Advertisment

ପେନକିଲର୍‌ ମେଫଟାଲ ବ୍ୟବହାର କରୁଥିଲେ ସାବଧାନ

ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା IPC ଡ୍ରଗ୍ ସେଫଟି ଆଲର୍ଟ ଜାରି କରିଛି। ଋତୁସ୍ରାବଜନିତ ଯନ୍ତ୍ରଣା ଉପଶମ ପାଇଁ ବହୁଳ ବ୍ୟବହାର ହୁଏ ମେଫଟାଲ୍ ଔଷଧ। ଏମିତି କି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଦାନ୍ତବିନ୍ଧା ପାଇଁ ମଧ୍ୟ ମେଫଟାଲ୍ ସେବନ କରାଯାଏ।

Medicine

Medicine

Advertisment

ପେନକିଲର ମେଫଟାଲ ବ୍ୟବହାର କରୁଛନ୍ତି କି? ଏହାର ବ୍ୟବହାର ହୋଇପାରେ ଘାତକ। ପେନକିଲର୍ ମେଫଟାଲ ସେବନ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ପାରେ। ଏନେଇ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି।

Advertisment

ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା IPC ଡ୍ରଗ୍ ସେଫଟି ଆଲର୍ଟ ଜାରି କରିଛି। ଋତୁସ୍ରାବଜନିତ ଯନ୍ତ୍ରଣା ଉପଶମ ପାଇଁ ବହୁଳ ବ୍ୟବହାର ହୁଏ ମେଫଟାଲ୍ ଔଷଧ। ଏମିତି କି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଦାନ୍ତବିନ୍ଧା ପାଇଁ ମଧ୍ୟ ମେଫଟାଲ୍ ସେବନ କରାଯାଏ।

ଆପିସି ପକ୍ଷରୁ ଡାକ୍ତର ଓ ରୋଗୀମାନଙ୍କୁ ମେଫଟାଲ ବ୍ୟବହାର କରିବା ବେଳେ ସତର୍କ ରହିବାକୁ କୁହାଯାଇଛି। ପାର୍ଶ୍ୱ ପ୍ରତିକ୍ରିୟା ହେବା ମାତ୍ରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି। ମେଫେନାମିକ ଏସିଡ ପେନକିଲର ସାଧାରଣତଃ ଆଣ୍ଠୁଗଣ୍ଠି ବିନ୍ଧା, ଋତୁସ୍ରାବ, ସ୍ୱଳ୍ପରୁ ମଧ୍ୟମଧରଣର ବଡି ପେନ୍‌, ଫୁଲା, ଜ୍ୱର ଓ ଦାନ୍ତ ବିନ୍ଧାରେ ଉପଶମ ଆଣିବା ପାଇଁ ବ୍ୟବହାର କରାଯାଏ।

Advertisment

କମିଶନ ତା’ ସତର୍କ ସୂଚନାରେ କହିଛି ଯେ ପ୍ରାଥମିକ ଯାଞ୍ଚରୁ ଏହି ପେନକିଲର ଖାଇବା ଦ୍ୱାରା ଡ୍ରଗ ରିଆକ୍ସ ଇସନଫିଲିଆ ଓ ସିଷ୍ଟମିକ ସିମଟମ୍ପସ ସିଣ୍ଡ୍ରିମ ସବୁ ଦେଖାଯାଉଛି। ଫାର୍ମାକୋଭିଜିଲାନ୍ସ ପ୍ରୋଗ୍ରାମ ଅଫ ଇଣ୍ଡିଆ ବା ପିଭିପିଆଇ ତଥ୍ୟରୁ ଏହାର ସୂଚନା ମିଳିଛି।

ତେଣୁ ସ୍ୱାସ୍ଥ୍ୟ କର୍ମୀ, ରୋଗୀ ଓ ଗ୍ରାହକମାନେ ବେଶ ସତର୍କତାର ସହ ପେନକିଲରର ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖନ୍ତୁ। ଯଦି କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ, ତା’ହେଲେ ତୁରନ୍ତ ପିଭିପିଆଇର ଜାତୀୟ ସଂଯୋଜକ କେନ୍ଦ୍ରକୁ ଅବଗତ କରାନ୍ତୁ। www.ipc.gov.inରେ ଥିବା ଫର୍ମକୁ ପୂରଣ କରି କିମ୍ବା ମୋବାଇଲ ଆପ୍‌ ADR PvPI ଦ୍ୱାରା ଲୋକମାନେ ନିଜର ସମସ୍ୟା ସମ୍ପର୍କରେ କହିପାରିବେ। ଏହାବାଦ ପିଭିପିଆଇର ହେଲଲାଇନ ନଂ ୧୮୦୦-୧୮୦-୩୦୨୪କୁ ମଧ୍ୟ ଲୋକମାନେ କଲ କରିପାରିବେ।

Painkiller Medicine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe