Advertisment

କେବଳ ନନଭେଜ୍ ନୁହେଁ, ଏହି ସବୁ ଭେଜ୍ ଖାଦ୍ୟରୁ ବି ମିଳିଥାଏ ପ୍ରୋଟିନ୍

ପ୍ରୋଟିନ୍ କଥା କହିଲେ ଅଧିକାଂଶ ଲୋକ ପ୍ରଥମେ ଅଣଶାକାହାରୀ ବା ନନଭେଜ୍ ଖାଦ୍ୟ ବାଛନ୍ତି। କିନ୍ତୁ ଜାଣନ୍ତି କି, ଏପରି ଅନେକ ଶାକାହାରୀ ଖାଦ୍ୟ ରହିଛି, ଯାହା ଶରୀରକୁ ପ୍ରୋଟିନ୍ ଅଭାବରୁ ରକ୍ଷା କରିପାରିବ।

Protein-Rich Foods

Protein-Rich Foods

Advertisment

ଶରୀରରକୁ ଶକ୍ତି ଯୋଗାଇବା ପାଇଁ ପ୍ରୋଟିନ୍ ନିହାତି ଜରୁରୀ। ଏଥିରୁ ପ୍ରଚୁର ଆମିନୋ ଏସିଡ୍ ମିଳିଥାଏ। ପିଲାମାନଙ୍କର ବୃଦ୍ଧି ଏବଂ ଫିଟନେସ୍ ବଜାୟ ରଖିବା ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟରେ ପ୍ରାୟ 15ରୁ 35 ପ୍ରତିଶତ ପ୍ରୋଟିନ୍ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି। କିନ୍ତୁ ଆମ ପରିବର୍ତ୍ତିତ ଜୀବନଶୈଳୀ ଏପରି ଖାଦ୍ୟ ଆହାରଣ କରୁଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ। ଏସବୁ ଖାଦ୍ୟରୁ ବର୍ତ୍ତି ରହିବା ସହ କେଉଁ ସବୁ ଖାଦ୍ୟ ଗ୍ରହଣ କରି ଶରୀରର ପ୍ରୋଟିନ୍ ଆବଶ୍ୟକତାକୁ ପୂରଣ କରିପାରିବେ, ଜାଣନ୍ତୁ...

Advertisment

ପ୍ରୋଟିନ୍ କଥା କହିଲେ ଅଧିକାଂଶ ଲୋକ ପ୍ରଥମେ ଅଣଶାକାହାରୀ ବା ନନଭେଜ୍ ଖାଦ୍ୟ ବାଛନ୍ତି। କିନ୍ତୁ ଜାଣନ୍ତି କି, ଏପରି ଅନେକ ଶାକାହାରୀ ଖାଦ୍ୟ ରହିଛି, ଯାହା ଶରୀରକୁ ପ୍ରୋଟିନ୍ ଅଭାବରୁ ରକ୍ଷା କରିପାରିବ। ନିମ୍ନରେ ଏହିପରି କେତେକ ଶାକାହାରୀ ଖାଦ୍ୟ ବାବଦରେ ଆଲୋଚନା କରାଯାଇଛି...

କ୍ଷୀର- ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ଖାଦ୍ୟରେ କ୍ଷୀର ନିହାତି ଜରୁରୀ। ପ୍ରତିଦିନ କ୍ଷୀର ପିଇବା ଦ୍ୱାରା ପ୍ରୋଟିନ୍ ଅଭାବ ଦୂର ହୋଇପାରିବ। କାରଣ 100 ଗ୍ରାମ କ୍ଷୀରରେ ପ୍ରାୟ 3.6 ଗ୍ରାମ ପ୍ରୋଟିନ୍ ମିଳିଥାଏ। 

Advertisment

ସୋୟାବିନ୍- ପ୍ରୋଟିନର ଶାକାହାରୀ ଉତ୍ସ ମଧ୍ୟରେ ସୋୟାବିନ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି କେବଳ ସୋୟାବିନରୁ ଦୈନିକ ପ୍ରୋଟିନ୍ ଆବଶ୍ୟକତାକୁ ପୂରଣ କରିପାରିବେ।

ପନିର- ପନିରରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଥାଏ। ନିୟମିତ ପନିର୍ ଖାଇବା ଫଳରେ ଶରୀରକୁ ଆବଶ୍ୟକୀୟ ପ୍ରୋଟିନ୍ ଯୋଗାଇବା ସହଜ।

ଡାଲି- ଦୈନନ୍ଦିନ ଖାଦ୍ୟରେ ନିହାତି ଭାବରେ ଡାଲି ଅନ୍ତର୍ଭୂକ୍ତ କରନ୍ତୁ। ଡାଲି ଖାଇବା ଦ୍ୱାରା ଶରୀରର ପ୍ରୋଟିନ୍ ଅଭାବ ପୂରଣ ହୋଇପାରେ। ସମସ୍ତ ପ୍ରକାର ଡାଲିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ। ପିଲାମାନଙ୍କ ଖାଦ୍ୟରେ ନିହାତି ଭାବେ ଡାଲି ଯୋଗ କରନ୍ତୁ।

ଡ୍ରାଏ ଫ୍ରୁଟ୍ସ- ପ୍ରୋଟିନ୍ ଆବଶ୍ୟକତା ପାଇଁ ଡ୍ରାଏ ଫ୍ରୁଟ୍ସ ଏକ ଭଲ ବିକଳ୍ପ। କାଜୁ ଏବଂ ଆଲମୋଣ୍ଡରେ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ୍ ଥାଏ। ବ୍ରେକଫାଷ୍ଟରେ ଡ୍ରାଏ ଫ୍ରୁଟ୍ସ ଯୋଗ କରିବା ଫଳରେ ଶରୀରର ପ୍ରୋଟିନ୍ ଆବଶ୍ୟକତା ପୂରଣ ହୋଇଥାଏ। 

କଖାରୁ ମଞ୍ଜି- କଖାରୁ ମଞ୍ଜି ବହୁତ ଲାଭଦାୟକ। ଏହା ପ୍ରୋଟିନର ଏକ ଉତ୍ତମ ଉତ୍ସ। ଡ୍ରାଏ ଫ୍ରୁଟ୍ସ ପରି କଖାରୁ ମଞ୍ଜିକୁ ଖାଇପାରିବେ। ଏଥିରେ ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Protein Protein Foods
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe