Advertisment

କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ

ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।

ଅଦ୍ୟତନ ହୋଇଛି
Chia Seeds

Chia Seeds

Advertisment

ଚିଆ ସିଡ୍ସରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରୁ ଆଇରନ୍, ଫାଇବର, ପୋଟାସିୟମ୍, ଭିଟାମିନ୍-ସି ମିଳିଥାଏ। ଚିଆ ସିଡ୍ସ ଖାଇବା ଗ୍ୱାରା ଓଜନ ହ୍ରାସ ସହ ତ୍ୱଚାରେ ଚମକ ଆସିଥାଏ।

Advertisment

ଏବା ବ୍ୟତୀତ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହ ଅସ୍ଥି ମଧ୍ୟ ଦୃଢ ହୋଇଥାଏ। କିନ୍ତୁ ସମସ୍ତଙ୍କ ପାଇଁ ଚିଆ ସିଡ୍ସ ଉପକାରୀ ନୁହେଁ। ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ। ତେଣୁ କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ...

ପେଟ ସମସ୍ୟା ଥିବା ବ୍ୟକ୍ତି
ଯଦି ପେଟ ଯନ୍ତ୍ରଣା, ଗ୍ୟାସ୍, କୋଷ୍ଠକାଠିନ୍ୟ କିମ୍ବା ଝାଡ଼ା ଭଳି ସମସ୍ୟାରେ ପୀଡିତ ଅଛନ୍ତି, ତେବେ ଚିଆ ସିଡ୍ସ ଖାଇବାଠାରୁ ଦୂରେଇ ରହିବା ଉଚିତ୍।ନଚେତ୍ ଏହା ସମସ୍ୟା ଦ୍ୱିଗୁଣିତ କରିପାରେ।

Advertisment

କିଡନୀ ରୋଗ
ଯେଉଁମାନଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥାଏ, ସେମାନେ ଚିଆ ସିଡ୍ସ ଖାଇବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ। କାରଣ ଏଥିରେ ଅଧିକ ପରିମାଣର ଅକ୍ସାଲେଟ୍ ମିଳିଥାଏ, ଯାହା କିଡନୀ ଷ୍ଟୋନ୍ ଆଶଙ୍କାକୁ ବଢାଇପାରେ। ତେଣୁ କିଡନୀ ରୋଗୀ ଚିଆ ସିଡ୍ସ ସେବନ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। 

ଗର୍ଭବତୀ ମହିଳା
ଚିଆ ସିଡ୍ସ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଡାକ୍ତରମାନେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଚିଆ ସିଡ୍ସରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ବ୍ୟକ୍ତିଙ୍କର ଚିଆ ସିଡ୍ସ ପ୍ରତି ଆଲର୍ଜି ରହିଛି, ସେମାନେ ମଧ୍ୟ ଏହାର ସେବନ ଠାରୁ ଦୂରେଇ ରହିବା ଉଚିତ୍।  ତେଣୁ ଚିଆ ସିଡ୍ସକୁ ଡାଏଟରେ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Chia Seeds Health Care Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe