୟାନ ଦେବା ହିଁ ଭିଟାମିନ ୧୨ର ଅଭାବକୁ ଉଭୟ ପୁରୁଷ ଓ ମହିଳାଙ୍କ ଶରୀରରେ ବୃଦ୍ଧି କରିଥାଏ।

Advertisment

ଏହା ବ୍ୟତୀତ ଡାଏଟିସିଆନ ବିଧି ଚାୱଲାଙ୍କ କହିବା କଥା ଯେ ଭିଟାମିନ ୧୨ ସାଧାଣତଃ ପ୍ରାଣୀଜ ଉତ୍ପାଦରୁ ମିଳିଥାଏ। ନିରାମିଷ ଖାଇବା ଦ୍ୱାରା ଭିଟାମିନ ବି୧୨ ଅଭାବର ଆଶଙ୍କା ଅଧିକ ସୃଷ୍ଟି ହୋଇଥାଏ। ଅତିରିକ୍ତ ଭାବେ ଡାକ୍ତର ଅର୍ଚ୍ଚନା ବାତ୍ରା ଜୀବନ ଶୈଳୀରେ ପରିବର୍ତ୍ତନ ପାଇଁ ଭିଟାମିନ ବି୧୨ର ଅଭାବ ଦେଖାଯାଉଥିବା କହିଛନ୍ତି। ତାଙ୍କ କହିବା କଥା ଯେ ନିୟମିତ ଭାବେ ପିଜା, ବର୍ଗର ଭଳି ଅତ୍ୟଧିକ ଓଭର ପ୍ରୋସେସଡ ଖାଦ୍ୟ, ମଦ ଓ ଅତ୍ୟଧିକ ଚା’ ଏବଂ କଫି ପ୍ରଭାବଶାଳୀ ଢଙ୍ଗରେ ବି୧୨କୁ ଶରୀରରେ ବୃଦ୍ଧି କରିବାକୁ ଦେଉ ନାହିଁ। କର୍ପୋରେଟ ଜଗତ ସହ ଜଡ଼ିତ କର୍ମଚାରୀମାନେ ଅତ୍ୟଧିକ ଚିନ୍ତାରେ ରହୁଥିବାରୁ ଏହା କୋଲେଷ୍ଟରଲ ସ୍ତରରୁ ଶରୀରରେ ବୃଦ୍ଧି କରିଥାଏ। ଫଳସ୍ୱରୂପ ଶରୀରରେ ବି୧୨ ସ୍ତରକୁ ହ୍ରାସ ପାଇଥାଏ।

ଭିଟାମିନ ବି୧୨ ଅଭାବର ପ୍ରାରମ୍ଭିକ ସଙ୍କେତ

ଭିଟାମିନ୍ ବି୧୨ର ଅଭାବ ହେଲେ ଶାରୀରିକ, ସ୍ନାୟୁଗତ ଏବଂ ମାନସିକ ସମସ୍ୟା ବୃଦ୍ଧି ପାଇଥାଏ। ଏହାର ପ୍ରାରମ୍ଭିକ ଲକ୍ଷଣ କ୍ୱଚିତ ଦେଖାଯାଏ। ଯଦି ସଠିକ୍ ସମୟରେ ଧ୍ୟାନ ନଦିଆଯାଏ, ତେବେ ବିପଜ୍ଜନକ ହୋଇପାରେ।

୧- ଶରୀର ବିନ୍ଧିବା ଓ ମାଂସପେଶୀ ଦୁର୍ବଳ ଲାଗିବା

୨- ହାତ ଓ ପାଦରେ ଝିମଝିମ ଅନୁଭବ ହେବା

୩- ସ୍ମରଣ ଶକ୍ତିରେ ସମସ୍ୟା ଓ ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା ଭୋଗିବା

୪- ବିଚଳିତ, ବିରକ୍ତ ଲାଗିବା ଓ ହତାଶା ଭାବ ଅନୁଭବ କରିବା

୫- ହାଲିଆ ଲାଗିବା ଓ ଶ୍ୱାସକ୍ରିୟାରେ ସମସ୍ୟା ହେବା

୬- ଥକ୍କା, ଦୁର୍ବଳତା, ବାନ୍ତି, ଝାଡ଼ା ରୋଗରେ ପୀଡ଼ିତ ହେବା

୭- ଜିଭରେ ଥିବା ଲାଲ୍ ଫୁଲା ମଧ୍ୟ ଭିଟାମିନ୍ ବି୧୨ ଅଭାବର ଲକ୍ଷଣ।

ଏହି ସବୁ ଲକ୍ଷଣକୁ ଆମେ ସାଧାରଣତଃ କାମ ଜନିତ ଚାପ ବା ପରିଶ୍ରମ ପାଇଁ ହେଉଥିବା କହି ଅଣଦେଖା କରିଥାଉ। କିନ୍ତୁ ବାରମ୍ବାର ଘୋଳାବିନ୍ଧା କିମ୍ବା ଅନ୍ୟ ଯେକୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ଅସନ୍ତୁଳିତ ଜୀବନ ଶୈଳୀ ଓ କାମର ଚାପର ଭୂମିକା ରହିଛି କି?

ଗୋଟିଏ ସ୍ଥାନରେ ବସି ରହି କାମ କରିବା ଜୀବନ ଶୈଳୀ ବି୧୨ ଭିଟାମିନ ଅଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କମ ଶାରୀରିକ କାର୍ଯ୍ୟକଳାପ ଯୋଗୁ ଆମ ମେଟାବୋଲିଜିମ ଧିମା ହୋଇଯାଏ ଓ ଏହା ପୋଷଣକୁ ଶରୀରରେ ମଧ୍ୟରେ ଗଚ୍ଛିତ କରି ରଖିପାରେ ନାହିଁ। ଅତିରିକ୍ତ ଭାବେ ନିୟମିତ ଚାପ ଓ ଦୁର୍ବଳ ସ୍ୱାସ୍ଥ୍ୟ ଯୋଗୁ ମଧ୍ୟ ଶରୀର ଜରୁରୀ ଭିଟାମିନକୁ ଜାବୁଡ଼ି ରଖିବାକୁ ସକ୍ଷମ ହୁଏନି।

ଡାକ୍ତର ବାତ୍ରା କହିଛନ୍ତି ଯେ ନିୟମିତ ମଦ ଓ ଅଧିକ ମାତ୍ରାରେ ଚା’-କପି ପିଇବା ଦ୍ୱାରା ଏହି ସମସ୍ୟା ଆହୁରି ବଢ଼ିଯାଏ। ଏପରି ଅଭ୍ୟାସ ହଜମ ଶକ୍ତିକୁ ପ୍ରଭାବିତ କରିଥାଏ ଓ ଖାଦ୍ୟରୁ ବି୧୨ ଭିଟାମିନକୁ ଶରୀର ମଧ୍ୟକୁ ଛାଡ଼ି ପାରେ ନାହିଁ।

ଭିଟାମିନ ବି୧୨ ଅଭାବ ପୂରଣ ହୋଇପାରିବ କି?

ଭିଟାମିନ ୧୨ର ଅଭାବ ଲୋକଙ୍କ ଶରୀରରେ ଅଧିକ ଦେଖା ଯିବାର ଆଶଙ୍କା ରହିଛି। ଏହି ଅଭାବକୁ ପୂରଣ କରିବା ମଧ୍ୟ ସମ୍ଭବ। ଜୀବନ ଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟରେ ସନ୍ତୁଳନ ରଖିଲେ, ଏହି ସମସ୍ୟାର ସମାଧାନ ହୋଇପାରିବ।

୧-ଭିଟାମିନ ବି୧୨ ଥିବା ଖାଦ୍ୟ ଯଥା ଚିକେନ, ଅଣ୍ଡା, କ୍ଷୀର, ମାଛ, ଦହି ଓ ସାଲାଡକୁ ନିଜ ମିଲରେ ସାମିଲ କରିବାକୁ ପଡ଼ିବ

୨- ଯଦି ଖାଦ୍ୟ ଠିକ ଭାବେ ଖାଇ ପାରୁ ନାହାନ୍ତି, ତା’ହେଲେ ସପ୍ଲିମେଣ୍ଟକୁ ବ୍ୟବହାର କରନ୍ତୁ

୩- କଫି-ଚା’ ଓ ମଦ ପିଇବା କମ କରନ୍ତୁ

୪- କାମରୁ ଛୋଟ ଛୋଟ ବ୍ରେକ ନେଇ ହାଲୁକା ଶାରୀରିକ ବ୍ୟାୟାମ କରନ୍ତୁ

୫- ଯୋଗ ଓ ପ୍ରାଣାୟମ ଦ୍ୱାରା ନିଜର ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ

୬- ପ୍ରଚୁର ପାଣି ପିଅନ୍ତୁ ଓ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ

୭-  ବାଦାମ ଏବଂ ପାଳଙ୍ଗ ଖାଦ୍ୟରେ ସାମିଲ କରନ୍ତୁ 

ଅନ୍ୟ ଏକ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ରେଡ୍ ମିଟ୍ ବା ନାଲି ମାଂସ ସେବନ ସର୍ବଦା ଡାକ୍ତରଙ୍କ ପରାମର୍ଶ କ୍ରମେ ଗ୍ରହଣ କରନ୍ତୁ। ଏହାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ। 

Health Vitamin B12 Deficiency Vitamin B12
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe