Advertisment

ସାବଧାନ! ମେଟ୍ରୋ ସହର ବାସିନ୍ଦାଙ୍କ ଶରୀରରେ ଦେଖାଦେଉଛି ଏହି ଭିଟାମିନର ଅଭାବ

ବନ୍ଦ ବା ଏସି ଘରେ କାମ କରିବା ଅଭ୍ୟାସ କାରଣରୁ ଏହି ଭିଟାମିନର ଘୋର ଅଭାବ ଦେଖାଦେଉଛି...

ଅଦ୍ୟତନ ହୋଇଛି
Representative Anxiety Pictures

Representative Anxiety Pictures

Advertisment

ବିଶେଷ କରି ମେଟ୍ରୋ ସହରରେ ରହୁଥିବା ଲୋକ ଭିଟାମିନ ଏବଂ ମିନେରାଲ୍ସ ଅଭାବର ସମ୍ମୁଖୀନ ହେଉଛନ୍ତି। ବନ୍ଦ ବା ଏସି ଘରେ କାମ କରିବା ଅଭ୍ୟାସ କାରଣରୁ ଶରୀରରେ ଭିଟାମିନ-ଡିର ଘୋର ଅଭାବ ପରିଲିକ୍ଷିତ ହେଉଛି, ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। 

Advertisment

କେବଳ ଏତିକି ନୁହେଁ, ଖାଦ୍ୟରେ ଅନିୟମିତତା କାରଣରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମଧ୍ୟ ମିଳିପାରୁ ନାହିଁ। ଯେଉଁ କାରଣରୁ ଭିଟାମିନ୍ B12 ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଭିଟାମିନ-ଡି ଅଭାବକୁ ଖାଦ୍ୟ ଏବଂ ସକାଳର ସୂର୍ଯ୍ୟ କିରଣ ଦ୍ୱାରା ପୂରଣ କରାଯାଇ ପାରିବ, କିନ୍ତୁ ଭିଟାମିନ B12 ଅଭାବ ପାଇଁ କେବଳ ଖାଦ୍ୟ ଆବଶ୍ୟକ। ଖାଦ୍ୟ ମାଧ୍ୟମରେ କିପରି ଏହି ଦୁଇ ଭିଟାମିନ ଅଭାବକୁ ପୂରଣ କରିବେ, ଜାଣନ୍ତୁ...

ଶରୀରରେ ଭିଟାମିନ-ଡି ଅଭାବକୁ କିପରି ଚିହ୍ନଟ କରାଯିବ?
ଶରୀରରେ ଭିଟାମିନ-ଡିର ଅଭାବ ହେଲେ କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ। ଭିଟାମିନ-ଡି କମ୍ ହେବା ମାତ୍ରେ ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା ଏବଂ ହାଡରେ ଯନ୍ତ୍ରଣା ବଢିଯାଏ। ଶିଶୁ ଏବଂ ବୃଦ୍ଧମାନଙ୍କ ଶରୀରରେ ଭିଟାମିନ-ଡିର ଅଭାବ ଅଧିକ ଦେଖାଯାଏ। ପିଲାମାନେ ମାଂସପେଶୀ ଯନ୍ତ୍ରଣାରେ ପୀଡିତ ହୋଇପାରନ୍ତି, ସମସ୍ୟା ଗମ୍ଭୀର ହେଲେ ରିକେଟ୍ସ ହୋଇପାରେ। 

Advertisment

ଭିଟାମିନ-ଡି ଅଭାବ କିପରି ଦୂର କରିବେ?
ଭିଟାମିନ-ଡି ଅଭାବକୁ ଦୂର କରିବାର ସର୍ବୋତ୍ତମ ଉପାୟ ହେଉଛି ପ୍ରତିଦିନ ସକାଳେ 15-20 ମିନିଟ୍ ପର୍ଯ୍ୟନ୍ତ ଖରାରେ ବସିବା। ଏହା ବ୍ୟତୀତ ଦୁଗ୍ଧଜାତ ଦ୍ରବ୍ୟ, ଛତୁ, ମୌସୁମ୍ୱି, ସମୁଦ୍ରରୁ ମିଳୁଥିବା ଖାଦ୍ୟ ଏବଂ ଶସ୍ୟଜାତୀୟ ଖାଦ୍ୟ ଖାଇପାରିବେ। 

ଭିଟାମିନ୍ B12 ଅଭାବର ଲକ୍ଷଣ
ଭିଟାମିନ୍ B12 ଅଭାବ ହେଲେ ଶାରୀରିକ, ସ୍ନାୟୁଗତ ଏବଂ ମାନସିକ ସମସ୍ୟା ବୃଦ୍ଧି ପାଇଥାଏ। ଏହାର ପ୍ରାରମ୍ଭିକ ଲକ୍ଷଣ କ୍ୱଚିତ ଦେଖାଯାଏ। ଯଦି ସଠିକ୍ ସମୟରେ ଧ୍ୟାନ ନଦିଆଯାଏ, ତେବେ ବିପଜ୍ଜନକ ହୋଇପାରେ। ଶରୀରରେ ଭିଟାମିନ୍ B12 ଅଭାବ କାରଣରୁ ମାଂସପେଶୀ ଦୁର୍ବଳ ହୋଇଯାଏ। ବେଳେବେଳେ ସାମାନ୍ୟ ଉଦାସୀନତା, ଚିନ୍ତା ଲାଗେ। ଏହିପରି ଲୋକମାନେ ଅତ୍ୟଧିକ ଥକ୍କା, ଦୁର୍ବଳତା, ବାନ୍ତି, ଝାଡ଼ା ରୋଗରେ ପୀଡିତ ହୋଇପାରନ୍ତି। ଜିଭରେ ଥିବା ଲାଲ୍ ଫୁଲା ମଧ୍ୟ ଭିଟାମିନ୍ B12 ଅଭାବର ଲକ୍ଷଣ।

ଭିଟାମିନ୍ B12 ଅଭାବକୁ କିପରି ଦୂର କରିବେ
ଖାଦ୍ୟରେ ନନଭେଜ୍, କ୍ଷୀର, ଦହି, ପନିର ଅନ୍ତର୍ଭୂକ୍ତ କରନ୍ତୁ। ନାଲି ମାଂସ, ମାଛ, ଚିକେନ୍ ଏବଂ ଅଣ୍ଡା ଖାଆନ୍ତୁ। ଏହା ବ୍ୟତୀତ ବାଦାମ ଏବଂ ପାଳଙ୍ଗ ଖାଦ୍ୟରେ ଯୁକ୍ତ କରନ୍ତୁ। ସପ୍ଲିମେଣ୍ଟ ମାଧ୍ୟମରେ ବି ଭିଟାମିନ B12ର ଅଭାବକୁ ପୂରଣ କରିପାରିବେ। ଅନ୍ୟ ଏକ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ରେଡ୍ ମିଟ୍ ବା ନାଲି ମାଂସ ସେବନ ସର୍ବଦା ଡାକ୍ତରଙ୍କ ପରାମର୍ଶ କ୍ରମେ ଗ୍ରହଣ କରନ୍ତୁ। ଏହାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Vitamin Deficiency Vitamin Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe