ଭାରତରେ ବହୁମାତ୍ରାରେ ବିକ୍ରି ହେଉଛି ଏହି ଔଷଧ, ଆମେରିକାରେ ହୋଇଛି ବ୍ୟାନ

'ରେନିଟିଡାଇନ'ରେ କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥ ଥିବା ଦର୍ଶାଇ ବ୍ୟାନ୍ କରିଛି ଆମେରିକା। ଭାରତରେ ବିନା ପ୍ରେସକ୍ରିପସନରେ ମିଳି ଯାଉଛି।

Representative Image

ପ୍ରତିକାତ୍ମକ ଚିତ୍ର

Debadatta Aryashrestha
  • Published: Monday, 30 December 2024
  • Updated: 30 December 2024, 05:42 PM IST

Sports

Latest News

ଏସିଡିଟି ପାଇଁ ବହୁଳ ଭାବେ ବ୍ୟବହୃତ 'ରେନିଟିଡାଇନ' ଆମେରିକାରେ ବ୍ୟାନ୍ ହୋଇଛି ସତ, ହେଲେ ଭାରତରେ ଏହାର ପ୍ରବଳ ମାତ୍ରାରେ ବିକ୍ରି ଜାରି ରହିଛି। ଏପରିକି ଏହାର ବିକ୍ରି ଭାରତରେ କମିବ ନାହିଁ, ଏହା ଖୋଦ ସରକାରଙ୍କ ତରଫରୁ ରାଜ୍ୟସଭାରେ ସ୍ପଷ୍ଟ କରାଯାଇଛି। କାରଣ ରେନିଟିଡାଇନରେ ଥିବା କ୍ଷତିକାରକ ପଦାର୍ଥ NDMA ସମ୍ପର୍କିତ ସମସ୍ୟାକୁ ସମାଧାନ କରିବା ପାଇଁ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(CDSCO) ପଦକ୍ଷେପ ନେଇଛି ବୋଲି ରାଜ୍ୟସଭାରେ ସରକାର ତଥ୍ୟ ରଖିଛନ୍ତି।

ସାଧାରଣତଃ ଲୋକଙ୍କ ଏସିଡିଟି (ଅମ୍ଳ) ଜନିତ ସମସ୍ୟାର ସମାଧାନ ପାଇଁ ୧୯୮୧ରେ ୟୁରୋପର ଗ୍ଲାକ୍ସୋ ହୋଲ୍ଡିଂସ୍ ଲିମିଟେଡ୍ ଦ୍ୱାରା ଆବିଷ୍କାର ହୋଇଥିଲା ରେନିଟିଡାଇନ। ୧୯୮୩ରେ ଏହାକୁ ଆମେରିକା ସମେତ ଅନ୍ୟ ୩୧ଟି ଦେଶରେ ମଂଜୁରୀ ମିଳିବା ସହ ଜେନଟାକ୍(Zantac) ନାମରେ ଏହାକୁ ଏକ ପ୍ରେସକ୍ରିପସନ୍ ଔଷଧ ଭାବରେ ଆରମ୍ଭ କରାଯାଇଥିଲା। ୧୯୯୫ ବେଳକୁ ଜେନଟାକ୍(ରେନିଟିଡାଇନ୍) ଏକ ଓଭର-ଦି-କାଉଣ୍ଟର ମେଡିସିନ୍ ବା ବିନା ପ୍ରେସକ୍ରିପସନରେ ମିଳୁଥିବା ଔଷଧ ଭାବରେ ବିକ୍ରି ହେବା ଆରମ୍ଭ ହେଲା।

Also Read

ବର୍ତ୍ତମାନ 'ରେନିଟିଡାଇନ' ଭାବରେ ବହୁଳ ବ୍ୟବହୃତ ଏହି ଔଷଧ ପେଟରେ ତିଆରି ହେଉଥିବା ଉପକାରୀ ଏସିଡ୍ ପରିମାଣକୁ ମଧ୍ୟ ହ୍ରାସ କରିଥାଏ ବୋଲି ଜଣାପଡ଼ିଛି। ପେଟରେ ଅଲସର ଏବଂ ଗ୍ୟାଷ୍ଟ୍ରିକଜନିତ ରୋଗର ଚିକିତ୍ସା ତଥା ଏହି ରୋଗର ପ୍ରତିରୋଧକ ସାଜୁଥିବା ଏହି ଉପକାରୀ ଏସିଡକୁ 'ରେନିଟିଡାଇନ' ଔଷଧ ହ୍ରାସ କରିଦିଏ। ତେବେ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ସମେତ ଆହୁରି ଅନେକ ଦେଶରେ ଏହାକୁ ବ୍ୟାନ୍ କରିଦିଆଯାଇଛି। ହେଲେ ଭାରତରେ କିନ୍ତୁ ଏହା ଏସିଲୋକ୍, ରେନଟାକ୍, ଜିନେଟାକ୍ ଭଳି ନାଁରେ ବହୁଳ ମାତ୍ରାରେ ବିକ୍ରି ହେଉଛି। ଏପରିକି ଭାରତ ସରକାରଙ୍କ ଜନ-ଔଷଧୀ ଷ୍ଟୋରରେ ମଧ୍ୟ ଏହି ଟାବ୍ଲେଟ କେବଳ ୬ ଟଙ୍କାରେ ବିକ୍ରି ହେଉଛି।

୨୦୧୯ ମସିହାରେ, ବୈଜ୍ଞାନିକ ପ୍ରମାଣ ସହିତ ସାମ୍ନାକୁ ଆସିଥିଲା ​​ଯେ ଏହି ଏସିଡିଟି ଔଷଧ ସମୟ ସହିତ ପ୍ରଭାବ ହରାଇ N-nitrosodimethylamine(NDMA) ନାମକ ଏକ ସମ୍ଭାବ୍ୟ କର୍କଟ ରୋଗ ସୃଷ୍ଟି କରିପାରେ। ଏହାପରେ ୨୦୨୦ ମସିହାରେ ଆମେରିକୀୟ ଔଷଧ ନିୟନ୍ତ୍ରକ ସଂସ୍ଥା(FDA) 'ରେନିଟିଡାଇନ' ଔଷଧ ତିଆରି ଓ ଏହାର ବିକ୍ରିକୁ ବ୍ୟାନ୍ କରିଥିଲା। ଏହି ଔଷଧରେ NDMAର ମାତ୍ରା କମ୍ ଥିବା ଜଣାପଡିଥିଲା, ଯାହାକୁ ଆମେରିକୀୟ ସ୍ୱାସ୍ଥ୍ୟ ସଂସ୍ଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଦ୍ୱାରା ମାନବ କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥ ଭାବରେ ପରୀକ୍ଷା କରାଯାଇଛି ବୋଲି କୁହାଯାଇଥିଲା। ଏହା ପେଟ, ଖାଦ୍ୟନଳୀ, ଏବଂ ମୂତ୍ରାଶୟରେ କର୍କଟ ରୋଗ ସୃଷ୍ଟିରେ ସହାୟକ ହୋଇପାରେ।

ଆମେରିକା ଏଥିରେ ଥିବା ସମ୍ଭାବ୍ୟ ବିପଦ ମୂଲ୍ୟାଙ୍କନ ଆଧାରରେ ଏହି ଔଷଧକୁ ନିଷିଦ୍ଧ କରିଥିଲା। ୨୦୨୦ ମସିହାରେ, FDA କହିଥିଲା ​​ଯେ ଯଦିଓ NDMAର ନିମ୍ନ ସ୍ତର ସାଧାରଣତଃ ଖାଦ୍ୟ ଏବଂ ପାଣିରେ ମିଳିଥାଏ ଏବଂ ସାଧାରଣତଃ ନିରାପଦ, ହେଲେ 'ରେନିଟିଡାଇନ'ରେ ଥିବା ସ୍ତର ଦୀର୍ଘ ସମୟ ପର୍ଯ୍ୟନ୍ତ ସଂସ୍ପର୍ଶରେ ରହିଲେ କର୍କଟ ରୋଗର ଆଶଙ୍କା ବଢ଼ିପାରେ। FDAର ଗବେଷଣା ପରେ ଅନେକ ଦେଶର ଔଷଧ ନିୟନ୍ତ୍ରଣ ବୋର୍ଡ ନିଜ ନିଜ ଦେଶରେ ଏହି ଔଷଧକୁ ବ୍ୟାନ୍ କରିଥିଲେ।

ଅନ୍ୟପଟେ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୨୦୨୨ରେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି 'ରେନିଟିଡାଇନ'କୁ ଜାତୀୟ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ବାଦ ଦେଇଥିଲା। ଏହି ଔଷଧ ମାର୍କେଟରେ ବ୍ୟବସାୟ କରୁଥିବା କମ୍ପାନୀ ଜିଏସକେ ମଧ୍ୟ ନିଜଆଡ଼ୁ ଭାରତରୁ ଏହାକୁ ଫେରାଇ ନେଇଥିଲା। ହେଲେ ସମାନ ଔଷଧ ଅଲଗା ନାଁରେ ଏବେ ମଧ୍ୟ ବହୁଳ ମାତ୍ରାରେ ବିକ୍ରି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story