Advertisment

'ଦିଲ୍ଲୀ ଏମ୍ସରେ ଚିହ୍ନଟ ନିମୋନିଆ ଶିଶୁଙ୍କଠାରେ ନାହିଁ ଚୀନ୍ ସଂକ୍ରମଣର ଲକ୍ଷଣ'

ଚୀନରେ ବର୍ତ୍ତମାନ ସମୟରେ ବ୍ୟାପୁଥିବା ନିମୋନିଆର କୌଣସି ଲକ୍ଷଣ ଭାରତରେ ଚିହ୍ନଟ ହୋଇଥିବା ନିମୋନିଆ ରୋଗୀଙ୍କଠାରେ ନାହିଁ।

author-image
Debibandita Barick
ଅଦ୍ୟତନ ହୋଇଛି
AIIMS Delhi

AIIMS Delhi

ଦିଲ୍ଲୀ ଏମ୍ସରେ ଚିହ୍ନଟ ହୋଇଥିବା ନିମୋନିଆ ରୋଗୀଙ୍କ ନିକଟରେ ନାହିଁ ଚୀନ ସଂକ୍ରମଣର ଲକ୍ଷଣ। ଚୀନର ପିଲାମାନଙ୍କର ଯେଉଁ ସଂକ୍ରମଣ ବୃଦ୍ଧି ପାଉଛି ସେହି ଲକ୍ଷଣ ଭାରତରେ ଚିହ୍ନଟ ହୋଇଥିବା ପିଲାଙ୍କ ନିକଟରେ ନାହିଁ ବୋଲି ଦିଲ୍ଲୀ ଏମ୍ସ ସ୍ପଷ୍ଟ କରିଛି।

Advertisment

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଚୀନରେ ବର୍ତ୍ତମାନ ସମୟରେ ବ୍ୟାପୁଥିବା ନିମୋନିଆର କୌଣସି ଲକ୍ଷଣ ଭାରତରେ ଚିହ୍ନଟ ହୋଇଥିବା ନିମୋନିଆ ରୋଗୀଙ୍କଠାରେ ନାହିଁ।

ସେହିପରି କେନ୍ଦ୍ର ସରକାର ଏକ ବିବୃତ୍ତିରେ କହିଛନ୍ତି, ଚୀନର ଶିଶୁମାନଙ୍କ ଶରୀରରେ ମାଇକୋପ୍ଲାଜମା ଜୀବାଣୁ ଜନିତ ଯେଉଁ ନିମୋନିଆ ସଂକ୍ରମଣ ବୃଦ୍ଧି ପାଉଛି, ସେହି ସଂକ୍ରମଣ ଭାରତର ଶିଶୁଙ୍କର ବୋଲି ଗଣମାଧ୍ୟମର ଯେଉଁ ରିପୋର୍ଟ ପ୍ରକାଶ ପାଉଛି ତାହା ଭୁଲ୍ ଖବର। ଏଥିରେ କୌଣସି ସ୍ପଷ୍ଟତା ନାହିଁ। ଏହି ଖବର ବିଭ୍ରାନ୍ତିକର, ମିଥ୍ୟା ଏବଂ ଭୁଲ ସୂଚନା ଉପରେ ଆଧାରିତ ବୋଲି ସରକାର କହିଛନ୍ତି।

Advertisment

AIIMS ଦିଲ୍ଲୀରେ ଅତି କମରେ ସାତଟି ନିମୋନିଆ ମାମଲା ଚିହ୍ନଟ ହୋଇଥିଲା, କିନ୍ତୁ ଚୀନ୍ ସମେତ ବିଶ୍ୱର କେତେକ ଅଞ୍ଚଳର ପିଲାମାନଙ୍କଠାରେ ଯେଉଁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସଂକ୍ରମଣ ବୃଦ୍ଧି ପାଉଛି ତାହା ସହ କୌଣସି ସମ୍ପର୍କ ନାହିଁ ବୋଲି ସରକାର କହିଛନ୍ତି।

Pneumonia AIIMS Delh