Advertisment

ଡରାଇଲାଣି ମାଂସ ଖିଆ ଜୀବାଣୁ, ୨ ଦିନରେ ନେଇ ଯିବ ଜୀବନ!

ଏହାର ଲକ୍ଷଣ ଗୁଡ଼ିକ ହେଲା ଶରୀରରେ ଯନ୍ତ୍ରଣା, ଫୁଲା, ଜ୍ୱର ଓ ନିମ୍ନ ରକ୍ତଚାପ। ଜୀବାଣୁ ଅଧିକ ସକ୍ରିୟ ହେଲେ ଶ୍ୱାସକ୍ରିୟାରେ ସମସ୍ୟା ଅଙ୍ଗପ୍ରତ୍ୟେଙ୍ଗ ଫେଲ ଓ ମୃତ୍ୟୁ ହେବାର ଆଶଙ୍କା ରହିଛି।

Japan

Japan

Advertisment

ଡରାଇବା ଆରମ୍ଭ କରିଛି ଗୋଟିଏ ବିରଳ ମାଂସ ଖିଆ ଜୀବାଣୁ। ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ ମାତ୍ର ୪୮ ଘଣ୍ଟା ମଧ୍ୟରେ ଜଣେ ମଣିଷର ଜୀବନ ନେବାକୁ ସକ୍ଷମ। ବର୍ତ୍ତମାନ ଜାପାନରେ ଏହି ଜୀବାଣୁ ବ୍ୟାପୀବା ଆରମ୍ଭ କରିଛି। ଜାପାନ ସରକାର କୋଭିଡ-୧୯ କଟକଣା ହଟାଇ ଦେବା ପରେ ଏବେ ମାଂସ ଖିଆ ଜୀବାଣୁ ଜନିତ ରୋଗ ମାଡ଼ିବା ଆରମ୍ଭ ହୋଇଛି।

Advertisment

୧୯୯୯ ମସିହାରରୁ ଏହାକୁ ଟ୍ରାକ କରୁଥିବା ସଂକ୍ରମଣ ରୋଗର ଜାତୀୟ ପ୍ରତିଷ୍ଠାନ କହିଛି ଯେ ଚଳିତ ବର୍ଷ ଜୁନ ୨ ତାରିଖ ସୁଦ୍ଧା Streptococcal toxic shock syndrome (STSS) ଜିନିତ ମାମଲା ୯୭୭ରେ ପହଞ୍ଚିଛି। ଏହା ଗତବର୍ଷ ରିପୋର୍ଟ ହୋଇଥିବା ୯୪୧ଟି ମାମଲା ଠାରୁ ଯଥେଷ୍ଟ ଅଧିକ।

ଗ୍ରୁପ୍ ଏ ଷ୍ଟ୍ରେପଟୋକୋକସ୍ (GAS) ଯୋଗୁ ସାଧାରଣତଃ ଶରୀର ଫୁଲିଥାଏ ଓ ଗଳାରେ ସମସ୍ୟା ହୋଇଥାଏ। ପିଲାମାନଙ୍କ ଗଳାରେ ଘା ମଧ୍ୟ ସୃଷ୍ଟି ହେବା ଦେଖାଯାଏ। ତେବେ କେତେକ ପ୍ରକାରର ଜୀବାଣୁ କ୍ଷେତ୍ରରେ ଲକ୍ଷଣ ଦ୍ରୁତଗତିରେ ମାଡ଼ି ଯିବାର ମଧ୍ୟ ନଜିର ରହିଛି।

Advertisment

ଏହାର ଲକ୍ଷଣ ଗୁଡ଼ିକ ହେଲା ଶରୀରରେ ଯନ୍ତ୍ରଣା, ଫୁଲା, ଜ୍ୱର ଓ ନିମ୍ନ ରକ୍ତଚାପ। ଜୀବାଣୁ ଅଧିକ ସକ୍ରିୟ ହେଲେ ଶ୍ୱାସକ୍ରିୟାରେ ସମସ୍ୟା ଅଙ୍ଗପ୍ରତ୍ୟେଙ୍ଗ ଫେଲ ଓ ମୃତ୍ୟୁ ହେବାର ଆଶଙ୍କା ରହିଛି। ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି।

ଟୋକିଓ ମହିଳା ମେଡିକାଲ ୟୁନିଭରସିଟିର ସଂକ୍ରାମକ ରୋଗର ପ୍ରଫେସର କେନ୍ କିକୁଚି କହିଛନ୍ତି, ଏହି ଜୀବାଣୁ ଦ୍ୱାରା ଅଧିକାଂଶ ମୃତ୍ୟୁ ୪୮ ଘଣ୍ଟା ମଧ୍ୟରେ ଘଟିଥାଏ।

ଯଦି ଜଣେ ରୋଗୀ ସକାଳେ ପାଦରେ ଫୁଲା ଦେଖୁଛନ୍ତି, ତା’ହେଲେ ମଧ୍ୟାହ୍ନ ମଧ୍ୟାହ୍ନ ସୁଦ୍ଧା ଏହା ଆଣ୍ଠୁ ଯାଏ ମାଡ଼ି ଯାଇ ପରେ। ସେମାନେ ୪୮ ଘଣ୍ଟା ମଧ୍ୟରେ ପ୍ରାଣ ମଧ୍ୟ ହରାଇ ପାରନ୍ତି ବୋଲି ସେ କହିଛନ୍ତି।

୨୦୨୨ର ଶେଷ ଭାଗରେ ୫ଟି ୟୁରୋପୀୟ ଦେଶ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଗ୍ରୁପ ଏ ଷ୍ଟ୍ରେପଟୋକୋକସ୍ (iGAS) ରୋଗର ବୃଦ୍ଧି ସମ୍ପର୍କରେ ରିପୋର୍ଟ କରିଥିଲେ। ଏହା ମଧ୍ୟରେ STSS ରହିଥିଲା। କୋଭିଡ ପ୍ରତିବନ୍ଧକ ପ୍ରତ୍ୟାହାର ହେବା ପରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ବର୍ତ୍ତମାନର ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଲେ ଜାପାନରେ ଚଳିତ ବର୍ଷ ରୋଗୀଙ୍କ ସଂଖ୍ୟା ୨୫ଶହରେ ପହଞ୍ଚିପାରେ। ସେହିପରି ମୃତ୍ୟୁହାର ୩୦% ଛୁଇଁବ ବୋଲି ଆଶଙ୍କା କରାଯାଉଛି।

Japan Bacteria
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe